Latest Odisha News

BREAKING NEWS

ବିଜେପି ଛାଡ଼ିଲେ ଗିରିଧର ଗମାଙ୍ଗ ଓ ପୁଅ ଶିଶିର

ଭୁବନେଶ୍ଠର:ବିଜେପି ଛାଡିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ ଓ ତାଙ୍କ ପୁତ୍ର ଶିଶିର ଗମାଙ୍ଗ । ଏ ନେଇ ଆଜି ଏକ  ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବାପା-ପୁଅ । ଉଭୟେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ପତ୍ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କୁ ପଠାଇ ଦେଇଛନ୍ତି । ଗିରିଧର ବହୁଦିନ ଧରି ବିଜେପି ପ୍ରତି ଅସନ୍ତୁଷ୍ଟ ଥିଲେ ।  ତାଙ୍କୁ ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ କରାଯାଉଥିଲା ବୋଲି ପ୍ରେସମିଟରେ କହିଛନ୍ତି ଗିରିଧର ଓ ତାଙ୍କ ପୁଅ ଶିଶିର ।

ପ୍ରେସ ମିଟରେ ନିଜ ମନର ଆବେଗକୁ ପ୍ରକାଶ କରି ବିଜେପି ବିରୋଧରେ ବର୍ଷିଛନ୍ତି ଗିରିଧର । ସେ ଅଭିଯୋଗ ଆଣିଛନ୍ତି, ଦଳରେ ତାଙ୍କୁ ଦେଖି ନ ଦେଖିବା ପରି ବ୍ୟବହାର କରାଯାଉଥିଲା । ଦକ୍ଷିଣ ଓଡ଼ିଶାର ଜଣେ ନେତାଙ୍କ ପ୍ରରୋଚନାରେ ତାଙ୍କ ଅଣଦେଖା କରାଯାଉଥିବା ସେ କହିଛନ୍ତି ।

ଏଠି କହିରଖିବୁ, କିଛିଦିନ ତଳେ   ଗିରିଧର ଓ  ତାଙ୍କ ପୁଅ ଶିଶିର ଭାରତ ରାଷ୍ଟ୍ର ସମିତିରେ ବିଆରଏସର ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଭେଟିଥିଲେ। ଏହି ସମୟରେ ଓଡ଼ିଶା ବାବଦରେ ସେ ଆଲୋଚନା କରିଥିଲେ। ସେବେଠାରୁ ଉଭୟ ବାପ-ପୁଅ ବିଜେପି ଛାଡ଼ିବେ ବୋଲି ଅନୁମାନ କରାଯାଉଥିଲା ।

ଦିନକ ପୂର୍ବରୁ ଶିଶିର ଗମଙ୍ଗ ଓଡ଼ିଶା ସମ୍ବାଦକୁ ଏକ ସାକ୍ଷାତ ଦେଇ ଏହି ସନ୍ଦେହକୁ ସ୍ପଷ୍ଟ କରିଥିଲେ । ଉଭୟେ ବିଆରଏସରେ ମିଶିବା ନେଇ ଇସାରା ଦେଇଥିଲେ ।  ଯଦିଓ ସେତେବେଳେ ସେ ତାରିଖ ସ୍ପଷ୍ଟ କରି ନ ଥିଲେ ତେବେ ସାକ୍ଷାତର ଦିନକ ପରେ ସେମାନ ଦଳ ଛାଡ଼ିଛନ୍ତି ।

ଓଡ଼ିଶା ସମ୍ବାଦର ‘ଜବାବ ସୁଆଲ’କୁ ସାକ୍ଷାତ ଦେଇ ଶିଶିର କହିଥିଲେ,  ବିଜେପି ଛାଡିବା ପଛର କାରଣ ଦଳରେ ଥିବା ଅସନ୍ତୋଷ । କଂଗ୍ରେସରେ ଥିବା ବେଳେ ରାହୁଲ ଗାନ୍ଧୀଙ୍କୁ ଉଭୟ ଭେଟିଥିଲେ। ହେଲେ ରାହୁଲ ଗାନ୍ଧୀ ସମସ୍ୟା ବୁଝିପାରୁନଥିଲେ। ତେଣୁ ଉଭୟ ବାପ-ପୁଅ ଦଳର ଭବିଷ୍ୟତ ଏବଂ ନିଜର ଭବିଷ୍ଯତ ବାବଦରେ ଚିନ୍ତା କରି କଂଗ୍ରେସ ଛାଡି  ବିଜେପିରେ ସାମିଲ ହୋଇଥିଲେ।

ହେଲେ ପରେ ବିଜେପି ଦେଇଥିବା କଥା ରଖି ନ ଥିଲା । ଏପରିକି ଦଳ ତାଙ୍କୁ ଅଣଦେଖା ବି କରିଥିଲା । କିଛି ଦିନ ଚୁପ ରହିବା ପରେ ଶେଷରେ ଆଜି ସେ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି ।

 

Leave A Reply

Your email address will not be published.