Latest Odisha News

BREAKING NEWS

ପଠାନ ଯୋଗୁ ବଂଚିଗଲା ଶାହାରୁଖଙ୍କ କ୍ୟାରିୟର, ୧୦ ବର୍ଷ ହେବ ପ୍ରଶଂସକଙ୍କୁ କରୁଥିଲେ ନିରାଶ

ମୁମ୍ବାଇ: ବଲିଉଡର କିଙ୍ଗ ଖାଁ ଭାବେ ପରିଚିତ ଶାହାରୁଖ ଖାଁ ଏବେ ପୁନର୍ବାର ଚର୍ଚ୍ଚାରେ । ପଠାନ ଫିଲ୍ମର ସଫଳତା ଶାହାରୁଖଙ୍କ ୧୦ ବର୍ଷ ଏବଂ ଦୀପିକା ପାଦୁକୋନଙ୍କ ୫ ବର୍ଷର ଖରାପ କ୍ୟାରିୟରକୁ ସଜାଡିବାରେ ସହାୟ ହେଉଛି । ପଠାନ ପୂର୍ବରୁ ଚେନ୍ନାଇ ଏକ୍ସପ୍ରେସ ଛାଡିଦେଲେ ଶାହାରୁଖ ସେଭଳି ବଡ ହିଟ ଦେଇ ନ ଥିଲେ । ୨୦୧୨ରେ ଶାହାରୁଖ ଓ କ୍ୟାଟ୍ରିନା କୈଫଙ୍କ ଜବ ତକ ହେ ଜାନ ୭୮ କୋଟିରେ ନିର୍ମିତ ହୋଇଥିଲା । ବହୁ କଷ୍ଟରେ ଏହା ୧୨୨ କୋଟି ଆୟ କରିଥିଲା । ପ୍ରଥମ ଦିନରେ ମାତ୍ର ୧୨ କୋଟି କଲେକ୍ସନ କରିଥିଲା । ୨୦୧୩ରେ ରୋହିତ ଶେଟ୍ଟୀଙ୍କ ଚେନ୍ନାଇ ଏକ୍ସପ୍ରେସ ୧୧୫ କୋଟିରେ ନିର୍ମିତ ହୋଇଥିଲା । ଏହା ୨୪୨ କୋଟି ଆୟ କରିଥିଲା । ତେବେ ଏହାର ସମସ୍ତ ଶ୍ରେୟ ରୋହିତ ନେଇ ଯାଇଥିଲେ । ସେ ବଲିଉଡର ହିଟମେସିନ ଆଖ୍ୟା ପାଇଥିଲେ ।

୨୦୧୪ରେ ହ୍ୟାପ ନ୍ୟୁ ଇୟର ଫିଲ୍ମ ୧୫୦ କୋଟିରେ ନିର୍ମିତ ହୋଇଥିବା ବେଳେ ଏହା ୧୮୯ କୋଟି ଆୟ କରିଥିଲା । ଏହାକୁ ମଧ୍ୟ ବଡ ହିଟ ଭାବେ ବିବେଚନା କରାଯାଏ ନାହିଁ । ୨୦୧୫ରେ ଦିଲୱାଲେ ମଧ୍ୟ ଫେଲ ମାରିଥିଲା । ୧୬୫ ବଜେଟର ଏହି ଫିଲ୍ମ ୧୪୭ କୋଟି ଆୟ କରିଥିଲା । ଏହା ପରେ ୨୦୧୬ରେ ଫ୍ୟାନ ଫିଲ୍ମ ନେଇ ପ୍ରଶଂସକ ବେଶ ଉତ୍ସାହିତ ଥିଲେ । ତେବେ ଶାହାରୁଖଙ୍କ ଏହି ପରୀକ୍ଷଣ ମଧ୍ୟ ଫେଲ ମାରିଥିଲା । ୧୨୦କୋଟିର ବଜେଟର ଏହି ଫିଲ୍ମ ମାତ୍ର ୮୪ କୋଟି ରୋଜଗାର କରିଥିଲା । ଡିୟର ଜିନ୍ଦେଗି ମଧ୍ୟ ଫ୍ଲପ ହୋଇଥିଲା ।

୨୦୧୭ରେ ରିଲିଜ ରଇସ ବହୁ କଷ୍ଟରେ ବଜେଟ ଉଠାଇଥିଲା । ଡିଷ୍ଟ୍ରିବ୍ୟୁଟର ସେଭଳି ଲାଭ ପାଇ ନ ଥିଲେ । ଜବ ହ୍ୟାରୀ ମେଟ ସଜଲ ବି ଶେଷରେ ଫ୍ଲପ ହୋଇଥିଲା । ୨୦୧୮ରେ ଶାହାରୁଖଙ୍କ ଡବଲ ରୋଲ ଜୀରୋ ମଧ୍ୟ ୨୭୦ କୋଟିରେ ନିର୍ମିତ ହୋଇଥିଲା । ଏହା ମାତ୍ର ୯୦ କୋଟି ଆୟ କରିପାରିଥିଲା ।

ଏହି ୧୦ ବର୍ଷ ମଧ୍ୟରେ କେବଳ ଚେନ୍ନାଇ ଏକ୍ସପ୍ରେସ ଶାହାରୁଖଙ୍କ ସମ୍ମାନ ରଖିଥିଲା । ବଲିଉଡର କୁଇନ କଙ୍ଗନା ରାନାୱତ କିଛି ଭୁଲ କଥା କହି ନାହାନ୍ତି ବୋଲି ସମୀକ୍ଷକ ମାନେ କହିଛନ୍ତି । ସେ କହିଥିଲେ ମୋର ଧାକଡ ଯଦି ସୁପର ଫ୍ଲପ ତାହାହେଲେ ୧୦ ବର୍ଷ ହେବ ଶାହାରୁଖ କେତୋଟି ହିଟ ଦେଇଛନ୍ତି ।

Leave A Reply

Your email address will not be published.