କୋରାପୁଟ: କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ରଣସପୁର ପଞ୍ଚାୟତର ରାଣିଗଡ଼ ଓ ସରଗିପଦର ଗ୍ରାମର ଲୋକେ ନିଜର ହକ ବ୍ଲକ କାର୍ଯ୍ୟାଳୟ ରେ ତାଲା ପକାଇଛନ୍ତି । ଆଉ ବାହାରେ ବସି ଧାରଣା ଦେଇଛନ୍ତି । ଦାବି ପୂରଣ ପାଇଁ ଲିଖିତ ପ୍ରତିଶୃତି ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।
ବୋରିଗୁମ୍ମା ବ୍ଲକର ରାଣିଗଡ଼ ଏବଂ ସରଗି ପଦର ଗ୍ରାମବାସୀ ଏବେ ବି ମୌଳିକ ସୁବିଧାରୁ ବଞ୍ଚିତ । କିଛି ଗାଁ କୁ, ରାସ୍ତା, ଆଲୋକ, ପାନୀୟଜଳ, ସ୍କୁଲ, ଅଙ୍ଗନବାଡି ଓ ଡ଼ାକ୍ତରଖାନାଟିଏ ନାହିଁ । ଏହି ସମସ୍ୟାର ସମାଧାନ ପାଇଁ ପୂର୍ବରୁ ବାରମ୍ବାର ଗ୍ରାମବାସୀ ଆନ୍ଦୋଳନ କରିଛନ୍ତି । ହେଲେ ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନ ନେବାରୁ ବାଧ୍ୟ ହୋଇ ଗ୍ରାମବାସୀ ପୁଣି ବୁଧବାର ଧାରଣା ଦେଇଛନ୍ତି । ସମାଜସେବୀ ବି ହରୀ ରଓଙ୍କ ନେତୃତ୍ୱରେ ଦୁଇ ଖଣ୍ଡ ଗାଁର ଲୋକେ ବୋରିଗୁମ୍ମା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟ ଫାଟକରେ ତାଲା ପକାଇବା ସହ ଧାରଣା ଦେଇଥିଲେ ।
BREAKING NEWS
- ଶ୍ରୀୟା ଟକିଜ୍ ସାମ୍ନାରେ ବୁଲିଲା ଖଣ୍ଡା;ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
- Jharpada Jail: ଝାରପଡ଼ା ଜେଲ୍ର ୭ କଏଦୀ ଅସୁସ୍ଥ,ଆଇସିୟୁରେ ୩: ନିଶାସେବନ କରିବାରୁ ଅସୁସ୍ଥ ହୋଇ ପଡ଼ିଥିବା ସନ୍ଦେହ…
- ତାମିଲନାଡୁ ଗ୍ୟାସ୍ ଲିକ୍ ଟ୍ରାଜେଡି, ଭୁବନେଶ୍ବରରେ ପହଞ୍ଚିଲା ୫ ଶ୍ରମିକଙ୍କ ମୃତଦେହ, ଶ୍ରଦ୍ଧାଞ୍ଜଳୀ ଦେଲେ ମୁଖ୍ୟମନ୍ତ୍ରୀ
- JSW ଷ୍ଟିଲ୍ର ଓଡ଼ିଶା ଖଣି ବିଭାଗକୁ ଶ୍ରେଷ୍ଠ ପୁରସ୍କାରରେ ସମ୍ମାନିତ
- ପଦ୍ମ ଭୂଷଣରେ ସମ୍ମାନିତ ହେଲେ ଅଲକା ୟାଗ୍ନିକ, କେଉଁ ବିରଳ ରୋଗରେ ପୀଡ଼ିତ ଅଛନ୍ତି ସିଙ୍ଗର?
- ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ଫସିଲେ କି ଅଭିଷେକ
- ମତ୍ସ୍ୟଜୀବୀଙ୍କ ପାଇଁ ଆରମ୍ଭ ହେବ ‘ଲେଟର ଅଫ୍ ଅଥରାଇଜେସନ୍’
- ‘ହିଟ୍ମ୍ୟାନ୍’ ରୋହିତ ଶର୍ମାଙ୍କୁ ‘ପଦ୍ମଶ୍ରୀ’ ସମ୍ମାନ
- କେକେଆର ପକ୍ଷରୁ ଖେଳି ପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା !
- ୬୫ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ପ୍ରଦାନ, ୩ ଓଡ଼ିଆଙ୍କୁ ପଦ୍ମଶ୍ରୀ

Comments are closed.