Latest Odisha News

BREAKING NEWS

ପଦ୍ମବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଆଜି ଶ୍ରୀମନ୍ଦିରେରେ ମହାପ୍ରଭୁଙ୍କ ପଦ୍ମବେଶ ଅନୁଷ୍ଠିତ ହେବ । ବଡ଼ସିଂହାର ବେଶ ପରେ ପଦ୍ମ ବେଶରେ ସଜ୍ଜିତ ହେବେ ମହାପ୍ରଭୁ । ପ୍ରତିବର୍ଷ ତ୍ରିବେଣୀ ଅମାବାସ୍ୟା ପରବର୍ତ୍ତୀ ବୁଧବାର କିମ୍ବା ଶନିବାର ଏହି ବେଶରେ ଦର୍ଶନ ଦିଅନ୍ତି ଭାବମୂର୍ତ୍ତୀ। ଚଳିତ ବର୍ଷ ତ୍ରିବେଣୀ ଅମାବାସ୍ୟା ୨୧ ତାରିଖରେ ପଡିଥିବା ବେଳେ ଆଜି ବୁଧବାର ପଡ଼ୁଥିବାରୁ ମହାପ୍ରଭୁଙ୍କୁ ଘୋଡ ଲାଗି କରାଯାଇ ବେଶ ଲାଗି କରାଯିବ । ଏହି ବେଶରେ ବଡ଼ଠାକୁରଙ୍କ ନିକଟରେ ସ୍ବତନ୍ତ୍ର ଖିରି ଭୋଗ ଲାଗି ହେବ ।

ପୌରାଣିକ ମତ ଅନୁଯାୟୀ, ଭକ୍ତ ମନୋହର ଦାଶର ମନୋବାଞ୍ଛା ପୂର୍ଣ୍ଣ କରିବା ପାଇଁ ମହାପ୍ରଭୁଙ୍କୁ ଏହି ପଦ୍ମ ବେଶ କରାଯାଇଥାଏ । ପଣ୍ଡୁ ପୂର୍ଣ୍ଣମୀ ଠାରୁ ଏହି ବେଶ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଶୋଲ, ଜରି, ଜମ୍ବୁରା, ପ୍ରାକୃତିକ ରଙ୍ଗରେ ବେଶ ନିର୍ମାଣ କରାଯାଇଛି । କଦଳୀ ପାଟୁକାରେ କଦମ୍ବ ଫୁଲ, ହଂସ, ପଦ୍ମ ଆଦି ବିଭିନ୍ନ ପାରମ୍ପରିକ ବେଶ ନିର୍ମାଣ କରାଯାଇ ମହାପ୍ରଭୁଙ୍କୁ ପଦ୍ମ ବେଶରେ ସଜ୍ଜିତ କରାଯିବ । ତେବେ ବେଶ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିରକୁ ଅଣାଯିବ  । ଆଉ ମହାପ୍ରଭୁଙ୍କୁ ପଦ୍ମବେଶରେ ସଜ୍ଜିତ କରାଯିବ  । କାଲି ସକାଳୁ ପଦ୍ମବେଶରେ ଦର୍ଶନ କରିବେ ଶ୍ରଦ୍ଧାଳୁ  ।

Leave A Reply

Your email address will not be published.