Latest Odisha News

BREAKING NEWS

“ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ” ରେ ନଜର ଆସିବେ ମୋଦି

ନୂଆଦିଲ୍ଲୀ: ଡିସ୍‌କଭରୀ ଚ୍ୟାନେଲ୍‌ର “ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ” କାର୍ଯ୍ୟକ୍ରମରେ ନଜର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗଦେଇଛନ୍ତି।

“ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ” କାର୍ଯ୍ୟକ୍ରମର ଉପସ୍ଥାପକ ବିୟର ଗ୍ରେଲ୍ସ୍‌ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି । ତାସହ ପ୍ରଧାନମନ୍ତ୍ରୀ ମଧ୍ୟ ନିଜ ସୋଶିଆଲ ମିଡିଆ ଆକାଉଣ୍ଟରେ ଏହି ଶୋ’ର ପ୍ରୋମୋକୁ ଶେୟାର କରଛନ୍ତି ।

ପ୍ରୋଗ୍ରାମର ପ୍ରୋମୋ ଅନୁଯାୟୀ ୧୮୦ଟି ଦେଶରେ ପ୍ରସାରିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଅଗଷ୍ଟ ୧୨ ତାରିଖ ରାତି ୯ଟାରେ ପ୍ରସାରଣ ହେବ।

ଏହି କାର୍ଯ୍ୟକ୍ରମ ଜରିଆରେ ମୋଦିଙ୍କର ପରିବେଶ ପ୍ରତି ଥିବା ସକାରାତ୍ମକ ଚିନ୍ତାଧାରା ସମ୍ପର୍କରେ ଦର୍ଶକ ଅବଗତ ହୋଇପାରିବେ ବୋଲି ଗ୍ରେଲ୍ସ୍‌ ନିଜ ଟ୍ୱିଟରେ ପ୍ରକାଶ କରିଛନ୍ତି ।

  • କୌଣସି ରାଷ୍ଟ୍ର ମୁଖ୍ୟ ଭାବେ “ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ” ପ୍ରୋଗ୍ରାମରେ ଯୋଗ ଦେବାରେ ମୋଦି ପ୍ରଥମ ନୁହେଁ । ବିୟର ଗ୍ରେଲ୍ସଙ୍କ ସହ ୨୦୧୫ ମସିହାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ମଧ୍ୟ ଏହି କାର୍ଯ୍ୟକ୍ରମରର ଯୋଗ ଦେଇଥିଲେ ।
Leave A Reply

Your email address will not be published.