Latest Odisha News

ପାଟକୁରା ନିର୍ବାଚନ: ୧୬ ରାଉଣ୍ଡ ଗଣତି ସୁଦ୍ଧା ବିଜେଡ଼ି ଆଗରେ, ବିଜୟ ପଛରେ

କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ନିର୍ବାଚନର ଫଳାଫଳ ଆଜି ଘୋଷିତ ହେଉଥିବା ବେଳେ ଏପର୍ଯ୍ୟନ୍ତ ଭୋଟ୍ ଗଣତିରେ ବିଜୁ ଜନତା ଦଳର ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ବିଜେପି ପ୍ରତିଦ୍ୱନ୍ଦୀ ବିଜୟ ମହାପାତ୍ରଙ୍କ ଠାରୁ ୧୭,୨୩୪ ଖଣ୍ଡ ଅଧିକ ଭୋଟରେ ଆଗୁଆ ରହିଛନ୍ତି ।

ଦେଖିବାକୁ ଗଲେ ଭୋଟ୍ ଗଣତିର ୧ମ ରାଉଣ୍ଡରୁ ଏପର୍ଯ୍ୟନ୍ତ ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ସବୁ ରାଉଣ୍ଡରେ ବିଜୟ ମହାପାତ୍ରଙ୍କଠୁଁ ଆଗରେ ରହିଛନ୍ତି ।

ଭୋଟ୍ ଗଣତିର ୧୬ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ସାବିତ୍ରୀ ଅଗ୍ରୱାଲଙ୍କୁ ମିଳିଛି ୮୯,୩୮୯ ଖଣ୍ଡ ଭୋଟ୍ ଏବଂ ବିଜେପିର ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୭୨,୧୫୫ ଖଣ୍ଡ ଭୋଟ୍ ମିଳିଛି । ତେବେ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ୧୧ ରାଉଣ୍ଡ ସୁଦ୍ଧା ମାତ୍ର ୨୦୧୬ ଟି ଭୋଟ ପାଇଛନ୍ତି ।

Leave A Reply

Your email address will not be published.