Latest Odisha News

‘ମାଟିହାଣ୍ଡି ମଟନ’

ଘରେ ପ୍ରସ୍ତୁତ କରନ୍ତୁ ‘ମାଟିହାଣ୍ଡି ମଟନ’ । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ବିଧି ।

ଆବଶ୍ୟକ ସାମଗ୍ରୀ: ଖାସି ମାଂସ-୨୫୦ ଗ୍ରାମ୍‌, ଆଳୁ-୧୦୦ ଗ୍ରାମ୍‌, ପିଆଜ-୧୫୦ ଗ୍ରାମ୍‌, ଅଦା/ରସୁଣ ପେଷ୍ଟ-୭୫ ଗ୍ରାମ୍‌,ସୋରିଷ ତେଲ-୧୫୦ ଗ୍ରାମ୍‌, ଆବଶ୍ୟକ ଅନୁସାରେ ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଗରମ ମସଲା(ମିକ୍ସ),କଶ୍ମୀରୀ ଲଙ୍କା ପାଉଡର,
ସ୍ବାଦ ଅନୁସାରେ ଲୁଣ, କିଛି ଡାଲଚିନି, ଲବଙ୍ଗ, ତେଜପତ୍ର, ଧନିଆ ପତ୍ର, କଞ୍ଚା ଲଙ୍କା ଓ ଦେଶୀ ଘିଅ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଗ୍ୟାସ କିମ୍ବା ଚୁଲାକୁ ଲଗାନ୍ତୁ। ତା’ ଉପରେ ଏକ ମାଟିହାଣ୍ଡିକୁ ବସାଇବେ। ହାଣ୍ଡି ଗରମ ହେବା ପରେ ସେଥିରେ ତେଲ ପକାଇବେ। ତେଲ ଗରମ ହେବା ପରେ ଡାଲଚିନି, ତେଜପତ୍ର, ଲବଙ୍ଗକୁ ପକାଇ ଭଲକରି ଭାଜିବେ। ଏହା ଉପରେ ପୂର୍ବରୁ ଛୋଟ ଛୋଟ କାଟି ରଖିଥିବା ପିଆଜକୁ ପକାଇ ଲାଇଟ୍‌ ବ୍ରାଉନ ହେବା ପର୍ଯ୍ୟନ୍ତ ଭାଜନ୍ତୁ। କିଛି ସମୟ ପରେ ମାଂସକୁ ହାଣ୍ଡିରେ ପକାଇବା ପରେ କଟା ଆଳୁ ମଧ୍ୟ ପକାଇ ଦିଅନ୍ତୁ। ଅଳ୍ପ ପାଣି ଦେଇ ମାଂସକୁ ସିଝିବା ପାଇଁ ଛାଡ଼ି ଦିଅନ୍ତୁ।

ମାଂସ ଭଲ ଭାବେ ସିଝିଲା ପରେ ଆବଶ୍ୟକ ଅନୁସାରେ କଞ୍ଚା ଲଙ୍କା, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଗରମ ମସଲା (ମିକ୍ସ), ଲୁଣ ଓ କଶ୍ମୀରୀ ପାଉଡର ପକାଇ ମସଲାକୁ ଭଲ ଭାବେ ମାଂସ ସହ ଗୋଳାଇ ଦିଅନ୍ତୁ। ଅଳ୍ପ ସମୟ ପାଇଁ ଘାଣ୍ଟନ୍ତୁ। ଏବେ ତିଆରି ହୋଇଗଲା ମାଟିହାଣ୍ଡି ମଟନ। ଏହାକୁ ଏକ ମାଟି ପାତ୍ରରେ ଢାଳି କିଛି ଧନିଆ ପତ୍ର ଓ ଅଳ୍ପ ଦେଶୀ ଘିଅ ଉପରେ ପକାଇ ଗାର୍ନିସିଂ କରିଦିଅନ୍ତୁ।

Leave A Reply

Your email address will not be published.