ନୂଆଦିଲ୍ଲୀ : ଭଗବାନଙ୍କୁ ଆମ୍ଭେମାନେ ପୂଜାର୍ଚ୍ଚନା କରିଥାନ୍ତି । ଏମିତି କି ନିଜର ମନସ୍କାମନା ପୂରଣ ପାଇଁ ଭୋଗ,ଦୀପ,ନୈବଦ୍ୟ ଅର୍ପଣ କରିଥାନ୍ତି । ହେଲେ ଏମିତି ଏକ ସ୍ଥାନ ରହିଛି ଯେଉଁଠି ଲୋକେ ଅପରାଧୀଙ୍କୁ ଭଗବାନଙ୍କ ପରି ପୂଜାର୍ଚ୍ଚନା କରିଥାନ୍ତି ଓ ମନସ୍କାମନା ପୂରଣ ପରେ ମଦ ଚଢାଇଥାନ୍ତି ।
ସାଧାରଣତଃ ଲୋକେ ଅପରାଧୀଙ୍କୁ ଖରାପ ନଜରରେ ଦେଖିଥାନ୍ତି । ଏମିତି କି ଅପରାଧୀମାନେ ଘଟାଇଥିବା ଅପରାଧ ବେଳେବେଳେ ଏତେ ଘୃଣ୍ୟ ହୋଇଥାଏ ଯେ, କୌଣସି ବି ବ୍ୟକ୍ତି ସେମାନଙ୍କ ପ୍ରତି ସହାନୁଭୂତି ଦେଖାନ୍ତି ନାହିଁ । ଏପରିିସ୍ଥିତିରେ ଅଭିଭାବକମାନେ ନିଜ ପିଲାଙ୍କୁ ଅପରାଧ ଓ ଅପରାଧୀଙ୍କଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥାନ୍ତି । ସେମାନଙ୍କ ଭିତରେ ଭୟ ଥାଏ ଯେ, ଅପରାଧୀଙ୍କ ପ୍ରଭାବରେ ହୁଏତ ପିଲାମାନେ କିଛି ଭୁଲ କରି ବସିପାରନ୍ତି । ମୋଟ ଉପରେ ଏକ ସୁସ୍ଥ ସମାଜ ଭିତରେ କୌଣସି ବ୍ୟକ୍ତି ଅପରାଧୀଙ୍କ ସହିତ ରହିବାକୁ ପସନ୍ଦ କରନ୍ତି ନାହିଁ କିମ୍ବା ସେମାନଙ୍କୁ ନିଜ ଘରକୁ ଆସିବାକୁ ମଧ୍ୟ ଦିଅନ୍ତି ନାହିଁ । ଏଭଳି ମାନସିକତା ଭିତରେ ବିଶ୍ୱରେ ଏପରି ଏକ ଦେଶ ଅଛି ଯେଉଁଠାରେ ଅପରାଧୀଙ୍କୁ ଭଗବାନଙ୍କ ପରି ପୂଜା କରାଯାଇଥାଏ । ହୁଏତ୍ ଆପଣଙ୍କୁ ଏହା ଟିକେ ଅଜବ ଲାଗୁ ଥାଇପାରେ, କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ । ଲାଟିନ ଆମେରିକୀୟ ଦେଶ ଭେନେଜୁଏଲାରେ ଏମିତି କିଛି ବ୍ୟତିକ୍ରମ ଦେଖିବାକୁ ମିଳିଥାଏ ।
