ଢେଙ୍କାନାଳ : ଖେଳପଡ଼ିଆ ନିର୍ମାଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଉଭୟ ଗୋଷ୍ଠୀ ମଧ୍ୟରୁ ୨ ଗୁରୁତର ୩ ଆହତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ରେଣ୍ଠାପାଟ ପଞ୍ଚାୟତ ଅନ୍ତର୍ଗତ ପାଣିଗେଙ୍ଗୁଟିଆ ଗାଁରେ । ସେହି ଗାଁରେ ଖେଳପଡ଼ିଆ ନିର୍ମାଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା ।
ଫଳରେ ଏହାର ସମାଧାନ ପାଇଁ ସାଆନ୍ଦା ଫାଣ୍ଡିକୁ ଆସି ତଳଗେଙ୍ଗୁଟିଆ ଓ ଉପର ଗେଙ୍ଗୁଟିଆ ମଧ୍ୟରେ ଘମାଘୋଟ ଲଢେଇ ହୋଇଥିଲା । ତେବେ ଲଢେଇରେ ଉଭୟ ଗୋଷ୍ଠୀ ମଧ୍ୟରୁ ୨ଜଣ ଗୁରୁତର ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଆହତ ଓ ଗୁରୁତରଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏ ନେଇ ପରଜଙ୍ଗ ପୋଲିସ ପକ୍ଷରୁ ଉଭୟ ଗୋଷ୍ଠୀର ଲୋକଙ୍କୁ ବୁଝାସୁଝା ଜାରି ରହିଥିବା ଜଣାପଡ଼ିଛି ।
ମିଳିଥିବା ଖବର ଅନୁଯାୟୀ ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଖେଳ ପଡ଼ିଆକୁ ନେଇ ଉପର ଗେଙ୍ଗୁଟିଆ ଓ ତଳ ଗେଙ୍ଗୁଟିଆ ମଧ୍ୟରେ ବିବାଦ ଉପୁଜିଥିଲା । ଏପରିକି ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ୧ବର୍ଷ ଧରି ଜମିକୁ ନେଇ ବିବାଦ ଲାଗି ଆସିଥିଲା । ଯାହା ଆଜି ରକ୍ତପାତ ରୂପ ନେଇଛି ।
ଉଭୟ ଗାଁର ଲୋକଙ୍କୁ ଡାକି ସମାଧାନ କରିବାକୁ ଫାଣ୍ଡି ଅଧିକାରୀ କହିଥିଲେ । ହେଲେ ସମାଧାନ ପାଇଁ ଯାଇଥିବା ଲୋକ ଫାଣ୍ଡି ସାମ୍ନାରେ ଘମାଘୋଟ ଲଢେ଼ଇ ଲାଗିଥିଲେ । ଯାହାକୁ ଥମିବା ପାଇଁ ପରଜଙ୍ଗ ପୋଲିସ ଦ୍ୱାରା ବୁଝା ସୁଝା ଜାରି ରହିଥିବା ଜଣାପଡ଼ିଛି ।
Comments are closed.