ନୂଆଦିଲ୍ଲୀ : ଭଗବାନଙ୍କୁ ଆମ୍ଭେମାନେ ପୂଜାର୍ଚ୍ଚନା କରିଥାନ୍ତି । ଏମିତି କି ନିଜର ମନସ୍କାମନା ପୂରଣ ପାଇଁ ଭୋଗ,ଦୀପ,ନୈବଦ୍ୟ ଅର୍ପଣ କରିଥାନ୍ତି । ହେଲେ ଏମିତି ଏକ ସ୍ଥାନ ରହିଛି ଯେଉଁଠି ଲୋକେ ଅପରାଧୀଙ୍କୁ ଭଗବାନଙ୍କ ପରି ପୂଜାର୍ଚ୍ଚନା କରିଥାନ୍ତି ଓ ମନସ୍କାମନା ପୂରଣ ପରେ ମଦ ଚଢାଇଥାନ୍ତି ।
ସାଧାରଣତଃ ଲୋକେ ଅପରାଧୀଙ୍କୁ ଖରାପ ନଜରରେ ଦେଖିଥାନ୍ତି । ଏମିତି କି ଅପରାଧୀମାନେ ଘଟାଇଥିବା ଅପରାଧ ବେଳେବେଳେ ଏତେ ଘୃଣ୍ୟ ହୋଇଥାଏ ଯେ, କୌଣସି ବି ବ୍ୟକ୍ତି ସେମାନଙ୍କ ପ୍ରତି ସହାନୁଭୂତି ଦେଖାନ୍ତି ନାହିଁ । ଏପରିିସ୍ଥିତିରେ ଅଭିଭାବକମାନେ ନିଜ ପିଲାଙ୍କୁ ଅପରାଧ ଓ ଅପରାଧୀଙ୍କଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥାନ୍ତି । ସେମାନଙ୍କ ଭିତରେ ଭୟ ଥାଏ ଯେ, ଅପରାଧୀଙ୍କ ପ୍ରଭାବରେ ହୁଏତ ପିଲାମାନେ କିଛି ଭୁଲ କରି ବସିପାରନ୍ତି । ମୋଟ ଉପରେ ଏକ ସୁସ୍ଥ ସମାଜ ଭିତରେ କୌଣସି ବ୍ୟକ୍ତି ଅପରାଧୀଙ୍କ ସହିତ ରହିବାକୁ ପସନ୍ଦ କରନ୍ତି ନାହିଁ କିମ୍ବା ସେମାନଙ୍କୁ ନିଜ ଘରକୁ ଆସିବାକୁ ମଧ୍ୟ ଦିଅନ୍ତି ନାହିଁ । ଏଭଳି ମାନସିକତା ଭିତରେ ବିଶ୍ୱରେ ଏପରି ଏକ ଦେଶ ଅଛି ଯେଉଁଠାରେ ଅପରାଧୀଙ୍କୁ ଭଗବାନଙ୍କ ପରି ପୂଜା କରାଯାଇଥାଏ । ହୁଏତ୍ ଆପଣଙ୍କୁ ଏହା ଟିକେ ଅଜବ ଲାଗୁ ଥାଇପାରେ, କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ । ଲାଟିନ ଆମେରିକୀୟ ଦେଶ ଭେନେଜୁଏଲାରେ ଏମିତି କିଛି ବ୍ୟତିକ୍ରମ ଦେଖିବାକୁ ମିଳିଥାଏ ।