ଭେନେଜୁଏଲା ବାସିନ୍ଦା କିଛି ନିର୍ଦ୍ଧିଷ୍ଟ ଧରଣର ଅପରାଧୀଙ୍କୁ ଭଗବାନଙ୍କ ପରି ପୂଜା କରିଥାନ୍ତି । ଏପରିକି ଏହି ଅପରାଧୀମାନଙ୍କୁ ଇଶ୍ୱରଙ୍କ ନାମରେ ନାମିତ କରିଥାନ୍ତି, ଯାହାକୁ ସ୍ପାନିଶ ଭାଷାରେ ସାଟୋଂସ୍ ମାଲେଣ୍ଡ୍ରୋସ୍ କହିଥାନ୍ତି । ସେ ଅଂଚଳର କିଛି ସ୍ଥାନରେ କୁଖ୍ୟାତ ଅପରାଧୀଙ୍କ ପ୍ରତିମୂର୍ତି ମଧ୍ୟ ଲୋକେ ନିର୍ମାଣ କରିଛନ୍ତି । ଆଶ୍ଚର୍ଯ୍ୟର କଥା ହେଲା ଲୋକେ ଏଠାକୁ ଆସି ଭୋଗ,ଦୀପ ଦେଇ ପୂଜାର୍ଚ୍ଚନା ମଧ୍ୟ କରିଥାନ୍ତି । କେବଳ ପୂଜା ଆଶାରେ ନୁହେଁ, ଏଭଳି ବ୍ୟତିକ୍ରମ ପରମ୍ପରାକୁ ଅନୁଭବ କରିବା ପାଇଁ ଓ ଅପରାଧୀଙ୍କ ପ୍ରତିମୂର୍ତିକୁ ପାଖରୁ ଦେଖିବା ପାଇଁ ବହୁ ଦୂରଦୂରାନ୍ତରୁ ଲୋକମାନେ ଏଠାକୁ ଆସିଥାନ୍ତି ଏବଂ ପୂଜାର୍ଚ୍ଚନା ମଧ୍ୟ କରିଥାନ୍ତି ।
ବାସ୍ତବରେ ଏହି ଅପରାଧୀଙ୍କୁ ପୂଜା କରିବାର ପରମ୍ପରା ପଛରେ ଏକ ରୋଚକ କାହାଣୀ ରହିଛି । କୁହାଯାଏ, ଭେନେଜୁଏଲାରେ ଏହି ଅପରାଧୀମାନଙ୍କୁ ରବିନହୁଡ଼ ଭଳି ବିବେଚନା କରାଯାଇଥାଏ । ରବିନ୍ହୁଡ଼ ଯେଭଳି ଅସତ୍ ଉପାୟରେ ଆୟ କରିଥିବା ଲୋକଙ୍କଠାରୁ ଧନ ସମ୍ପତି ଲୁଟି ଲୋକଙ୍କ ଭିତରେ ବାଂଟିଥାନ୍ତି ସେଭଳି ଏଠି ବି କିଛି ଅପରାଧୀମାନେ ନିଜ ଅଂଚଳ ସହିତ ଆଖପାଖ ଅଂଚଳରେ ରହୁଥିବା ଧନୀ ଲୋକଙ୍କଠାରୁ ଟଙ୍କା, ସୁନା,ରୂପା, ଅଳଙ୍କାର ଲୁଟିି ଏହାକୁ ଗରିବ ଲୋକଙ୍କ ମଧ୍ୟରେ ବାଂଟିଦେଇଥାନ୍ତି । ତେଣୁ ଅପରାଧୀଙ୍କ ଏପରି ମହତ୍ କାର୍ଯ୍ୟ ପାଇଁ ସ୍ଥାନୀୟ ଲୋକେ ସେମାନଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ଏଠାକାର ଲୋକଙ୍କ କହିବା କଥା ହେଲା, ଏହି ଅପରାଧୀମାନେ କାହାକୁ ହତ୍ୟା କରି ନ ଥାନ୍ତି । ସେମାନେ କେବଳ ଧନୀ ଲୋକଙ୍କୁ ଲୁଟି ଗରିବ ଲୋକଙ୍କୁ ବହୁତ ସାହାଯ୍ୟ କରିଥାନ୍ତି । ତେଣୁ ସେମାନଙ୍କ ବିଶ୍ୱାସ ଯେ, ମେଲାଣ୍ଡ୍ରୋ ଏକ ଭଲ କାମ କରିଛନ୍ତି, ଯେଉଁଥି ପାଇଁ ତାଙ୍କୁ କିଛି