ଗଛ ଉପରେ ତିଆରି ହୋଇଛି ସୁନ୍ଦର ଲାଇବ୍ରେରୀ । ଆଉ ସେଠାକୁ ପାଠକୀୟ ରୁଚି ରଖୁଥିବା ଲୋକମାନେ ମଧ୍ୟ ପଢିବାକୁ ଆସୁଛନ୍ତି । ଏହା ପଡିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ ନିଶ୍ଚୟ । ଏମିତି ଏକ ଅଜବ ଲାଇବ୍ରେରୀ ରହିଛି ଆମେରିକାରେ ।
କୌଣସି ଘର ଭିତରେ ନୁହେଁ, ଘର ବାହାରେ ଶୁଖିଲା ଗଛରେ ରହିଛି ଲାଇବ୍ରେରୀ । ମାନେ ଏହି ଲାଇବ୍ରେରୀରେ ସମସ୍ତ ସୁବିଧା ସୁଯୋଗ ଅଛି, ପାଠକ ବି ଅଛନ୍ତି । କିନ୍ତୁ ଗଛରେ ଲାଇବ୍ରେରୀ ତିଆରି ହୋଇଥିବାରୁ ତାହା ଆସିଛି ଚର୍ଚ୍ଚାକୁ । ଆମେରିକାର ଇଡ଼ାହୋ ରାଜ୍ୟରେ ଜଣେ ଆର୍ଟିଷ୍ଟ ଘର ବାହାରେ ଥିବା ଏକ ଶୁଖିଲା ଗଛରେ ଏହି ଛୋଟ ଲାଇବ୍ରେରୀ ନିର୍ମାଣ କରିଛନ୍ତି । ଏହି ଲାଇବ୍ରେରୀରେ ପିଲାଙ୍କ ଲାଗି ରହିଛି ୭୦ରୁ ଊର୍ଦ୍ଧ୍ୱ ପୁସ୍ତକ । ଏହାସହିତ ବିଭିନ୍ନ ପତ୍ରପତ୍ରିକା,ଉପନ୍ୟାସ ସହିତ ପାଠ୍ୟ ପୁସ୍ତକ ମଧ୍ୟ ଉପଲବ୍ଧ । ଏଭଳି କ୍ରିଏଟିଭ୍ ଉଦ୍ୟମ କରିଥିବା ଏହି ଆର୍ଟିଷ୍ଟଙ୍କ ନାମ ହେଉଛି ଶାରଲେ ଏମିଟଜ ହାୱର୍ଡ଼ । ଏହି ଲାଇବ୍ରେରୀକୁ ଦେଖିଲେ ଆପଣ ତାହା ଭିତରକୁ ଯାଇ ବହି ପଢ଼ିବାକୁ ଆଗ୍ରହ ପ୍ରକାଶ କରିବେ । ଆର୍ଟିଷ୍ଟ ଶାରଲେଙ୍କ କହିବା କଥା ହେଲା, ଏହି ଲାଇବ୍ରେରୀ ନିର୍ମାଣ କରିବା ପାଇଁ ୭୩ ଡ଼ଲାର ବା ୫,୧୩୩ ଟଙ୍କା ଖର୍ଚ୍ଚ ହୋଇଛି । ଏହି ଲାଇବ୍ରେରୀକୁ ନିଜ ଘର ପଛରେ ଥିବା ୧୦୦ ବର୍ଷର ପୁରୁଣା ଗଛରେ ରଚନାତ୍ମକ ଉପାୟରେ ନିର୍ମାଣ କରିଛନ୍ତି । ସେ ସେଥିରେ ଲାଇବ୍ରେରୀୟାନ ଭାବେ କାମ କରନ୍ତି । ସୋସିଆଲ ମିଡ଼ିଆରେ ପ୍ରଚାର ପୂର୍ବରୁ ଏଭଳି ଏକ ଅଭିନବ ଉଦ୍ୟମ ବାବଦରେ କ୍ୱଚିତ୍ ଲୋକ ଜାଣିଥିଲେ । ହେଲେ ଏହାକୁ ଫେସବୁକରେ ପୋଷ୍ଟ କଲା ପରେ ତାଙ୍କ ଉଦ୍ୟମକୁ ମିଳିଲା ଢେର୍ ପ୍ରଶଂସା । ସୋସିଆଲ ମିଡ଼ିଆରେ ସେ ଲେଖିଛନ୍ତି ଯେ, ଆମ ଘର ବାଡ଼ିରେ ଥିବା