Latest Odisha News

BREAKING NEWS

ପୁରୀର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି

ପୁରୀ: ୧୯୪୪ ମସିହାରେ ସ୍ଥାପିତ ପୁରୀର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ରାଜ୍ୟର ଅନ୍ୟତମ ପୁରୁଣା ଶିକ୍ଷାନୁଷ୍ଠାନ । ଏବେ ଏହି ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ଲାଗି ଜୋରଦାର ଦାବି ହେଉଛି । ଆଜି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଏସସିଏସ୍ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି କରି ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଛନ୍ତି ।

କିଛିଦିନ ତଳେ ସହରର ବୁଦ୍ଧିଜୀବୀ, ପୁରୀ ବିକାଶ ପରିଷଦ, କଲେଜର ପୁରାତନ ଛାତ୍ର ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପୁରୀ ଶାଖା ପକ୍ଷରୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାକୁ ଦାବି ହୋଇଥିଲା । ସାମନ୍ତ ଚନ୍ଦ୍ରଶେଖର କଲେଜ ୟୁଜିସି ଓ ଏନଏସି ୧ ପାଇଥିବା ବେଳେ ବିଭିନ୍ନ ବିଭାଗରେ ସ୍ନାତକୋତ୍ତର, ଏମ.ଫିଲ୍ ଭଳି ପାଠ୍ୟକ୍ରମ ରହିଛି ।

ସମ ସାମୟିକ ସମୟରେ ପ୍ରତିଷ୍ଠ ହୋଇଥିବା ଅନେକ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିଥିବାରୁ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ସମସ୍ତ ଭିତ୍ତିଭୂମି ରହିଛି । ଏଭଳି ସ୍ଥଳେ କଣ ପାଇଁ ସରକାର ଏହାକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେଉନାହାନ୍ତି ସେନେଇ ପ୍ରଶ୍ନ କରୁଛନ୍ତି ସମସ୍ତେ ।

Leave A Reply

Your email address will not be published.