ଭୁବନେଶ୍ୱର: ଓଡ଼ିଶାରେ ବଳକା ରହିଯାଇଥିବା ମେଡିକାଲ ଓ ବିଡ଼ିଏସ ସିଟ୍ ପାଇଁ ରବିବାର ଠାରୁ ସ୍ପଟ୍ ଆଡ଼ମିସନ ଆରମ୍ଭ ହେବ । ଏନେଇ ଶନିବାର ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ସେଲ ପକ୍ଷରୁ ସୂଚନା ଜାରି କରାଯାଇଛି ।
ସୂଚନା ଅନୁଯାୟୀ ରାଜ୍ୟର ୮ଟି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ୨ଟି ଡେଣ୍ଟାଲ କଲେଜରେ ୧୮୦ଟି ସିଟ ବଳକା ପଡ଼ିଛି ।
ଏହି ସ୍ପଟ୍ ଆଡ଼ମିସନ ଆସନ୍ତା ରବିବାର ରୁ ଆରମ୍ଭ ହୋଇ ମଙ୍ଗଳବାର ପର୍ଯ୍ୟନ୍ତ ହେବ । ସକାଳ ୧୦ ଟାରୁ ସନ୍ଧ୍ୟା ୫ ଟା ଯାଏଁ ହେବାକୁ ଥିବା ଏହି ସ୍ପଟ୍ ଆଡ଼ମିସନ ପାଇଁ ଓଜେଇଇ ସେଲ ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର ଆଡ଼ମିସନ ହବ ଖୋଲିଥିବା ସୂଚନା ମିଳିଛି ।
Comments are closed.