ଏକ ବିଶାଳ ଗଛ କାଟିବାକୁ ପଡ଼ୁଥିଲା, ଯାହା ଶହେ ବର୍ଷର ପୁରୁଣା । ସେ ଏହାକୁ ନଷ୍ଟ ନ କରି ତାହାକୁ ଠିକ୍ ଭାବେ ଉପଯୋଗ କରିବାକୁ ମନସ୍ଥ କଲେ । ସେଥିରେ ଏକ ଲାଇବ୍ରେରି କରିବାକୁ ନିଷ୍ପତି ନେଲେ । ସେହି ଗଛକୁ କଟାକଟି କରି ସେଥିରେ ଏକ ଲାଇବ୍ରେରୀ ନିର୍ମାଣ କଲେ । ଏହି ଗଛକୁ କାଟି ଏକ ଆଲମାରି ଆକୃତିର ପ୍ରସ୍ତୁତ କରିଛନ୍ତି । ତାହା ଭିତରେ ଲାଇଟ୍ ଲଗାଇବା ସହ ବାହାରେ ମଧ୍ୟ ଲାଇଟ୍ରେ ସଜ୍ଜିତ କରିଛନ୍ତି, ଯାହା ସ୍ଥାନୀୟ ଲୋକଙ୍କୁ ବହୁତ ପସନ୍ଦ ।
BREAKING NEWS
- ୧୭ରୁ ଅଧିକ ମାମଲାରେ ସଂପୃକ୍ତ ଦୁର୍ଦ୍ଦାନ୍ତ ଅପରାଧୀ ବଣ୍ଟି ପ୍ରସାଦକୁ ଏନ୍କାଉଣ୍ଟର
- Weather Update: ଦଶହରାରେ ଖରାପ ହେବନି ପାଣିପାଗ, ବର୍ଷାରେ ଭିଜିପାରେ କୁମାର ପୂର୍ଣ୍ଣିମା
- କୋଲକାତା ଟ୍ରେଜେଡି: ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ, ରିମାଣ୍ଡରେ ୭ ଅଭିଯୁକ୍ତ
- ଦୁର୍ଗାପୂଜା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି; ୧,୨୪୩ଟି ପୂଜା ମଣ୍ଡପରେ…
- ଲସ୍ ଆଞ୍ଜେଲସରେ ହେବ ‘ରାମାୟଣ’ର ୱାର୍ଲ୍ଡ ପ୍ରିମିୟର
- ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କୁ ମୁମ୍ବାଇର ‘ଶିବତୀର୍ଥ’ ବାସଭବନରେ ଭେଟିଲେ ଅଭିନେତା ଆମିର ଖାଁ
- ରଣଜୀ ଟ୍ରଫି: ଓଡ଼ିଶାର ଭଲ ଆରମ୍ଭ ପରେ ମଜବୁତ ସ୍ଥିତିକୁ ଫେରିଲା କେରଳ, ସଚିନ୍ ବେବିଙ୍କ ଶତକ
- ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ କାରକୁ ଗୁଳିମାଡ଼
- ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୨ୟ ଟେଷ୍ଟ୍ରେ ୧୦୦ ବର୍ଷର ଐତିହାସିକ ରେକର୍ଡ
- ଶୀତଳା ମାତା ମନ୍ଦିର ଦୁର୍ଘଟଣା; ଡ୍ରାଇଭରଙ୍କୁ ଜଣାନଥିଲା ରାସ୍ତା, ଗୁଗୁଲ୍ ମ୍ୟାପ୍ ପାଇଁ…

Comments are closed.