Latest Odisha News

BREAKING NEWS

ଫକୀରମୋହନଙ୍କ ସାହିତ୍ୟ କୃତିର ପ୍ରଚାରପ୍ରସାର ହେଉ

ଭୁବନେଶ୍ୱର : ଫକୀରମୋହନ ଫାଉଣ୍ଡେସନ ନୂଆଦିଲ୍ଲୀ ଓଡ଼ିଶା ଶାଖା ଦ୍ଵାରା ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ସଚିବାଳୟ ମାର୍ଗର ରୋଟାରୀ କ୍ଲବରେ ଆୟୋଜିତ ହେଇଯାଇଛି । ଫାଉଣ୍ଡେସନର ମ୍ୟାନେଜିଂ ଟ୍ରଷ୍ଟି ତଥା ପ୍ରତିଷ୍ଠାତ୍ରୀ ମନିକା ଦାସ ଫକୀରମୋହନ ଫାଉଣ୍ଡେସନ କିଭଳି ଯୁବ ପୀଢ଼ି ଛାତ୍ରଛାତ୍ରୀ, ଜନସାଧାରଣଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ଜାରି ରଖିଛି ଏବଂ ଏଥିପାଇଁ ସରକାରଙ୍କଠାରୁ ଆର୍ଥିକ ସହାୟତା ଆବଶ୍ୟକ ସେ ସମ୍ପର୍କରେ ଆଲୋକପାତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଥାକାର ଗୌତମବୁଦ୍ଧ ଦାସ ଯୋଗଦେଇ ଆଧୁନିକ ଓଡ଼ିଆ ଭାଷାସାହିତ୍ୟର ଜନକ ଓ ଅସ୍ମିତା ଫକୀରମୋହନଙ୍କ ଅନ୍ତର୍ଦୃଷ୍ଟିକୁ ବିଶ୍ବାୟିତ କରିହେବ ସେ ବିଷୟରେ ଚର୍ଚ୍ଚା କରିଥିଲେ । କୃଷ୍ଣଚନ୍ଦ୍ର ପ୍ରଧାନ ସର୍ବସାଧାରଣ ସ୍ତରରେ କେମିତି ଆଗାମୀ ଦିନରେ ପହଞ୍ଚାଇହେବ ସେ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଶ୍ଵଭାରତୀ ଶାନ୍ତିନିକେତନର ଅଧ୍ୟାପକ ରବୀନ୍ଦ୍ର କୁମାର ଦାସ ଫାଉଣ୍ଡେସନ ଆଗାମୀ ଦିନରେ ଫକୀରମୋହନ ଫେଷ୍ଟିଭାଲ ଆୟୋଜନ ସହିତ ଫକୀରମୋହନଙ୍କୁ ଆମେରିକା, କାନାଡ଼ା ଆଦିରେ ଅନୁବାଦ ଏବଂ ଆଲୋଚନା ମାଧ୍ୟମରେ କିଭଳି ପୁନର୍ବାୟିତ କରାଯାଇ ପାରିବ ସେ କଥା କହିଥିଲେ । କବି ରକ୍ଷକ ନାୟକ ଫକୀରମୋହନଙ୍କ ପ୍ରତିଭାର ଆକଳନ କରିବା ସହିତ ଫକୀରମୋହନଙ୍କ ପ୍ରଚାରପ୍ରସାର ପାଇଁ ସାମ୍ବାଦିକମାନେ ଉଦ୍ୟମ କରନ୍ତୁ ବୋଲି କହିଥିଲେ ।

ଏହି ସାମ୍ବାଦିକ ସମ୍ବିଳନୀରେ କଣ୍ଠଶିଳ୍ପୀ ତଥା ଫାଉଣ୍ଡେସନର ସାଂସ୍କୃତିକ ସଂଯୋଜିକା ଅନିନ୍ଦିତା ଦାସ ଫକୀରମୋହନଙ୍କ ସଙ୍ଗୀତ ଗାନ କରିବା ସହିତ ୟୁବ୍ ଟ୍ୟୁବରେ ଫକୀରମୋହନଙ୍କୁ କିଭଳି ଇଲେକ୍ଟ୍ରୋନିକ ମଞ୍ଚରେ ପରିବେଷଣ କରିହେବ ସେ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ‌। ଶେଷରେ ମନିକା ଦାସ ଆଗାମୀ ଦିନରେ ଫକୀରମୋହନ ସେନାପତିଙ୍କ ଉପରେ କ’ଣ ସବୁ ପ୍ରକଳ୍ପ ହାତକୁ ନିଆଯାଇଛି ତାହା ପ୍ରକାଶ କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଫାଉଣ୍ଡେସନର ଲୋକ ସମ୍ପର୍କ ସଂଯୋଜକ କୁମାରେଶ ମହାନ୍ତି ସାମ୍ବାଦିକ ସମ୍ମିଳନୀର ପରିଚାଳନା ଦାୟିତ୍ଵ ନିର୍ବାହ କରିଥିଲେ।

Comments are closed.