ଭେନେଜୁଏଲା ବାସିନ୍ଦା କିଛି ନିର୍ଦ୍ଧିଷ୍ଟ ଧରଣର ଅପରାଧୀଙ୍କୁ ଭଗବାନଙ୍କ ପରି ପୂଜା କରିଥାନ୍ତି । ଏପରିକି ଏହି ଅପରାଧୀମାନଙ୍କୁ ଇଶ୍ୱରଙ୍କ ନାମରେ ନାମିତ କରିଥାନ୍ତି, ଯାହାକୁ ସ୍ପାନିଶ ଭାଷାରେ ସାଟୋଂସ୍ ମାଲେଣ୍ଡ୍ରୋସ୍ କହିଥାନ୍ତି । ସେ ଅଂଚଳର କିଛି ସ୍ଥାନରେ କୁଖ୍ୟାତ ଅପରାଧୀଙ୍କ ପ୍ରତିମୂର୍ତି ମଧ୍ୟ ଲୋକେ ନିର୍ମାଣ କରିଛନ୍ତି । ଆଶ୍ଚର୍ଯ୍ୟର କଥା ହେଲା ଲୋକେ ଏଠାକୁ ଆସି ଭୋଗ,ଦୀପ ଦେଇ ପୂଜାର୍ଚ୍ଚନା ମଧ୍ୟ କରିଥାନ୍ତି । କେବଳ ପୂଜା ଆଶାରେ ନୁହେଁ, ଏଭଳି ବ୍ୟତିକ୍ରମ ପରମ୍ପରାକୁ ଅନୁଭବ କରିବା ପାଇଁ ଓ ଅପରାଧୀଙ୍କ ପ୍ରତିମୂର୍ତିକୁ ପାଖରୁ ଦେଖିବା ପାଇଁ ବହୁ ଦୂରଦୂରାନ୍ତରୁ ଲୋକମାନେ ଏଠାକୁ ଆସିଥାନ୍ତି ଏବଂ ପୂଜାର୍ଚ୍ଚନା ମଧ୍ୟ କରିଥାନ୍ତି ।
ବାସ୍ତବରେ ଏହି ଅପରାଧୀଙ୍କୁ ପୂଜା କରିବାର ପରମ୍ପରା ପଛରେ ଏକ ରୋଚକ କାହାଣୀ ରହିଛି । କୁହାଯାଏ, ଭେନେଜୁଏଲାରେ ଏହି ଅପରାଧୀମାନଙ୍କୁ ରବିନହୁଡ଼ ଭଳି ବିବେଚନା କରାଯାଇଥାଏ । ରବିନ୍ହୁଡ଼ ଯେଭଳି ଅସତ୍ ଉପାୟରେ ଆୟ କରିଥିବା ଲୋକଙ୍କଠାରୁ ଧନ ସମ୍ପତି ଲୁଟି ଲୋକଙ୍କ ଭିତରେ ବାଂଟିଥାନ୍ତି ସେଭଳି ଏଠି ବି କିଛି ଅପରାଧୀମାନେ ନିଜ ଅଂଚଳ ସହିତ ଆଖପାଖ ଅଂଚଳରେ ରହୁଥିବା ଧନୀ ଲୋକଙ୍କଠାରୁ ଟଙ୍କା, ସୁନା,ରୂପା, ଅଳଙ୍କାର ଲୁଟିି ଏହାକୁ ଗରିବ ଲୋକଙ୍କ ମଧ୍ୟରେ ବାଂଟିଦେଇଥାନ୍ତି । ତେଣୁ ଅପରାଧୀଙ୍କ ଏପରି ମହତ୍ କାର୍ଯ୍ୟ ପାଇଁ ସ୍ଥାନୀୟ ଲୋକେ ସେମାନଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ଏଠାକାର ଲୋକଙ୍କ କହିବା କଥା ହେଲା, ଏହି ଅପରାଧୀମାନେ କାହାକୁ ହତ୍ୟା କରି ନ ଥାନ୍ତି । ସେମାନେ କେବଳ ଧନୀ ଲୋକଙ୍କୁ ଲୁଟି ଗରିବ ଲୋକଙ୍କୁ ବହୁତ ସାହାଯ୍ୟ କରିଥାନ୍ତି । ତେଣୁ ସେମାନଙ୍କ ବିଶ୍ୱାସ ଯେ, ମେଲାଣ୍ଡ୍ରୋ ଏକ ଭଲ କାମ କରିଛନ୍ତି, ଯେଉଁଥି ପାଇଁ ତାଙ୍କୁ କିଛି ପୁରସ୍କାର