Latest Odisha News

BREAKING NEWS

ପ୍ରଥମ ଏନ୍‍ବିଏ ମାନ୍ୟତାପ୍ରାପ୍ତ ପଲିଟେକନିକ ମଧ୍ୟରେ କିଟ୍‍ ପଲିଟେକନିକ୍‍

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଅଧୀନ ନ୍ୟାସ୍‍ନାଲ୍‍ ବୋର୍ଡ ଅଫ୍‍ ଆକ୍ରିଡିଟେସନ୍‍ (ଏନ୍‍ବିଏ) ମାନ୍ୟତା ପ୍ରାପ୍ତ ପଲିଟେକ୍‍ନିକ୍‍ ମଧ୍ୟରେ କିଟ୍‍ ପଲିଟେକ୍‍ନିକ୍‍ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛି । ଏନ୍‍ବିଏ ପକ୍ଷରୁ କିଟ୍‍ ପଲିଟେକ୍‍ନିକର ୩ଟି ଡିପ୍ଲୋମା ଇଂଜିନିୟରିଂ ପାଠ୍ୟକ୍ରମକୁ ଏହି ମାନ୍ୟତା ପ୍ରଦାନ କରାଯାଇଛି । ବାଞ୍ଛିତ ଲକ୍ଷ୍ୟ ହାସଲ କରିବାରେ ଅନୁଷ୍ଠାନର କାର୍ଯ୍ୟକ୍ରମ, ସଂରଚନା ଓ ସଫଳତା ଆଦିକୁ ଏନ୍‍ବିଏ ସ୍ୱୀକୃତି ମିଳିଛି ।

ଏନ୍‍ବିଏର ୬ଜଣିଆ ବିଶେଷଜ୍ଞ ଦଳ ୨୦୨୨ ନଭେମ୍ବର ମାସରେ କିଟ୍‍ ପଲିଟେକ୍‍ନିକ ପରିଦର୍ଶନ କରି ବିଭିନ୍ନ ମାନଦଣ୍ଡ ଆଧାରରେ ଆକଳନ ଓ ପର୍ଯ୍ୟାଲୋଚନା କରିଥିଲେ । ବିଶେଷକରି ଗୁଣାତ୍ମକ ଶିକ୍ଷାଦାନ, ଅଧ୍ୟାପକ-ଅଧ୍ୟାପିକାଙ୍କ ଅବଦାନ, ଜ୍ଞାନ ଓ ଦକ୍ଷତାରେ ଛାତ୍ରର ଅଗ୍ରଗତି, ଭିତ୍ତିଭୂମି ଓ ପ୍ରଶାସନିକ କାର୍ଯ୍ୟକଳାପ ଆଦି ମାନଦଣ୍ଡ ଆଧାରରେ ଏହି ମାନ୍ୟତା ପ୍ରଦାନ କରାଯାଇଛି । ପୂର୍ବରୁ କିଟ୍‍ ପଲିଟେକ୍‍ନି କ୍ୟୁସିଆଇ ନାବେଟ୍‍ ର‌୍ୟାଙ୍କିଂରେ ଓଡ଼ିଶାର ଉଭୟ ସରକାରୀ ଓ ବେସରକାରୀ ପଲିଟେକନିକ୍‍ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ।

କିଟ୍‍ ପଲିଟେକ୍‍ନିକ୍‍ର ଏହି ସଫଳତାରେ  କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସି  ବ୍ୟକ୍ତ କରିବା ସହ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କିଟ୍‍ ରୌପ୍ୟ ଜୟନ୍ତୀ ବର୍ଷ ପାଳନ କରୁଥିବା ଅବସରରେ ଏଭଳି ସଫଳତା ନିଶ୍ଚିତ ଭାବେ ଛାତ୍ରଛାତ୍ରୀଙ୍କୁ ଆହୁରି ପ୍ରେରଣା ଯୋଗାଇବ ବୋଲି ଶ୍ରୀ ସାମନ୍ତ କହିଛନ୍ତି ।

Leave A Reply

Your email address will not be published.