Latest Odisha News

BREAKING NEWS

ପ୍ରଭାତ ମହାପାତ୍ରଙ୍କ ‘ପ୍ରଭାତ ସମ୍ଭାର’ ଉନ୍ମୋଚିତ

ଭୁବନେଶ୍ବର :  ଏଥେନା ବୁକ୍ସ ଆନୁକୁଲ୍ୟରେ ବିଶିଷ୍ଟ ଗାଳ୍ପିକ ପ୍ରଭାତ ମହାପାତ୍ରଙ୍କ ଦ୍ଵାରା ରଚିତ ସମସ୍ତ ଗଳ୍ପକୁ ନେଇ ଗୋଟିଏ ଗଳ୍ପ ସଙ୍କଳନ ‘ପ୍ରଭାତ ସମ୍ଭାର’ ଏଥେନା ବୁକ୍ସର ସଭା ଗୃହରେ ଉନ୍ମୋଚିତ ହୋଇଯାଇଛି ।

ବିଶିଷ୍ଟ ଜୀବନୀକାର ସତ୍ୟ ନାରାୟଣ ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି ସାରସ୍ଵତ କାର୍ଯ୍ୟକ୍ରମରେ ବିଶିଷ୍ଟ ଗାଳ୍ପିକ ସଦାନନ୍ଦ ତ୍ରିପାଠୀ ମୁଖ୍ୟ ଅତିଥି , ଗାଳ୍ପିକ ସୁରେଶ ଚନ୍ଦ୍ର ଛୋଟରାୟ ସମ୍ମାନିତ ଅତିଥି, ଗାଳ୍ପିକ ରମେଶ ପଟ୍ଟନାୟକ ସମ୍ମାନନୀୟ ଅତିଥି, ଗାଳ୍ପିକା କନକ ମଞ୍ଜରୀ ପଟ୍ଟନାୟକ ଅନ୍ୟତମ ଅତିଥି, ଭାଷାବିତ ଦେବାଶିଷ ମହାପାତ୍ର ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ। ଜନ-ଜୀବନ ସହ ଜଡ଼ିତ ଶ୍ରୀଯୁକ୍ତ ମହାପାତ୍ରଙ୍କ ଗଳ୍ପ ସବୁବେଳେ ସ୍ଵତନ୍ତ୍ର , ଯାହା ସାଧାରଣ ଜୀବନରେ କଥା କହେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଲେଖକ ତଥା ପ୍ରକାଶକ ରାଜ କିଶୋର ଦାସଙ୍କ ପ୍ରାରମ୍ଭିକ ସୂଚନାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅଲେଖ ନନ୍ଦୀ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ପରିଶେଷରେ ସୁପ୍ରିୟା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.