ନୂଆଦିଲ୍ଲୀ: କମ୍ପାନୀ ଚାକିରି କରୁଥିଲେ ଆପଣ ନିଶ୍ଚୟ ଜାଣିଥିିବେ ଏଠି ଖଟଣି କେତେ । ଯେତିକି ଦରମା ତା ଠାରୁ ଦଶଗୁଣା କାମ । କିନ୍ତୁ କମ୍ପାନୀ ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ଚମକାଇ ଦେବା ପରି ଏକ ଖବର । ଶୁଣିଲେ ଆପଣ ଇର୍ଷା ତ ନିଶ୍ଚୟ କରିବେ । ତାସହ ଭାବିବେ କମ୍ପାନୀ ଯଦି ଏତେ ସୁବିଧା ଦେବ ତେବେ କାମ କାହିଁକି ବାଧିବ ? ଆଜ୍ଞା ହଁ, ଏମିତି ଏକ କମ୍ପାନୀ ଅଛି ଯିଏ ବୋନସ ଆକାରରେ ଦେଇଛି ୫୦ ମାସର ଦରମା । ତାଇୱାନର ଏଭରଗ୍ରୀନ ମରୀନ କର୍ପୋରେଶନ ନାମକ ଏକ କମ୍ପାନୀ ଗୋଟିଏ ବର୍ଷର କାମ ଏବଂ ଦରମା ପରେ ବି କର୍ମଚାରୀଙ୍କୁ ଖୁସି କରିବା ପାଇଁ ବୋନସ ଦେବା ପାଇଁ ମନ କରିଛି ।
କମ୍ପାନୀ ପକ୍ଷରୁ ଯାହା ସୂଚନା ମିଳିଛି, ସେହି ଅନୁସାରେ, କମ୍ପାନୀ ନିଜ କର୍ମଚାରୀଙ୍କୁ ୫୦ ମାସର ସାଲେରୀ ବୋନସ ଆକାରରେ ଦେବ । ଏହି ବୋନଓ କର୍ମଚାରୀଙ୍କ ଗ୍ରେଡ ଏବଂ କାମ ଅନୁସାରେ ଦିଆଯିବ । ତେବେ କମ୍ପାନୀ ସେହି କର୍ମଚାରୀଙ୍କୁ ଦେବ ଯେଉଁମାନେ ତାଇ୰ାନରେ ରହି କମ୍ପାନୀକୁ ସେବା ଦେଉଛନ୍ତି ।
ଏକ ରିପୋର୍ଟ ଅନୁସାରେ, କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି ବର୍ଷର୍ର ଶେଷରେ କମ୍ପାନୀ ଦେଉଥିବା ବୋନଓ କର୍ମଚାରୀଙ୍କ ବର୍ଷ ଯାକର କାମକୁ ହିସାବ କରି ଦିଆଯିବ । ତେବେ ଏ ବିଷୟରେ ସବିଶେଷ ବିବରଣୀ ଦେବାକୁ କମ୍ପାନୀ ମନା କରି ଦେଇଛି ।
ଏଠି କହି ରଖିବୁ, ଏଭରଗ୍ରୀନ ମରିନ ଏକ ସିପିଂ କମ୍ପାନୀ ଯାହା ଅନ୍ତର୍ଜାତୀୟ ସ୍ତରରେ ଟ୍ରାନ୍ସପୋର୍ଟ କାରବାର କରିଥାଏ । ଗତ ଦୁଇ ବର୍ଷ ମଧ୍ୟରେ ସିପିଂ ଇଣ୍ଡଷ୍ଟ୍ରିରେ ବେଶ ଲାଭବାନ ହୋଇଛି । କରୋନା ସମୟରେ କଂଜ୍ୟୁମର ଗୁଡ୍ସ ଏବଂ ଭଡାରେ ବୃଦ୍ଧି ଘଟିବା ଯୋଗୁ କମ୍ପାନୀ ୨୦୨୨ରେ ତିନିଗୁଣା ଲାଭ କରିଛି । ଏହି କମ୍ପାନୀର ନା ସେତେବେଳେ ଚର୍ଚ୍ଚାକୁ ଆସିଥିଲା, ଯେତେବେଳେ ୨୦୨୧ରେ କମ୍ପାନୀର ଏକ ସିପ ସୁଏଜ କେନାଲରେ ଫସି ଯାଇଥିଲା ।
