ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସନ୍ତୋଷ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଂଟର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଓଡିଶା ପରାଜିତ ହୋଇ ସେମି ଫାଇନାଲ ଦୌଡରୁ ବାଦ ପଡିଛି । ଗ୍ରୁପ ଏର ମୁକାବିଲାରେ ଓଡିଶା ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ କେରଳଠାରୁ ୧-୦ ଗୋଲରେ ହାରି ଯାଇଥିଲା । ୧୬ତମ ମିନିଟରେ କେରଳର ନିଜୋ ଗିଲବର୍ଟ ବିଜୟସୂଚକ ଏକମାତ୍ର ଗୋଲଟି ସ୍କୋର କରିଥିଲେ । ଓଡିଶା ଲିଗ ପର୍ଯ୍ୟାୟରେ ଗୋଟିଏ ବିଜୟ, ଗୋଟିଏ ଡ୍ର ଓ ୨ଟି ପରାଜୟ ସହ ମୋଟ ୪ ପଂଏଟ ହାସଲ କରିଥିଲା । ଶେଷ ଲିଗରେ କର୍ଣ୍ଣାଟକକୁ ହରାଇଲେ ମଧ୍ୟ ଓଡିଶା ସେମିରେ ପ୍ରବେଶ କରିପାରିବ ନାହିଁ ।
କେରଳ ବିପକ୍ଷ ମ୍ୟାଚ ଡ୍ର ରହିଥିଲେ ଓଡିଶା ପାଇଁ ସେମିଫାଇନାଲ ପ୍ରବେଶ ସମ୍ଭାବନା ଉଜ୍ଜବୀତ ରହିଥାନ୍ତା । ପଞ୍ଜାବ ଓ କର୍ଣ୍ଣାଟକ ଯଥାକ୍ରମେ ୧୦ ଓ ୮ ପଂଏଟ ସହ ପ୍ରଥମ ୨ଟି ସ୍ଥାନରେ ରହିଛନ୍ତି । ଅନ୍ତିମ ରାଉଣ୍ଡ ମୁକାବିଲା ପରେ ସେମିଫାଇନାଲ ଲାଇନ ଅପ ଚୂଡାନ୍ତ ହେବ ।
Comments are closed.