ପୁରୀ: ପୁରୀ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ବିଶାଳ ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ରାଲି କଂଗ୍ରେସ ଭବନରୁ ବାହାରି ସହର ପରିକ୍ରମା କରିଥିଲା । ଆଇପିଏସ୍ ଦିପ୍ତେଶ୍ ପଟ୍ଟନାୟକଙ୍କ ବିରୋଧରେ ଓ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତ୍ୟୁ ସସପେନ୍ସକୁ ନେଇ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ରାଜ୍ୟ ସରକାରଙ୍କ ବିରୋଧରେ କର୍ମୀମାନେ ନାରାବାଜି ଦେଇଥିଲେ । ଆଇପିଏସ୍ ଦୀପ୍ତେଶ୍ ପଟ୍ଟନାୟକ ଯେଉଁଭଳି ଭାବରେ ଆଦିବାସୀ ଲୋକଙ୍କୁ ମାଡ ମାରିଛନ୍ତି ତାଙ୍କ ବିରୋଧରେ କଣପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ସେ ନେଇ ଯୁବ ଓ ଛାତ୍ର କଂଗ୍ରେସ ପ୍ରଶ୍ନ କରିଛି । ସେପଟେ ମହିଳା କ୍ରିକେଟର ରାଜଶ୍ରୀଙ୍କ ମୃତ୍ୟୁର ଉଚ୍ଚସ୍ତରୀୟ ତଦନ୍ତ ସହ ସୁଇସାଇଡ୍ ନୋଟ୍ରେ ଉଲ୍ଲେଖ ଥିବା କୋଚ୍ଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଜିଲ୍ଲା କଂଗ୍ରେସ ଦାବି କରିଛିି । ରାଜଶ୍ରୀଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ତାଙ୍କ ସାନ ଭଉଣୀକୁ ଚାକିରୀ ଖୁବଶୀଘ୍ର ସରକାର ପ୍ରଦାନ ନକଲେ କଂଗ୍ରେସ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଓ ବିଧାନସଭା ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
BREAKING NEWS
- Naxalites Surrender: ‘ଲାଲ ଆତଙ୍କ’ଉପରେ ପ୍ରହାର: ୮ଲକ୍ଷ ପୁରସ୍କାର ରାଶି ଥିବା ୪ ମାଓବାଦୀଙ୍କ ଆତ୍ମସମର୍ପଣ
- ଏଣିକି ମହାପ୍ରୟାଣ ପରିବର୍ତ୍ତେ ‘୧୦୯ ନମ୍ବର’ ଗାଡି ବ୍ୟବହାର କରାଯିବ: ସ୍ବାସ୍ଥ୍ୟମନ୍ତ୍ରୀ
- ୧୯ ବର୍ଷରୁ କମ ମହିଳା ଫୁଟବଲ: ଭାରତୀୟ ଦଳରେ ସ୍ଥାନ ପାଇଲେ ଓଡିଶାର ଆକାଶୀ
- ରଣଜୀ ଟ୍ରଫି: ଓଡିଶା ବିପକ୍ଷରେ ଝାରଖଣ୍ଡ ୩୮ ରନରେ ପଛୁଆ
- ବଲିଉଡ ଫିଲ୍ମ କାହିଁକି ଶୁକ୍ରବାର ଦିନ ରିଲିଜ୍ ହୁଏ ?
- CBI Raid: ୭୫ ହଜାର ଟନ୍ କୋଇଲାର ମିଳୁ ନାହିଁ ହିସାବ; MCLରେ ସିବିଆଇର ତନାଘନା
- ରାଜ୍ୟର ସହରାଞ୍ଚଳରେ ପାର୍କର ବଦଳିବ ରୂପରେଖ: ନଗର ଉନ୍ନୟନ ମନ୍ତ୍ରୀ
- ଟି୨୦ ବିଶ୍ୱକପ କ୍ରିକେଟ: ଘୋଷଣା ହେଲା ମ୍ୟାଚ ଅଫିସିଆଲଙ୍କ ନାମ, ୨ଜଣ ଭାରତୀୟ ସାମିଲ
- Black Tigers: ରାଜ୍ୟରେ ବଢିଛି କଳା ବାଘଙ୍କ ସଂଖ୍ୟା..
- First newspaper in india: ଭାରତର ପ୍ରଥମ ଖବରକାଗଜ…ଦୋହଲାଇ ଦେଇଥିଲା ବ୍ରିଟିଶ ଶାସନର ମୂଳଦୁଆ
Comments are closed.