ନୂଆଦିଲ୍ଲୀ: ଛୋଟ ପରଦାର ଅଭିନେତ୍ରୀ ରୁପାଲି ଗାଙ୍ଗୁଲୀ ହିନ୍ଦି ସମେତ ଅନ୍ୟାନ୍ୟ ଭାଷାରେ ବିଭିନ୍ନ ଧାରାବାହିକରେ ଅଭିନୟ କରି ଘରେ ଘରେ ବେଶ୍ ପରିଚିତ । କିନ୍ତୁ ଏବେ ଟିଭିର ସବୁଠାରୁ ଲୋକପ୍ରିୟ ଧାରାବାହିକ ‘ଅନୁପମା’ ତାଙ୍କର ଭାଗ୍ୟକୁ ବଦଳାଇ ଦେଇଛି । ସମ୍ପ୍ରତି ସେ ପାଲଟି ଯାଇଛନ୍ତି ଟିଭି ପରଦାର ସବୁଠାରୁ ଦାମୀ ଅଭିନେତ୍ରୀ । ଏଥିରେ ସେ ଜଣେ ଗୃହିଣୀ ଭୂମିକାରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି ।
ଧାରାବାହିକ ‘ଅନୁପମା’ର ମୁଖ୍ୟ ଚରିତ୍ରରେ ଦମ୍ଦାର ଅଭିନୟ କରିଛନ୍ତି ରୁପାଲି । କୁହାଯାଉଛି ଧାରାବାହିକର ଚରିତ୍ର ପୁରାପୁରି ଫିଟ୍ ହୋଇଛି ରୁପାଲିଙ୍କୁ । ଲାଗୁଛି ଯେପରି ଏହି ଚରିତ୍ରଟି କେବଳ ଏହି ଅଭିନେତ୍ରୀଙ୍କ ପାଇଁ ତିଆରି ହୋଇଛି । ମୋଟ ଉପରେ ‘ଅନୁପମା’ରେ ଅଭିନୟ ତାଙ୍କର ଲୋକପ୍ରିିୟତାକୁ ଦ୍ୱିଗୁଣିତ କରି ଦେଇଛି । ସେ ଏହି ଧାରାବାହିକର ପ୍ରତ୍ୟେକ ଏପିସୋଡ଼ ପାଇଁ ୩ ଲକ୍ଷ ଟଙ୍କାର ପାରିଶ୍ରମିକ ନେଉଛନ୍ତି । ଆଗରୁ ସେ ଗୋଟେ ଏପିସୋଡ଼କୁ ଦେଢ ଲକ୍ଷ ଟଙ୍କା ନେଉଥିଲେ । ଏହି ଧାରାବାହିକର ଲୋକପ୍ରିୟତା ବଢିବା ସହିତ ତାଙ୍କର ମଧ୍ୟ ଚାହିଦା ବି ବଢିଛି । ଏହି ଖୁସିରେ ସେ ଏକ ନୂଆ ମର୍ସିଡିଜ୍ କାର କିଣିଛନ୍ତି । ରୁପାଲି ମାତ୍ର ୪ ବର୍ଷ ବୟସରୁ ଅଭିନୟ ଦୁନିଆରେ ପାଦ ଦେଇଛନ୍ତି । ସେ ‘ସାରାଭାଇ ଭରସେସ୍ ସାରାଭାଇ’, ‘ବା, ବୋହୁ ଓ୍ୟୌର ବିବି’ , ‘ପରବରିସ’, ‘କୁଛ ଖଟ୍ଟି କୁଛ ମିଠି’ ଭଳି ସିରିଏଲରେ ତାଙ୍କର ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଏହା ପରେ ସେ ଲମ୍ବା ସମୟ ଧରି ଟିଭି ଦୁନିଆରୁ ଦୂରେଇ ରହିଥିଲେ । ଦୀର୍ଘ ସାତ ବର୍ଷ ପରେ ପୁଣି ୨୦୨୧ରେ ଅନୁପମା ଧାରାବାହିକରେ ଫେରି ନିଜର ଅଭିନୟର ଯାଦୁ ଦେଖାଇଛନ୍ତି ।
BREAKING NEWS
- BKPPER: ବିକାଶର ନୂଆ ମଡେଲକୁ କ୍ୟାବିନେଟର ମଞ୍ଜୁରୀ, ରାଜ୍ୟର ପ୍ରଥମ ସିଟି ଇକୋନୋମିକ୍ ରିଜିଅନ୍ ହେବ ଭୁବନେଶ୍ୱର–କଟକ–ପୁରୀ–ପାରାଦୀପ…
- Odisha Cabinet: ପିଏମ୍ ଆବାସ ଯୋଜନା ୨.୦, ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ୨.୦ ସହ ଜଳସେଚନ ପ୍ରକଳ୍ପ, ଜାଣନ୍ତୁ କ୍ୟାବିନେଟରେ କେଉଁ ପ୍ରସ୍ତାବକୁ ମିଳିଲା ସବୁଜ ସଙ୍କେତ?
- ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ
- State Cabinet:୬ ବିଭାଗର ୧୧ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ
- Bomb-making document found:ମେଡିକାଲ୍ କଲେଜରେ ମିଳିଲା ବୋମା ତିଆରି ସମ୍ବନ୍ଧୀୟ ତଥ୍ୟ ଥିବା ଏକ କାଗଜ ଖଣ୍ଡ ;ଛାତ୍ର ଅଟକ
- ମହାନଦୀରେ ଆଉ ବଢ଼ିବନି ପାଣି,ଟଳୁଛି ବଡ଼ ବନ୍ୟା ଆଶଙ୍କା:ସର୍ବୋଚ୍ଚ ଯନ୍ତ୍ରୀ
- ଟି୨୦ କ୍ରିକେଟ: ପୋଲାର୍ଡଙ୍କ ବିଶ୍ୱ ରେକର୍ଡ ଭାଙ୍ଗିବାରୁ ମାତ୍ର ୨୪ ରନ୍ ଦୂରରେ ବଟଲର
- ବନ୍ୟା ପ୍ରଭାବିତ ଅଞ୍ଚଳରେ ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ହେଲ୍ପ ଲାଇନ୍ ନମ୍ବର ଜାରି; ୫୮ ରାପିଡ୍ ରେସପନ୍ସ ଟିମ୍ ଗଠନ
- ନୌସେନାର ନୂଆ ଡେପୁଟି ଚିଫ ହେଲେ ଭାଇସ୍ ଆଡମିରାଲ୍ ଏଏନ୍ ପ୍ରମୋଦ
- ଡୋଭାଲଙ୍କୁ ସମ୍ମାନଜନକ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର;ଯୁବବର୍ଗଙ୍କୁ କହିଲେ-ଜାତୀୟ ସ୍ୱାର୍ଥ ପାଇଁ ନିଜ ଜୀବନ ଉତ୍ସର୍ଗ କର…
Comments are closed.