ମୁମ୍ବାଇ:ଇଣ୍ଡିଆନ ପ୍ରିମିୟର ଲିଗ ୧୬ତମ ସଂସ୍କରଣର କାର୍ଯ୍ୟସୂଚୀ ଆଜି ଘୋଷଣା କରାଯାଇଛି । ଚାମ୍ପିୟନ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମାର୍ଚ୍ଚ ୩୧ରେ ପ୍ରଥମ ମ୍ୟାଚ ଖେଳାଯିବ । ମେ ୨୮ରେ ଫାଇନାଲ ମ୍ୟାଚ ଆୟୋଜିତ ହେବ । ଟୁର୍ଣ୍ଣାମେଂଟରେ ୧୮ଥର ଡବଲ ହେଡର ମୁକାବିଲା ଆୟୋଜିତ ହେବ । ପ୍ରଥମ ମ୍ୟାଚ ୩ଟା୩୦ ଓ ଦ୍ୱିତୀୟ ମ୍ୟାଚ ସନ୍ଧ୍ୟା ୭ଟା୩୦ରୁ ଆୟୋଜିତ ହେବ ।
୧୦ଟିମ ମଧ୍ୟରେ ୫୮ ଦିନରେ ୭୪ଟି ମ୍ୟାଚ ଖେଳାଯିବ । ପ୍ରତ୍ୟେକ ଟିମ ଘରୋଇ ପରିବେଶରେ ୭ଟି ଓ ବାହାରେ ୭ଟି ମ୍ୟାଚ ଖେଳିବେ । ମ୍ୟାଚଗୁଡିକ ମୁମ୍ବାଇ, ଚେନ୍ନାଇ, ଅହମ୍ମଦାବାଦ, ଜୟପୁର, ବାଙ୍ଗାଲୋର, ଲକ୍ଷ୍ନୌ, ହାଇଦ୍ରାବାଦ, ଦିଲ୍ଲୀ, ମୋହାଲୀ,କୋଲକାତ. ଗୌହାଟୀ ଓ ଧର୍ମଶାଳାରେ ଆୟୋଜିତ ହେବ ।

୩ ବର୍ଷ ପରେ ହୋମ-ଆୱେ ଫର୍ମାଟରେ ମ୍ୟାଚ ଖେଳାଯିବାକୁ ଥିବାରୁ ପ୍ରଶଂସକମାନେ ବେଶ ଖୁସି ଅଛନ୍ତି । ୨୦୨୧ ସିଜନ ୟୁଏଇରେ ଖେଳାଯାଇଥିବା ବେଳେ ୨୦୨୨ରେ ମୁମ୍ବାଇ ଓ ପୁଣେରେ ସମସ୍ତ ମ୍ୟାଚ ଖେଳା ଯାଇଥିଲା । ଗତ ସଂସ୍କରଣରେ ଗୁଜରାଟ ଟିମ ଫାଇନାଲରେ ରାଜସ୍ଥାନ ରୟାଲ୍ସକୁ ହରାଇ ଚାମ୍ପିୟନ ହୋଇଥିଲା । ଆଇପିଏଲରେ ମୁମ୍ବାଇ ସର୍ବାଧିକ ୫ଥର ଏବଂ ଚେନ୍ନାଇ ୪ ଥର ଟାଇଟଲ ହାସଲ କରିଛି ।
Comments are closed.