Latest Odisha News

BREAKING NEWS

ପାଳିତା ମା’ର ବର୍ବରକାଣ୍ତ : ୭ ବର୍ଷର ଝିଅର ଜିଭ କାଟିଦେଲା, ଜଳନ୍ତା କୋଇଲାରେ ପକାଇ ଦେଲା

ନୂଆଦିଲ୍ଲୀ:  ଦିଲ୍ଲୀରେ ପୁଣି ଏକ ହୃଦୟଥରା ଘଟଣା । ଘଟଣା ତ ନୁହେଁ ଜଣେ ମହିଳାଙ୍କ ନିଷ୍ଠୁରତାର ଉଦାହରଣ । ରାଜଧାନୀ ଦିଲ୍ଲୀର ଆାରକେ ପୁରମ ଇଲାକାରେ ଜଣେ ମହିଳା ୭ ବର୍ଷ ବାଳିକା ସହ ଯେଉଁଭଳି ଅମାନବୀୟ ବ୍ୟବହାର ଦେଖାଇଛନ୍ତି ତାହା ଶୁଣିଲେ ମନରେ ସ୍ୱତଃସ୍ପୃତ ପ୍ରଶ୍ନ ଆସିବ, ଜଣେ ମହିଳା ଏତେ ନିଷ୍ଠୁର ହୋଇପାରେ ? ପୋଲିସ ଉକ୍ତ ମହିଳା ଏବଂ ତାଙ୍କ ସ୍ୱାମୀଙ୍କୁ ଗିରଫ କରିଛି । ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରିବା ପରେ ପୋଲିସ ସେମାନଙ୍କୁ ରିମାଣ୍ଡରେ ନେଇଛି । ଅଭିଯୁକ୍ତ ମହିଳା ଜଣେ ନର୍ସ । ତାଙ୍କ ନାଁ ରେନୁ କୁମାରୀ । ସେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ କାମ କରନ୍ତି ।

ପୋଲିସ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ରେନୁ ନାମକ ଜଣେ ଛୋଟ ଝିଅକୁ ପୋଷ୍ୟକନ୍ୟା ଭାବେ ରଖିଥିଲେ । ହେଲେ ନିଜ ଝିଅ ପରି ରଖି ନ ଥିଲେ । ଝିଅକୁ ଖୁବ ମାରପିଟ କରନ୍ତି । ରେନୁ ସମ୍ପର୍କରେ ଝିଅର ପିଇସୀ ହେବେ । ଝିଆରୀ ଜାନୀକୁ ପୋଷ୍ୟକନ୍ୟା କରି ଘରେ ରଖିଥିଲେ । ମାରପିଟ ଅଭିଯୋଗରେ ପୋଲିସ ରେନୁଙ୍କ ପୁଅକୁ ବି ପୂର୍ବରୁ ଗିରଫ କରିଥିଲା ।

ଝିଅର ମେଡିକାଲ ରିପୋର୍ଟ ଅନୁସାରେ ତା’ ପିଠିରେ ୧୮ରୁ ଅଧିକ ଆଘାତର ଚିହ୍ନ ରହିଛି । ଏପରିକି ପୁରୁଣା ଆଘାତଗୁଡିକ ଆହୁରି ଗଭୀର ହୋଇଯାଇଥିବା ଦେଖିବାକୁ ମିଳିଛି । ଏସବୁ ଆଘାତ ଚିହ୍ନକୁ ପ୍ରଥମେ ଝିଅଟିର ସ୍କୁଲ ଶିକ୍ଷକ ଦେଖିଥିଲେ । ଝିଅଟି ପ୍ରଥମ ଶ୍ରେଣୀରେ ପଢେ । ପିଇସୀ ତାକୁ କୋଳକୁ ନେବା ପରେ ଖୁବ ମାରପିଟ କରନ୍ତି । ଡିସେମ୍ବର ଓ ଜାନୁଆରୀ ମାସର ଥଣ୍ଡାରେ ଖାଲି ଦେହରେ ବାଲକୋନୀରେ ଶୁଆଇ ଦିଅନ୍ତି । ଜଳନ୍ତା କୋଇଲା ଉପରେ ତାକୁ ପକାଇ ଦିଅନ୍ତି । ଛୁରରେ ତାର ଜିଭକୁ କାଟି ଦିଅନ୍ତି । ସେତିକି ନୁହେଁ, ଗରମ ପାତ୍ର ଉପରେ ଜବରଦସ୍ତ ବସାଇ ଦିଅନ୍ତି । ଆଉ ମାଡ ତ ପ୍ରତିଦିନ ଦିଅନ୍ତି ।

ନିଜ ଝିଆରୀକୁ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରି କାହିଁକି ତାକୁ ଏତେ ଦଣ୍ଡ ଦିଅନ୍ତି ଜଣା ନାହିଁ  । କିନ୍ତୁ ତାଙ୍କର ଏହି ବର୍ବର କାଣ୍ଡ ସାମ୍ନାକୁ ଆସିବା ପରେ ପୋଲିସ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି ।

Leave A Reply

Your email address will not be published.