Latest Odisha News

ବିମାନରେ ମଦ୍ୟପାନ ସେବା ନିୟମରେ ପରିବର୍ତ୍ତନ ଆଣିଲା ଏୟାର୍ ଇଣ୍ଡିଆ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ଗ୍ରାହକଙ୍କୁ ପରସାଯାଉଥିବା ମଦ ନୀତିରେ ପରିବର୍ତ୍ତନ ଆଣିଛି ବିମାନ ଚଳାଚଳ ସଂସ୍ଥା। ଗୋଟିଏ ପରେ ଗୋଟିଏ ଯାତ୍ରୀ ଦୁର୍ବ୍ୟବହାର ଘଟଣା ସଂସ୍ଥାକୁ ବଦନାମ କରିବା ପରେ ଓ କମ୍ପାନୀ ଉପରେ ପେନାଲ୍ଟି ଲାଗିବା ପରେ ସଂସ୍ଥା ପୂର୍ବରୁ ଥିବା ନିଜ ଆଲକହଲ ସର୍ଭିସ୍‌ରେ ପରିବର୍ତ୍ତନ କରିଥିବା ନେଇ ସୂଚନା ଦେଇଛି। ଏଥିରେ ଗ୍ରାହକଙ୍କୁ ଚୁତରାତ ସହ ମଦ ଦେବାକୁ ମନା କରିବା ବି ସାମିଲ୍ ଅଛି।

ସଂସୋଧିତ ନୀତିରେ ଗ୍ରାହକ ନିଜେ ଆଣିଥିବା ମଦ ପିଇପାରିବେ ନାହିଁ। କେବିନ କ୍ରୁ ମେମ୍ବର ହିଁ ସେମାନଙ୍କୁ ଏହି ସେବା ଯୋଗାଇ ଦେବେ। ତା ଛଡ଼ା ଯଦି କୌଣସି ଯାତ୍ରୀ ନିଜେ ଆଣିଥିବା ମଦ ପିଇଲେ, ତେବେ କ୍ରୁ ମେମ୍ବର ଏଥିପ୍ରତି ସଜାଗ ରହିବେ ବୋଲି ନିର୍ଦ୍ଦେଶାବଳୀରେ କୁହାଯାଇଛି।

ଏନେଇ ଏକ ବିବୃତ୍ତି ଜାରି କରି ଏୟାର ଇଣ୍ଡିଆ ପ୍ରବକ୍ତା କହିଛନ୍ତି ଯେ ଅନ୍ୟ ବିମାନ ସଂସ୍ଥାଙ୍କ ସହ ପରାମର୍ଶ ଓ ଆମେରିକାର ଜାତୀୟ ରେସ୍ତୋରାଁ ଆସୋସିଏସନ ଗାଇଡ୍‌ଲାଇନ୍‌ ଅନୁସାରେ ସଂଶଧିତ ନୀତି ପ୍ରସ୍ତୁତ କରାଯାଇଛି। ଏନେଇ ସେ କହିଛନ୍ତି “ନୂଆ ନିୟମ ଅନେକାଂସେର ପୁରୁଣା ନିୟମ ସହ ମେଳକ ରହିଛି। ତେବେ ସ୍ପଷ୍ଟତା ପାଇଁ ଏଥିରେ କିଛି ପରିବର୍ତ୍ତନ କରାଯାଇଛି। ତା ସହ ଏନ୍‌ଆର୍‌ଏ ଟ୍ରାଫିକ୍ ଲାଇଟ୍ ସିଷ୍ଟମ୍‌କୁ ଏଥିରେ ସ୍ଥାନ ମିଳିଛି। ଫଳରେ କ୍ରୁ ମେମ୍ବରମାନେ ନିଶାଶକ୍ତ ଘଟଣାଗୁଡ଼ିକୁ ଚିହ୍ନଟ କରିପାରିବେ।”

ସୂଚନା ଥାଉକି, ଏୟାର ଇଣ୍ଡିଆ ବିମାନରେ ଜଣେ ବୟସ୍କା ଯାତ୍ରୀଙ୍କ ବିରୋଧରେ ଜଣେ ଯାତ୍ରୀଙ୍କର ଦୁର୍ବ୍ୟବବହାର ଘଟଣାରେ ଡିଜିସିଏ ନିକଟରେ ଏୟାର ଇଣ୍ଡିଆକୁ ୪୩ ଲକ୍ଷ ଫାଇନ୍ କରିଥିଲା। ପ୍ରଥମ ଘଟଣା (ନ୍ୟୁୟର୍କ-ଦିଲ୍ଲୀ ବିମାନରେ ପରିସ୍ରା କରିବା ଘଟଣା)ରେ ୩୦ ଲକ୍ଷ ଓ ଫାଇନ ସହ ଅଭିଯୁକ୍ତ ଯାତ୍ରୀ ଶଙ୍କର ମିଶ୍ରଙ୍କ ମାମଲାକୁ ଭୁଲ ଭାବରେ ପରିଚାଳନା କରିଥିବାରୁ ବିମାନ ସେବାର ନିର୍ଦ୍ଦେଶକଙ୍କୁ ୩ ଲକ୍ଷ ଫାଇନ ହୋଇଥିଲା। ସେହିପରି ଦ୍ୱିତୀୟ ଘଟଣା ପ୍ୟାରିସ-ନୂଆଦିଲ୍ଲୀ ବିମାନ ଖାଲି ସିଟ୍ ଉପରେ ପରିସ୍ରା କରିବା ଓ ମଦ୍ୟପ ଯାତ୍ରୀଙ୍କ ବିଷୟରେ ସୂଚନା ନ ଦେବା ଅଭିଯୋଗରେ ୧୦ ଲକ୍ଷ ଫାଇନ ହୋଇଥିଲା।

Comments are closed.