ଯାହା ବି ହେଉ, ଏହି କମ୍ପାନୀ ଏହି ବୋନସ ଯଦି ତାର କର୍ମଚାରୀଙ୍କୁ ଦିଏ ତେବେ କେତେକ କର୍ମଚାରୀଙ୍କ ଖାତାକୁ ଏକକାଳୀନ ୬୫, ୦୦୦ ଡଲାର ଅର୍ଥାତ ୫ କୋଟିରୁ ଅଧିକ ଟଙ୍କା ଯିବ ।
BREAKING NEWS
- Puri Temple Closed: ଶ୍ରୀବିଗ୍ରହଙ୍କ ବନକଲାଗି ନୀତି: ୫ ଘଣ୍ଟା ପାଇଁ ଶ୍ରୀମନ୍ଦିରରେ ବନ୍ଦ ରହିବ ସାଧାରଣ ଦର୍ଶନ
- ଆଜିଠୁ ନବମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ନାମ ପଞ୍ଜୀକରଣ: ଅନଲାଇନ କରିବେ ନା ଅଫଲାଇନ ଜାଣନ୍ତୁ…
- ୩୯ ପରିବାରକୁ ୨ ଲକ୍ଷ ଟଙ୍କା ଘୋଷଣା… ବଙ୍ଗଳାରେ SIR ଯୋଗୁଁ କେତେ ଲୋକଙ୍କ ମୃତ୍ୟୁ ହୋଇଛି, କେତେ BLO ପ୍ରଭାବିତ ହୋଇଛନ୍ତି?
- ସରକାରୀ ଟଙ୍କାରେ ବାବରୀ ମସଜିଦ ନିର୍ମାଣ କରିବାକୁ ଚାହୁଁଥିଲେ ନେହେରୁ, କିନ୍ତୁ ଏହି ନେତା ବାଧା ଦେଇଥିଲେ
- ଟିଏସ୍ଏମ୍ ପକ୍ଷରୁ ଏନ୍ଏଚ୍-୫୫ର କଣ୍ଟାବଣିଆଠାରେ ଆଲୋକୀକରଣ ବ୍ୟବସ୍ଥାର ଲୋକାର୍ପଣ
- ଲଘୁ ଖଣିଜରୁ ସଂଗୃହୀତ DMF ପାଣ୍ଠିକୁ ସେହି ଜିଲ୍ଲାରେ ଖର୍ଚ୍ଚ କରାଯିବ: ମୁଖ୍ୟମନ୍ତ୍ରୀ
- ଫାଇରିଂ କରିଦେବି କହି ଅଡୁଆରେ ବିଜେଡି ନେତା ପ୍ରଦୀପ ମାଝୀ…ଥାନାରେ ଏତଲା
- Illegal Bangladeshi: ବିଳମ୍ବିତ ରାତିରେ ବାଂଲାଦେଶୀ ସନ୍ଦେହରେ ପୋଲିସର ଚଢ଼ାଉ;୨୧ ସନ୍ଦିଗ୍ଧ ଅଟକ
- ଆସନ୍ତାକାଲି ଘୋଷଣା ହେବ +୨ ପରୀକ୍ଷା ତାରିଖ
- ଭାରତର ଏହି ଗାଁରେ ସାପଙ୍କ ସହ ଖେଳନ୍ତି ଛୋଟ ପିଲା, ସବୁ ଘରେ ଥାଏ କୋବ୍ରା
Comments are closed.