ଦିଆଯିବା ଉଚିତ୍ । ଯଦି ସେମାନଙ୍କୁ ପୂଜା କରାଯାଏ ନାହିଁ, ତେବେ ସେମାନେ କ୍ରୋଧିତ ହେବେ । ତେଣୁ ଏଭଳି ଅପରାଧୀମାନେ ଭଗବାନଙ୍କ ପରି ପୂଜାର୍ଚ୍ଚନା ପାଇଥାନ୍ତି । ଯଦି କୌଣସି ବ୍ୟକ୍ତି ତାର ଦୁଃଖ ଏହି ଅପରାଧୀଙ୍କୁ ଜଣାଇ ପୂଜା କରିଥାନ୍ତି, ସେମାନଙ୍କ ଦୁଃଖ ବହୁତ ଶୀଘ୍ର ଦୂର ମଧ୍ୟ ହୋଇଥାଏ । ଲୋକଙ୍କ ଇଚ୍ଛା ପୂରଣ ହେବା ପରେ ଏହି ସାଟୋଂସ୍ ମାଲାଣ୍ଡ୍ରୋକୁ ନୈବେଦ୍ୟ ଭାବରେ ମଦ ଚଢାଇଥାନ୍ତି ।
BREAKING NEWS
- ରଣଜୀ ଟ୍ରଫି: ୭୮ ବର୍ଷ ପରେ ମିଜୋରମର ଚିନ୍ମୟଙ୍କ ୪୦୦ ରନର ଐତିହାସିକ ଇନିଂସ
- କକ୍ରୋଚକୁ ଟକ୍କର ଦେବ ଲାଲ୍ ହିଟ୍ ଜନତା ପାର୍ଟି…
- ଆସନ୍ତା ୨ ଦିନ ଯାଏଁ ଝଡ଼ବର୍ଷା ସମ୍ଭାବନା
- Maa Manikeswari’s Chhatar Yatra:ସଂପନ୍ନ ହେଲା ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା; ବିଶ୍ୱାସ ନାଁରେ ପଡ଼ିଲା ହଜାର ହଜାର ବଳି
- ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ ପରେ ବଢ଼ିଲା ସଲମାନଙ୍କ ସୁରକ୍ଷା
- ଇକ୍ୱାଡର ଚର୍ଚ୍ଚରେ ଲାଇଭ୍-ଷ୍ଟ୍ରିମ୍ ପ୍ରାର୍ଥନା ସମୟରେ ବଡ଼ ଦୁର୍ଘଟଣା: କାନ୍ଥରୁ ଖ୍ରୀଷ୍ଟଙ୍କ ପ୍ରତିମା ଖସିପଡ଼ିବାରୁ ପାଦ୍ରୀଙ୍କ ମୃତ୍ୟୁ
- Lashkar-e-Taiba terrorist Muhammad Sarwar:ଲାହୋରରେ ଲସ୍କରର ଶୀର୍ଷ କମାଣ୍ଡରର ମୃତ୍ୟୁ; ଥିଲା ହାଫିଜ ସଇଦର ଘନିଷ୍ଠ ସହଯୋଗୀ
- ୫୪ ବର୍ଷରେ ବରିଷ୍ଠ ସାମ୍ବାଦିକ ବିଭୂତି ପତିଙ୍କ ଦେହାନ୍ତ
- ଗୁଳିମାଡ଼ ଘଟଣା ପରେ ଏକନାଥ ସିନ୍ଧେଙ୍କ ଆଗରେ କଣ କହିଲେ ଟାଇଗର ?
- ବଲିଉଡ ଅଭିନେତା ଟାଇଗର ଶ୍ରଫ୍ଙ୍କୁ ଗୁଳିମାଡ଼ ଘଟଣା: ୧୬ ଘଣ୍ଟା ଭିତରେ ୩ ଅଭିଯୁକ୍ତ ଗିରଫ

Comments are closed.