Latest Odisha News

BREAKING NEWS

ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ

ବରୀ : ପୁଣି ସାମ୍ନାକୁ ଆସିଲା ଲଜ୍ଜାଜନକ ଘଟଣା । ୧୬ ବର୍ଷର ନାବାଳିକା ବଳାତ୍କାରର ଶିକାର ହୋଇଥିବା ଅଭିଯୋଗ । ସୂଚନା ଅନୁଯାୟୀ, ଗତ ୧୭ ତାରିଖ ସନ୍ଧ୍ୟା ସମୟରେ ନାବାଳିକା ନିଜ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ଅପହରଣ କରି ବଳାତ୍କାର କରିଥିଲା । ଏଭଳି ଘଟଣା ବରୀ ଜିଲ୍ଲା ବାଇଁଶିରିଆ ଗାଁରେ ଘଟିଛି  ।

ଅଭିଯୁକ୍ତ ଜଣକ ହେଲେ ସେହି ଗାଁ ର ତାରା ପ୍ରସାଦ ବାରିକ । ନାବାଳିକା ଜଣକ ରାସ୍ତାରେ ଯିବା ବେଳେ ନାବାଳିକାଙ୍କ ପଛପଟୁ ଆକ୍ରମଣ କରିଥିଲା ଅଭିଯୁକ୍ତ ତାରା । ପରେ ଅପହରଣ କରି ବଳାତ୍କାର କରିଥିଲା । ପରିବାର ଲୋକେ ଅଭିଯୋଗ କରିବା ପରେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଥିଲା।

ଏନେଇ ନାବାଳିକାଙ୍କ ଡାକ୍ତରୀ ମାଇନା କରାଯାଇ ଅଧିକ ତଦନ୍ତ ଚଳାଇଛି ପୋଲିସ।  ସେପଟେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକେ ଏବଂ ସମାଜ ସେବୀ ନ୍ୟାୟ ପାଇଁ ଦାବୀ କରିଛନ୍ତି  ।

Comments are closed.