Latest Odisha News

BREAKING NEWS

ଆମେରିକା ରାଷ୍ଟ୍ରପତି ଦୌଡ଼ରେ ଭାରତୀୟ ବଂଶୋଦ୍ଭବ ରୋ ଖାନ୍ନା, ସ୍ୱାଧିନତା ସଂଗ୍ରାମୀ ଥିଲେ ଜେଜେ

ନୂଆଦିଲ୍ଲୀ: ଆମେରିକୀୟ ପ୍ରମୁଖ କମ୍ପାନୀଗୁଡ଼ିକ ଉପରେ ଭାରତୀୟଙ୍କ ରାଜୁତି ରହିଥିବା ବେଳେ ଆମେରିକା ରାଜନୀତିରେ ମଧ୍ୟ ଭାରତୀୟଙ୍କ ପ୍ରଭାବ ବଢ଼ିଛି। ଏବେ ରାଷ୍ଟ୍ରପତି ଦୌଡ଼ରେ ଜଣେ ଭାରତୀୟ ଥିବା ସୂଚନା ମିଳିଛି। ସେ ହେଉଛନ୍ତି ରୋ ଖନ୍ନା। ୨୦୨୪ରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ତାଙ୍କ ପ୍ରାର୍ଥୀତ୍ୱର ସମ୍ଭାବନା ଅଧିକ ରହିଛି ବୋଲି ଖବର ମିଳୁଛି । ଶ୍ରୀ ଖନ୍ନା ବର୍ତ୍ତମାନ କାର୍ଲିଫର୍ଣ୍ଣିଆରୁ ପ୍ରତିନିଧିତ୍ୱ କରୁଛନ୍ତି।

ପୂର୍ବରୁ ଜଣେ ଭାରତୀୟ ଭଂଶୋଦ୍ଭବ ବ୍ରିଟେନ୍‌ ଚଳାଉଥିବା ବେଳେ ଏବେ ଯଦି ରୋ ଖାନା ଆମେରିକା ରାଷ୍ଟ୍ରପତି ହୋଇଗଲେ ତେବେ ଆମେରିକା ଭଳି ବିକାଶଶୀଳ ରାଷ୍ଟ୍ରର ଡୋର ବି ଭାରୀତୟ ବଂଶୋଦ୍ଭବଙ୍କ ହାତରେ ରହିବ।

ଆମେରିକାର ଫିଲାଡେଫ୍ଲିୟାରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଛନ୍ତି ରୋ ଖନ୍ନା। ତାଙ୍କ ବାପାମା ୧୯୭୦ ଦଶନ୍ଧିରେ ଆମେରିକା ଆସିଥିଲେ। ତାଙ୍କ ବାପା ଜଣେ କେମିକାଲ ଇଞ୍ଜିନିୟର ଏବଂ ମାଆ ଜଣେ ସ୍କୁଲ ଶିକ୍ଷୟିତ୍ରୀ ଥିଲେ।

ତେବେ ରୋ ଖନ୍ନାଙ୍କ ଜେଜେ ବାପା ହେଉଛନ୍ତି ଭାରତୀୟ ସ୍ୱାଧୀନତାର ଜଣେ ଯୋଦ୍ଧା। ଭାରତର ସ୍ୱାଧୀନତାରେ ସକ୍ରିୟ ସଂଗ୍ରାମୀ ଥିଲେ ଖାନ୍ନାଙ୍କ ଯେଯେ। ସେ ଲାଲା ଲାଜପତ ରାୟଙ୍କ ସହ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ ଏବଂ ଅନେକ ବର୍ଷ ଯାଏ ଜେଲରେ ରହିଥିଲେ।

ରୋ ଖନ୍ନା ରାଜନୀତିରେ ଆସିବା ପୂର୍ବରୁ ଷ୍ଟାନଫୋର୍ଡ ୟୁନିଭର୍ସିଟିରେ ଅର୍ଥନୀତି ପଢାଉଥିଲେ। ଏହାଛଡା ସେ ଓବାମା ପ୍ରଶାସନରେ ଡେପୁଟି ଆସିଷ୍ଟାଣ୍ଟ ସେକ୍ରେଟାରୀ ଭାବେ କାମ କରିସାରିଛନ୍ତି। ୟୁନିଭର୍ସିଟି ଅଫ୍ ସିକାଗୋରେ ଇକୋନମିକ୍ସରେ ବିଏ ଏବଂ ୟେଲ ୟୁନିଭର୍ସିଟିରୁ ଆଇନରେ ଡିଗ୍ରୀ ହାସଲ କରିଥିଲେଛନ୍ତି ଶ୍ରୀ ଖାନ୍ନା।

 

Comments are closed.