ପିଆଜ ଓ ରସୁଣର ମୂଲ୍ୟ ବୃଦ୍ଧି ଏବଂ ହ୍ରାସ ନେଇ ସବୁବେଳେ ଚର୍ଚ୍ଚା । କୁହାଯାଏ, ଗରିବଙ୍କ ଘରେ ପ୍ରତ୍ୟେକ ଦିନ ପିଆଜ ଦରକାର ପଡ଼ିଥାଏ । ପିଆଜ ଓ ରସୁଣ ଖାଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ତଥାପି ଏମିତି ଏକ ଗାଁ ଅଛି ଯେଉଁଠି ବର୍ଷ କି ଦୁଇ ବର୍ଷ ନୁହେଁ ୪୫ ବର୍ଷରୁ ଅଧିକ ଦିନ ହେଲାଣି ଲୋକେ ପିଆଜ ରସୁଣ ଖାଇନାହାନ୍ତି । ଏମିତି କି ଏହାକୁ ଘରକୁ କିଣି ଆଣିବାକୁ ବି ଭୟ କରିଥାନ୍ତି । କାହିଁକି ଜାଣନ୍ତୁ ।
ଏହି ଗାଁ ବିହାରର ଜହାନାବାଦ ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଅବସ୍ଥିତ । ଏହା ତ୍ରିଲୋକି ବିଘା ଗାଁ ଭାବେ ପରିଚିତ । ଏହି ଗାଁରେ ପ୍ରାୟ ୩୦ ରୁ ୩୫ ଟି ଘର ରହିଛି । ଏଠାରେ ବସବାସ କରୁଥିବା ସମସ୍ତଙ୍କ ଘରେ ପିଆଜ ଏବଂ ରସୁଣ ଖାଇବା ପୁରା ନିଷେଧ । ଏଠାକାର ଲୋକଙ୍କ କହିବା କଥା ହେଲା, ଗାଁରେ ବହୁ ପୁରୁଣା ଏକ ଠାକୁରବାଡି ମନ୍ଦିର ରହିଛି । ଏଠାରେ ଏହି ଠାକୁରଙ୍କର ବହୁତ ମାହାତ୍ମ୍ୟ ରହିଛି । ତାଙ୍କ ପାଖରେ ଯେଉଁ ଲୋକ ମାନସିକ କରନ୍ତି ତାହା ନିଶ୍ଚୟ ପୂରଣ ହୁଏ । ତେଣୁ ଏହି ମନ୍ଦିର ଯୋଗୁଁ ପ୍ରାୟ ୪୫ ବର୍ଷରୁ ଅଧିକ ହେବ ଏହି ଗାଁର ଲୋକମାନେ ପିଆଜ ଏବଂ ରସୁଣ ଖାଇବା ବନ୍ଦ କରିଦେଇଛନ୍ତି । ଗାଁରେ ଅନେକ ଲୋକ ଏହି ପରମ୍ପରାକୁ ଭାଙ୍ଗିବାକୁ ଚେଷ୍ଟା କରିବାରୁ ସେମାନଙ୍କ ଘରେ ଅନେକ ଅଘଟଣ ଘଟିଥିଲା ବୋଲି ଲୋକେ କୁହନ୍ତି । ଏହି ଘଟଣା ପରେ ଏଠାକାର ଲୋକମାନେ ରସୁଣ ଓ ପିଆଜ ଖାଇବା ବନ୍ଦ କରି ନ ଥିଲେ ବରଂ ବଜାରରୁ ଆଣିବା ବନ୍ଦ କରିଦେଇଥିଲେ । କେବଳ ରସୁଣ ଏବଂ ପିଆଜ ନୁହେଁ, ମାଂସ ଏବଂ ମଦ୍ୟପାନ ଭଳି ଜିନିଷ ଏହି ଗାଁରେ ନିଷେଧ ।
BREAKING NEWS
- ଆୟର୍ଲାଣ୍ଡକୁ ହରାଇ ୨୦୨୭ ଦିନିକିଆ ୱାର୍ଲ୍ଡକପ ପାଇଁ ଆଫଗାନିସ୍ତାନ କାଟିଲା ଟିକେଟ୍
- ବୈତରଣୀ ଜଳସ୍ତର ବିପଦ ସଙ୍କେତ ମୁହାଁ, ଏପଟେ ସାଳନ୍ଦୀ ନଦୀରେ ୧୦୦ ଫୁଟର ଘାଇ
- ଶ୍ରୀଲଙ୍କା ଟେଷ୍ଟ ସିରିଜ୍ ପୂର୍ବରୁ ଭାରତକୁ ବଡ଼ ଝଟ୍କା: ଆହତ ସମସ୍ୟା ଯୋଗୁଁ ସାଈ ସୁଦର୍ଶନ ବାଦ୍
- Ageing Crisis: ଧନୀ ହେବା ପୂର୍ବରୁ ବୁଢ଼ା ହେବ ଭାରତ! ବୟସ୍କଙ୍କ ଯତ୍ନ ନେଇ ଚିନ୍ତା! ରିପୋର୍ଟରେ ଚାଞ୍ଚଲ୍ୟକର ଖୁଲାସା…
- E20 in Aircraft?: ବିମାନ ଇନ୍ଧନରେ କ’ଣ ଇଥାନଲ ମିଶା ଯାଇପାରିବ କି? E20 ଠାରୁ କେତେ ଭିନ୍ନ ATF, ଜାଣନ୍ତୁ କ’ଣ କହିଲେ ସରକାର…
- Parikrama: କାହିଁକି ସବୁବେଳେ ଘଣ୍ଟାକଣ୍ଟା ଦିଗରେ କରାଯାଏ ପରିକ୍ରମା? ଜାଣନ୍ତୁ ଏହାର ଆଧ୍ୟାତ୍ମିକ ଅର୍ଥ ଓ ଜପ କରିବାର ମନ୍ତ୍ର
- ମୋଜତାବା ଖାମେନିଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ; ଇସ୍ରାଏଲୀ ଗଣମାଧ୍ୟମର ଦାବି ପରେ ଚର୍ଚ୍ଚା…
- ଏଣିକି NHରୁ ହଟିବେ ଗୋରୁ ଗାଈ, ରାସ୍ତାର ପ୍ରତି ୧୦୦ କିମିରେ ରହିବ ଗୋଶାଳା
- ଆସୁଛି ଲଘୁଚାପ, ପୁଣି ଭିଜିବ ଓଡ଼ିଶା
- ଲିଫ୍ଟ ଦେବାକୁ ମନା କରିବାରୁ ବେକ କାଟିଦେଲା ଯୁବକ

Comments are closed.