Latest Odisha News

BREAKING NEWS

ଅଣ ଖେଳୁଆଡ ମନୋଭାବ ନେଇ ଦଣ୍ଡିତ ହେଲେ ଜାଡେଜା

ନାଗପୁର: ଗାଭାସ୍କର-ବର୍ଡର ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ଶୋଚନୀୟ ଭାବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ତେବେ ଏହି ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା କିନ୍ତୁ ଅଣଖେଳୁଆଡ ମନୋଭାବ ନେଇ ଦଣ୍ଡିତ ହୋଇଛନ୍ତି । ସେ ପ୍ରଥମ ଇନିଂସରେ ବାମ ହାତର ବିଶି ଆଙ୍ଗୁଳିରେ ଏକ ମଇଲମ ଲଗାଇଥିଲେ । ଫିଲ୍ଡ ଅମ୍ପାୟରଙ୍କ ବିନା ଅନୁମତିରେ ସେ ଏହି କାର୍ଯ୍ୟ କରି ଆଇସିସି ଆଚାର ସଂହିତା ୨.୨୦କୁ ଉଲ୍ଲଘଂନ କରିଥିଲେ । ସେଥିପାଇଁ ତାଙ୍କ ମ୍ୟାଚ ଫିର ୨୫ ପ୍ରତିଶତ ଅର୍ଥ ଜରିମାନା ବାବଦକୁ କଟାଯାଇଛି । ତାଙ୍କ ଅନୁଶାସନରେ ଖାତରେ ଏକ ଡିମେରିଟ ପଂଏଟ ଯୋଡା ଯାଇଛି ।

୨୪ ମାସରେ ଏହା ତାଙ୍କର ପ୍ରଥମ ଅପରାଧ ହୋଇଥିବାରୁ ଆଇସିିସି ଚେତାବନୀ ଦେଇ ଛାଡିଛି । ଯଦି ସେ ନିକଟ ଭବିଷ୍ୟତରେ ଏହି ଭଳି କାର୍ଯ୍ୟ କରନ୍ତି ତାହାହେଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭିଡିଓରେ ସେ ମହମ୍ମଦ ସିରାଜଙ୍କ ପାଖରୁ ଏହି ମଇଲମ ନେଇଥିବା ଦେଖାଯାଉଥିଲା ।

Comments are closed.