ପିଆଜ ଓ ରସୁଣର ମୂଲ୍ୟ ବୃଦ୍ଧି ଏବଂ ହ୍ରାସ ନେଇ ସବୁବେଳେ ଚର୍ଚ୍ଚା । କୁହାଯାଏ, ଗରିବଙ୍କ ଘରେ ପ୍ରତ୍ୟେକ ଦିନ ପିଆଜ ଦରକାର ପଡ଼ିଥାଏ । ପିଆଜ ଓ ରସୁଣ ଖାଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ତଥାପି ଏମିତି ଏକ ଗାଁ ଅଛି ଯେଉଁଠି ବର୍ଷ କି ଦୁଇ ବର୍ଷ ନୁହେଁ ୪୫ ବର୍ଷରୁ ଅଧିକ ଦିନ ହେଲାଣି ଲୋକେ ପିଆଜ ରସୁଣ ଖାଇନାହାନ୍ତି । ଏମିତି କି ଏହାକୁ ଘରକୁ କିଣି ଆଣିବାକୁ ବି ଭୟ କରିଥାନ୍ତି । କାହିଁକି ଜାଣନ୍ତୁ ।
ଏହି ଗାଁ ବିହାରର ଜହାନାବାଦ ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଅବସ୍ଥିତ । ଏହା ତ୍ରିଲୋକି ବିଘା ଗାଁ ଭାବେ ପରିଚିତ । ଏହି ଗାଁରେ ପ୍ରାୟ ୩୦ ରୁ ୩୫ ଟି ଘର ରହିଛି । ଏଠାରେ ବସବାସ କରୁଥିବା ସମସ୍ତଙ୍କ ଘରେ ପିଆଜ ଏବଂ ରସୁଣ ଖାଇବା ପୁରା ନିଷେଧ । ଏଠାକାର ଲୋକଙ୍କ କହିବା କଥା ହେଲା, ଗାଁରେ ବହୁ ପୁରୁଣା ଏକ ଠାକୁରବାଡି ମନ୍ଦିର ରହିଛି । ଏଠାରେ ଏହି ଠାକୁରଙ୍କର ବହୁତ ମାହାତ୍ମ୍ୟ ରହିଛି । ତାଙ୍କ ପାଖରେ ଯେଉଁ ଲୋକ ମାନସିକ କରନ୍ତି ତାହା ନିଶ୍ଚୟ ପୂରଣ ହୁଏ । ତେଣୁ ଏହି ମନ୍ଦିର ଯୋଗୁଁ ପ୍ରାୟ ୪୫ ବର୍ଷରୁ ଅଧିକ ହେବ ଏହି ଗାଁର ଲୋକମାନେ ପିଆଜ ଏବଂ ରସୁଣ ଖାଇବା ବନ୍ଦ କରିଦେଇଛନ୍ତି । ଗାଁରେ ଅନେକ ଲୋକ ଏହି ପରମ୍ପରାକୁ ଭାଙ୍ଗିବାକୁ ଚେଷ୍ଟା କରିବାରୁ ସେମାନଙ୍କ ଘରେ ଅନେକ ଅଘଟଣ ଘଟିଥିଲା ବୋଲି ଲୋକେ କୁହନ୍ତି । ଏହି ଘଟଣା ପରେ ଏଠାକାର ଲୋକମାନେ ରସୁଣ ଓ ପିଆଜ ଖାଇବା ବନ୍ଦ କରି ନ ଥିଲେ ବରଂ ବଜାରରୁ ଆଣିବା ବନ୍ଦ କରିଦେଇଥିଲେ । କେବଳ ରସୁଣ ଏବଂ ପିଆଜ ନୁହେଁ, ମାଂସ ଏବଂ ମଦ୍ୟପାନ ଭଳି ଜିନିଷ ଏହି ଗାଁରେ ନିଷେଧ ।
BREAKING NEWS
- ଷ୍ଟେଜରେ ନଖ କାଟିଲେ ଅରିଜିତ ସିଂ
- ନାମାଙ୍କନ ପତ୍ର ଦାଖଲ କଲେ ଡ଼ା.ରାଜଶ୍ରୀ ମଲ୍ଲିକ ଓ ରମାକାନ୍ତ ଭୋଇ
- ହାତ ଛାଡ଼ିଲେ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ, ବାଲେଶ୍ବର ସାଂସଦ ପ୍ରାର୍ଥୀ ଭାବେ ଲଢ଼ିବାକୁ ଘୋଷଣା
- ଗ୍ରାଉଣ୍ଡସମ୍ୟାନଙ୍କ ବେକକୁ ଧରିଲେ ଶାକିବ ଉଲ ହାସନ
- ସୌମ୍ୟ ବଦଳାଇବେ ଘସିପୁରା ଗେମ୍ !
- ମ୍ୟାଚ ଖେଳିବା ପୂର୍ବରୁ ଔଷଧ ଖାଉଛନ୍ତି ଧୋନୀ
- ବଳ ଗୋଟାଉଛି କଂଗ୍ରେସ; ଦଳରେ ମିଶିଲେ ସ୍ୱର୍ଗତଃ ଅକ୍ଷୟ ମହାନ୍ତିଙ୍କ ପୁଅ ଚିତ୍ରଭାନୁ ଓ ବିଭିନ୍ନ ଦଳର ବହୁ କର୍ମୀ
- ନିର୍ବାଚନୀ ମୈଦାନରେ ମୁହାଁମୁହିଁ ହେବେ ସ୍ୱାମୀ-ସ୍ତ୍ରୀ; ରୁଦ୍ର ମହାରଥୀଙ୍କ ବିରୋଧରେ ଲଢିବେ ପତ୍ନୀ ଜାଗୃତି
- ଦୀର୍ଘ ୨୫ ବର୍ଷର ଟ୍ୟୁମରକୁ ୧୦ ଘଣ୍ଟାର ଜଟିଳ ଅପରେସନ୍ ପରେ ବାହାର କଲେ ଏମ୍ସ ଡାକ୍ତର
- ବିଜ୍ଞାପନ ଉପରେ ସୁପ୍ରିମକୋର୍ଟଙ୍କ ବଡ ରାୟ; ଦାୟୀ ରହିବେ ସେଲିବ୍ରିଟି ଓ ଇନଫ୍ଲୁଏନ୍ସସର