ପୁରସ୍କାର ଦିଆଯିବା ଉଚିତ୍ । ଯଦି ସେମାନଙ୍କୁ ପୂଜା କରାଯାଏ ନାହିଁ, ତେବେ ସେମାନେ କ୍ରୋଧିତ ହେବେ । ତେଣୁ ଏଭଳି ଅପରାଧୀମାନେ ଭଗବାନଙ୍କ ପରି ପୂଜାର୍ଚ୍ଚନା ପାଇଥାନ୍ତି । ଯଦି କୌଣସି ବ୍ୟକ୍ତି ତାର ଦୁଃଖ ଏହି ଅପରାଧୀଙ୍କୁ ଜଣାଇ ପୂଜା କରିଥାନ୍ତି, ସେମାନଙ୍କ ଦୁଃଖ ବହୁତ ଶୀଘ୍ର ଦୂର ମଧ୍ୟ ହୋଇଥାଏ । ଲୋକଙ୍କ ଇଚ୍ଛା ପୂରଣ ହେବା ପରେ ଏହି ସାଟୋଂସ୍ ମାଲାଣ୍ଡ୍ରୋକୁ ନୈବେଦ୍ୟ ଭାବରେ ମଦ ଚଢାଇଥାନ୍ତି ।
BREAKING NEWS
- ବ୍ରହ୍ମପୁର ଛାତ୍ରୀ ମୃତ୍ୟୁ ମାମଲା: ପରିବହନ ମନ୍ତ୍ରୀଙ୍କ ପୁତୁରା ବିଶ୍ୱଜିତ ଗିରଫ
- ଗ୍ୟାସ୍ ଲିକ୍ ଘଟଣା; ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଆ ଶ୍ରମିକମାନଙ୍କ ସହାୟତା ପାଇଁ ତାମିଲନାଡୁ ଗଲେ ୩ ବରିଷ୍ଠ ଅଧିକାରୀ
- ସିନ୍ଧୁ ନଦୀ ଜଳ ବିବାଦ: ଭାରତକୁ ଯୁଦ୍ଧ ଧମକ ଦେଲା ପାକିସ୍ତାନ
- ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ରି-ଇଭାଲ୍ୟୁଏସନ୍ ରେଜଲ୍ଟ ପ୍ରକାଶିତ; ୱେବସାଇଟ୍ରେ ଉପଲବ୍ଧ ହେଲା ଫଳାଫଳ
- ତାମିଲନାଡୁରେ ଭୟାବହ ଗ୍ୟାସ୍ ଲିକ୍: ଚିଙ୍ଗୁଡ଼ି ପ୍ରୋସେସିଂ କାରଖାନାରେ ୭ ମୃତ, ୩୦ରୁ ଅଧିକ ଗୁରୁତର
- ଟି୨୦ କ୍ରିକେଟରେ ହରମନପ୍ରୀତଙ୍କ ବିଶ୍ୱରେକର୍ଡ
- ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତ ଜିତିଲା ତ୍ରିରାଷ୍ଟ୍ରୀୟ ସିରିଜ
- ୟଶଙ୍କ ‘ଟକ୍ସିକ୍’ର ନୂଆ ରିଲିଜ୍ ଡେଟ୍ ଘୋଷଣା, ଏହି ଫିଲ୍ମଗୁଡ଼ିକୁ ଦେବ ଟକ୍କର…
- ନିଶାଖୋର ପୁଅ ପାଇଁ ଆତ୍ମହତ୍ୟା କଲେ ମା’-ବାପା !
- ପୋଲିସ-ଉଗ୍ରବାଦୀ ମୁହାଁମୁହିଁ; PLFI ଟପ୍ କମାଣ୍ଡର ଆହତ, ଅନେକ ଅସ୍ତ୍ରଶସ୍ତ୍ର ଉଦ୍ଧାର

Comments are closed.