Latest Odisha News

କେମିତି ସକାଳୁ ସକାଳୁ କିଭରେ ପହଞ୍ଚିଲେ ବାଇଡେନ ?

ୱାଶିଂଟନ:ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅଚାନକ ୟୁକ୍ରେନ ଗସ୍ତକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ହଠାତ ବାଇଡେନ କାହିଁକି କିଭ ଗସ୍ତ କଲେ ? କାହିଁକି ପ୍ରାକ ସୂଚନା ଦିଆଗଲାନି ? ଏମିତି ଅନେକ ପ୍ରଶ୍ନ ଆସେ ମନକୁ । ଯୁଦ୍ଧ ସମୟରେ ରାଷ୍ଟ୍ରପତି ଜୋ ବାଇଡେନ ରବିବାର ବିଳମ୍ବିତ ରାତିରେ ୱାଂଶିଟନରୁ ବାହାରି ସେନା ବିମାନ ବନ୍ଦର ଯାଇଥିଲେ । ସେଠାରୁ ବାୟୁସେନାର ବୋଇଂ ୭୫୭ ବିମାନରେ ୟୁକ୍ରେନ ଯାତ୍ରା କରିଥିଲେ । ବାୟୁସେନାର ଏହି ବୋଇଂ ୭୫୭ C-32  ନାଁରେ ପରିଚିତ ।  ଏହି ବିମାନ ସାଧାରଣତଃ ରାଷ୍ଟ୍ରପତିଙ୍କ ବିଦେଶ ଯାତ୍ରାବେଳେ ବ୍ୟବହାର କରାଯାଇଥିାଏ  ।

ବିମାନରେ ବସିବାର ୧୫ ମିନିଟ ପରେ କିଛି ସୁରକ୍ଷାକର୍ମୀ, ଏକ ଛୋଟ ମେଡିକାଲ ଟିମ, ପରାମର୍ଶଦାତା ଏବଂ ୨ ଜଣ ସାମ୍ବାଦିକଙ୍କୁ ନେଇ ଯାତ୍ରା  ବାହାରିଥିଲା । ଆମେରିକା ରାଷ୍ଟ୍ରପତି ଜୁଆଡେ ଯାଆନ୍ତି, ତାଙ୍କର ପ୍ରତ୍ୟେକ ଶବ୍ଦକୁ ରେକର୍ଡ କରାଯାଏ ଏବଂ ପରେ  ପ୍ରକାଶିତ କରାଯାଏ । ଦ ବାଲ ଷ୍ଟ୍ରିଟ ଜର୍ଣ୍ଣାଲର ରିପୋର୍ଟର ସବରିନା ସିଦ୍ଦିକୀ କହିଛନ୍ତି, ତାଙ୍କୁ ଏବଂ ଫଟୋଗ୍ରାଫରଙ୍କୁ ସକାଳ ୨.୧୫ ମିନିଟରେ ୱାଶିଂଟନ ବାହାରେ ଜଏଣ୍ଟ ବେସ ଏଣ୍ଡ୍ରୁଜକୁ ଡକା ଯାଇଥିଲା । ଏହି ସମୟରେ ତାଙ୍କର ଫୋନ ତାଙ୍କଠାରୁ ଜବତ କରି ନେଇଥିଲେ । ପ୍ରାୟ ୨୪ ଘଣ୍ଟା ପରେ ବାଇଡେନ କିଭରେ ପହଞ୍ଚିଥିଲେ । ସେ ପର୍ଯ୍ୟନ୍ତ ତାଙ୍କର ମୋବାଇଲ ଜବତ କରାଯାଇଥିଲା  ।

ସେମାନଙ୍କ ବିମାନ ଇନ୍ଧନ ଭରିବା ପାଇଁ ଅଟକିଥିଲା । ହେଲେ ସେମାନଙ୍କୁ ତଳକୁ ଆସିବା ପାଇଁ ଦିଆଯାଇ ନ ଥିଲା । ଏହି ଯାତ୍ରା ସମୟରେ ସିଦ୍ଦିକି ଏବଂ ଫଟୋଗ୍ରାଫର ବାଇଡେନଙ୍କୁ ଦେଖି ବି ନ ଥିଲେ । ବାଇଡେନଙ୍କ ସହ ଯାତ୍ରା କରୁଥିବା ରିପୋର୍ଟରମାନେ ଅଧିକାଂଶ ସମୟରେ ମୋଟରସାଇକେଲରେ ଯାଇଥାନ୍ତି । କିନ୍ତୁ ଏଥର ବ୍ୟତିକ୍ରମ ଥିଲା । ଏପରିକି ଏହା ଘୋଷଣା କରିବା ପାଇଁ କୌଣସି ସାଇରନ ବି ବାଜି ନ ଥିଲା ।

ସ୍ଥାନୀୟ ସମୟ ଅନୁସାରେ ସମୟ ପ୍ରାୟ  ୯.୧୫ ହେବ  । ୟୁକ୍ରେନରେ ଓହ୍ଲାଇବା ପରେ  ସାମ୍ବାଦିକଙ୍କୁ ଏକ ଟ୍ରେନରେ ଚଢିବା ପାଇଁ କୁହାଗଲା । ଟ୍ରେନରେ ପ୍ରାୟ୍ ୮ଟି କାର ଥିଲା । ସେଥିରେ ଥିବା ଅଧିକାଂଶ ଲୋକ ସଶସ୍ତ୍ର ସୁରକ୍ଷା ବଳ ଥିଲେ । ୟୁକ୍ରେନରେ ଏହି ୧୦ ଘଣ୍ଟାର ଯାତ୍ରା ଅନ୍ୟ ଆମେରିକୀୟ ରାଷ୍ଟ୍ରପତିଙ୍କ ଯାତ୍ରାଠାରୁ ଥିଲା ସମ୍ପୂର୍ଣ୍ଣ ନିଆରା । ଏକ ଯୁଦ୍ଧ କ୍ଷେତ୍ରକୁ ଯାତ୍ରା କରୁଥିଲେ ଆମେରିକା ରାଷ୍ଟ୍ରପତି ।   ଏଠାରେ ଆମେରିକା ସୈନ୍ୟ ସୁରକ୍ଷା ପ୍ରଦାନ କରିବାକୁ ଉପସ୍ଥିତ ନ ଥିଲେ ।

ସୂର୍ଯ୍ୟ ଉଦୟ ବେଳକୁ ଟ୍ରେନ କିଭରେ ପହଞ୍ଚିଥିଲା । ସମୟ ସେତେବେଳେ ଥିଲା ୮.୭ ।  ଜୋ ବାଇଡେନ ଏହା ପୂର୍ବରୁ  ୟୁକ୍ରେନ ରାଜଧାନୀ କିଭ ଗସ୍ତ କରିଥିଲେ  ଓବାମାଙ୍କ ସରକାର ସମୟରେ । ସେତେବେଳେ ସେ ଓବାମା ସରକାରରେ ରାଷ୍ଟ୍ରପତି ପଦରେ ଅବସ୍ଥାପିତ ଥିଲେ ।

Comments are closed.