ସୁବର୍ଣ୍ଣପୁର: ବାଜୁଛି ବାଜା । ତାଳେ ତାଳେ ନାଚୁଛନ୍ତି ଲୋକେ । ଆଉ ସେମାନଙ୍କ ଭିତରେ ବେକରେ ଫୁଳମାଳ ପକାଇ ପ୍ରତ୍ୟେକ ଲୋକଙ୍କୁ ଜୁହାର କରି ଆଗକୁ ଚାଲିଛନ୍ତି ଜଣେ ଯୁବକ । ଏହା କୌଣସି ନିର୍ବାଚନୀ ପ୍ରଚାର ନୁହେଁ ବା ସେ ନେତା ନୁହଁନ୍ତି । ଦିର୍ଘ ୧୫ ବର୍ଷ ତଳେ ହଜିଯାଇଥିବା ପୁଅ ଘରକୁ ଫେରୁଛି । ଯେଉଁଥିପାଇଁ ସାରା ଗାଁରେ ଏ ଉତ୍ସବର ମାହୋଲ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ନୂଆଁପାଲି ଗାଁରେ ।
୨୦୦୮ ମସିହାର କଥା । ନୁଆଁପାଲି ଗାଁର ଲଛମନ ବାଗଙ୍କ ପୁଅ ପୁର୍ଣ୍ଣ ମାନସିକ ଭାରସାମ୍ୟ ହରାଇ ଘରୁ କେଉଁଆଡ଼େ ଚାଲିଯାଇଥିଲେ । ପରିବାର ଲୋକେ ବନ୍ଧୁବାନ୍ଧବଙ୍କଠାରୁ ଆରମ୍ଭ କରି ବିଭିନ୍ନ ଜାଗା ବହୁତ ଖୋଜିଲେ । ହେଲେ ପୂର୍ଣ୍ଣଙ୍କର କୌଣସି ପତ୍ତା ପାଇଲେ ନାହିଁ । ଶେଷରେ ପୁଅକୁ ନ ପାଇ ପୁରା ପରିବାର ହତାଶ ହୋଇପଡ଼ିଲେ । ପୁଅ କେଉଁଠି ଥିବ, କେମିତି ଥିବ, କ’ଣ ଖାଉଥିବ ଏହା ଭାବି ଭାବି ବାପା ମାଆ ଭାଙ୍ଗି ପଡ଼ିଲେ । ସମୟ ଗଡିବା ସହ ଧୀରେ ଧୀରେ ପରିବାର ଲୋକେ ତୁନି ରହିଯାଇଥିଲେ । ଦୀର୍ଘ ୧୫ ବର୍ଷ ପରେ ହଠାତ୍ ଦିନେ ପୁଅ ତାମିଲନାଡ଼ୁର ରାମନାଦପୁରମସ୍ଥିତ ଏକ ଏନଜିରେ ଥିବା ନିକଟସ୍ଥ ବଡଭଇଁରୋ ଗାଁର ସମାଜସେବୀ ମନୋଜଙ୍କଠାରୁ ଖବର ପାଇଲେ । ଏହା ଶୁଣିବା ପରେ ପରିବାର ଲୋକଙ୍କ ଗୋଡ଼ ତଳେ ଲାଗିଲା ନାହିଁ । ପୁଅକୁ କେମିତି ଆଣିବେ ସେଥିଲାଗି ଆତ୍ମହରା ହୋଇପଡ଼ିଲେ । ପୁର୍ଣ୍ଣଙ୍କୁ ଆଣିବା ପାଇଁ ତାଙ୍କ ଭାଇ ଓ ମନୋଜ ତାମିଲନାଡ଼ୁରେ ପହଞ୍ôଚଲେ । ସେଠାକାର ଜିଲାପାଳ ପୂର୍ଣ୍ଣଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବା ସହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ୧୫ ବର୍ଷ ପରେ ପୂର୍ଣ୍ଣ ଗାଁକୁ ଫେରୁଥିବାରୁ ଗ୍ରାମବାସୀ ଓ ପରିବାର ଲୋକଙ୍କ ଖୁସି କହିଲେ ନ ସରେ । ପୂର୍ଣ୍ଣ ଗାଁରେ ପହଞ୍ôଚବା ପରେ ଫୁଲମାଳ ଦେଇ ଶୋଭାଯାତ୍ରାରେ ପାଛୋଟି ଆଣିଥିଲେ ଗ୍ରାମବାସୀ ।
BREAKING NEWS
- Spying For Pakistan: ପାକ୍ ଗୁପ୍ତଚରଙ୍କୁ ଗୋପନୀୟ ତଥ୍ୟ ପଠାଉଥିବା ଅଭିଯୋଗରେ ଅବସରପ୍ରାପ୍ତ IAF ଅଧିକାରୀ ଗିରଫ
- Odisha Masters 2025:ଡିସେମ୍ବର ୧୪ରେ ଫାଇନାଲ ମ୍ୟାଚ; ଏହି ଭାରତୀୟ ଖେଳାଳୀ ଦେଖାଇବେ ଦମ୍
- କୃଷିର ନିରନ୍ତର ଅଭିବୃଦ୍ଧି ପାଇଁ ଶୀତଳ ଭଣ୍ଡାର ଏକ ସହାୟକ ପରିବେଶ ସୃଷ୍ଟି କରିବ: କୃଷି ମନ୍ତ୍ରୀ
- ପରଲୋକରେ ବରିଷ୍ଠ ସାମ୍ବାଦିକ ଦୁଲାଲ ମିଶ୍ର
- ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣରେ ସମ୍ବର୍ଦ୍ଧିତ ହେଲେ ରାଜ୍ୟର ୩୦ ଛାତ୍ରଛାତ୍ରୀ; ଯିବେ ISRO
- ବନ୍ଦେ ଭାରତ ଟ୍ରେନରେ ମିଳିବ ସ୍ଥାନୀୟ ଖାଦ୍ୟ, ପରେ ଅନ୍ୟ ଟ୍ରେନରେ ବି ହେବ ଉପଲବ୍ଧ…
- ସତରେ କଣ ଘରର ସୁନା ଯୋଗିଥାଏ ସାପ ? କ’ଣ କହୁଛି ଧର୍ମ…
- ଆପଣଙ୍କ ଶରୀରରେ ରହିଛିକି ଭିଟାମିନ ଡି ଅଭାବ: ସାବଧାନ! ମନକୁ ଆସିପାରେ ଆତ୍ମତ୍ୟା କରିବାର ଚିନ୍ତା…
- ନିଜ ଦେହର ମାଂସ ଖାଇଗଲେ କଏଦୀ ! ଛାତିଥରା ଘଟଣା
- ଆପଣଙ୍କ ପାସୱାର୍ଡ ଆଉ ଜଣଙ୍କ ପାଖରେ! ଜାଣନ୍ତୁ କିଏ…
Comments are closed.