Latest Odisha News

BREAKING NEWS

ଭଉଣୀ ହତ୍ୟାର ପ୍ରତିଶୋଧ ନେବାକୁ ଅନୁପ ସାଏଙ୍କୁ ହତ୍ୟା କରିବାକୁ ଯୋଜନା କରୁଥିଲେ କନେଷ୍ଟବଳ!

ଝାରସୁଗୁଡା: ବ୍ରଜରାଜନଗରର ପୂର୍ବତନ ବିଧାୟକ ତଥା କଳ୍ପନା ଦାସ ଓ ତାଙ୍କ ଝିଅ ପ୍ରଭାତୀ ଦାସଙ୍କୁ ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ନିକଟରେ ଜାମିନରେ ଖଲାସ ହୋଇଥିବା ଅନୁପ ସାଏଙ୍କୁ ହତ୍ୟା କରିବାକୁ ଯୋଜନା ହୋଇଥିଲା। ନିକଟରେ ଝାରସୁଗୁଡାର ଜଣେ କନେଷ୍ଟବଳ ଅନୁପଙ୍କୁ ହତ୍ୟା କରିବେ ବୋଲି କୁଆଡେ କହିଥିଲେ ବୋଲି ସୂଚନା ମିଳିବା ପରେ ସଂପୃକ୍ତ କନେଷ୍ଟବଳକୁ  ଏବେ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି ହୋଇଥିବା ବେଳେ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି ବୋଲି ଝାରସୁଗୁଡା ଏସପି ଏସ ପରମାର କହିଛନ୍ତି।

ନିକଟରେ ସ୍ବାସ୍ଥ୍ଯମନ୍ତ୍ରୀ ନବ ଦାସଙ୍କୁ ଏଏସଆଇ ଗୋପାଳ ଦାସ ହତ୍ୟା କରିବା ଅଭିଯୋଗରେ ଜେଲରେ ଅଛି। ରିମାଣ୍ଡ ବେଳେ କୁଆଡେ ଗୋପାଳ କହିଛି, ମନ୍ତ୍ରୀ ନବ ଦାସଙ୍କୁ ଦେଖିଲେ ତାଙ୍କୁ ରାଗ ଲାଗୁଥିଲା। ସେ ହତ୍ୟା କରିବାର 3 ମାସ ପୂର୍ବରୁ ସୁ୍ଯୋଗ ଖୋଜୁଥିଲା ବୋଲି କହିଥିବା ସୂଚନା ରହିଛି। ଏହି ସମୟରେ  କୋଲାବିରା ଥାନାରେ କାର୍ଯ୍ୟରତ କନେଷ୍ଟବଳ ସରୋଜ ଦାସ ଅନୁପ ସାଏଙ୍କୁ ହତ୍ୟା କରିବାକୁ ଯୋଜନା କରିଥିବା ଖବର ସାମ୍ନାକୁ ଆସିଛି। ଯାହା ଝାରସୁଗୁଡା ଜିଲ୍ଲା ସମେତ ସାରା ରାଜ୍ୟକୁ ଚକିତ କରିଦେଇଛି ଏହି ଖବର।

ଗତ ସପ୍ତାହରେ ସଂପୃକ୍ତ କନେଷ୍ଟବଳ ନିଶାସକ୍ତ ଅବସ୍ଥାରେ ଥାନା ପରିସରରେ ଏଭଳି କିଛି କହିଥିବା ମଧ୍ୟ ଏସ୍‌ପି ପରମାର କହିଛନ୍ତି।ଏହାପରେ ଗତ ଗୁରୁବାର କନେଷ୍ଟବଳ ସରୋଜ ଦାସଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରିଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଅନୁପ ହତ୍ୟା କରିଥିବା କଳ୍ପନା ଦାସ ହେଉଛନ୍ତି କନେଷ୍ଟବଳ ସରୋଜ ଦାସଙ୍କ ସମ୍ପର୍କୀୟ ଭଉଣୀ। ଛତିଶଗଡ଼ ଚକ୍ରଧରନଗର ପୁଲିସ ଯେତେବେଳେ କଳ୍ପନାଙ୍କ ମର ଶରୀରର ଫଟୋ ଜାରି କରିଥିଲେ ସେତେବେଳେ ସରୋଜ ହିଁ ଭଉଣୀ ଫଟୋକୁ ଚିହ୍ନଟ କରିଥିଲେ।

ଗତବର୍ଷ ଅନୁପ ସାଏ ଜାମିନରେ ମୁକୁଳିଥିଲେ। ଏହାପରେ ସରୋଜ ପ୍ରତିଶୋଧ ନେବାକୁ ଯୋଜନା କରୁଥାଇପାରନ୍ତି ବୋଲି ଆଭାସ ପାଇବା ପରେ ପୋଲିସ ସତର୍କ ହୋଇଛି। ତେବେ ସରୋଜ ଦାସ ନିଶାସକ୍ତ ଅବସ୍ଥାରେ ଏପରି କହିଥିଲେ ନା ଏହା ପଛରେ କିଛି ଷଡଯନ୍ତ୍ର ରହିଛି ସେ ନେଇ ପୁଲିସ ଛାନ୍‌ଭିନ୍ କରୁଥିବା ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ୨୦୧୬ରେ ଝାରସୁଗୁଡ଼ାରେ କଳ୍ପନା ଦାସ  ଓ ଝିଅ ପ୍ରଭାତୀ ଦାସଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଉଭୟଙ୍କ ଶବକୁ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଏକ କୋଇଲା ବେଝେଇ ମାଲ୍‌ଗାଡ଼ିରେ ଫିଙ୍ଗି ଦେଇଥିଲେ ଅନୁପ ସାଏ। ୨୦୧୯ ମସିହାରେ ପୁଲିସ୍ ଏହି ଘଟଣାରେ ଶାସକ ଦଳର ନେତା ତଥା ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଗିରଫ କରିଥିଲା।

 

 

Comments are closed.