ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
କଥିତ ଭାଷା ବୋଧଗମ୍ୟ
ହେଲେ ହିଁ ଲାଗଇ ଉତ୍ତମ
ଲିଖିତ ଭାଷା ଲିପିସାମ୍ୟ
ରଖିଲେ, ହୁଏ କାର୍ଯକ୍ଷମ
ଶବ୍ଦର ବିବିଧ ବନାନ
ରହିବା ନୁହେ ସମୀଚୀନ
ଲିପି ହେଲେ ଶୃଂଖଳାବଦ୍ଧ
ଭାଷାଟେ ହୁଏ ସୁସମୃଦ୍ଧ
କଥା ଓ ଲେଖାର ପାର୍ଥକ୍ଯ
ଯୋଗୁଁ ଭାଷାର ପଦ, ବାକ୍ୟ
ହୁଅଂତି ନିଶ୍ଚିତ ସାର୍ଥକ
ଭାବ ଓ ଜ୍ଞାନର ବାହକ
ଲିପିକୁ କରିଲେ ଆୟତ୍ତ
ଭାଷାଟେ ହୁଏ ସମୁନ୍ନତ
ସୁବ୍ୟବସ୍ଥିତ ଏକ ଲିପି
ପାରେ ସଂସାର ସାରା ବ୍ୟାପି
ଆମର ଯେତେ କାମ ବାକି
ଆଉ କେ ଆସି କରିବ କି?
ଦାୟିତ୍ବ ନେବା ପାଇଁ କୁଂଠା
ଦେଉନି ଭାଷାକୁ ପ୍ରତିଷ୍ଠା
ମନକୁ କଲେ କେଂଦ୍ରୀଭୂତ
ଭାଷା ବାହାରେ ଅବିରତ
ସେ ମନ ହେଲେ କେଂଦ୍ରଚ୍ୟୁତ
ଭାବନା ହୁଏ ବିଚଳିତ
ଆତ୍ମବିକାଶକାରୀ ଜନ
ସ୍ବଭାଷା ପ୍ରତି ଉଦାସୀନ
ରହିଲେ ସ୍ବଭାବ ବଶତଃ
ଭାଷାଟେ ହୁଏନି ଉନ୍ନତ
ଅବ୍ୟକ୍ତ ହେଲେ ମନୋଭାବ
ପ୍ରସରି ପାରେନି ସଦ୍ଭାବ
ମନର ସ୍ପଷ୍ଟ ଅଭିବ୍ୟକ୍ତି
ଭାଷାକୁ ଯୋଗାଇବ ଶକ୍ତି
ଏହି ପ୍ରସଂଗ ମନେ ରଖି
ଯଦି କରିବା ଲେଖାଲେଖି
ଆମର ପୂର୍ବର ଗୌରବ
ପୁନଶ୍ଚ ପ୍ରତିଷ୍ଠିତ ହେବ
Comments are closed.