ମୁମ୍ବାଇ: ବହୁ ପ୍ରତିକ୍ଷିତ ହିନ୍ଦି ଫିଲ୍ମ ‘ତୁ ଝୁଠି ମୈ ମକ୍କାର’ ହୋଲି ଅବସରରେ ମୁକ୍ତିଲାଭ କରିଛି । ଅଭିନେତା ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ପୂର୍ବ ଘୋଷଣା ଅନୁସାରେ ମୁକ୍ତିଲାଭ ମଧ୍ୟ କରିଛି । କିନ୍ତୁ ଏହାକୁ ନେଇ ଏହାର ପ୍ରଯୋଜକଙ୍କୁ ଝଟକା ଲାଗିଛି । କାରଣ ମୁକ୍ତିଲାଭ କରିବାର କିଛି ଘଣ୍ଟା ଭିତରେ ଅନ୍ଲାଇନ୍ରେ ଏହାର କପି ଉପଲବ୍ଧ ହୋଇଛି । କେଉଁଠି ଫିଲ୍ମଟି ଚୋରି ହୋଇଛି ତାହା ଜଣାପଡ଼ି ନ ଥିଲେ ମଧ୍ୟ ଅନ୍ଲାଇନ୍ ଚୋରିକୁ ନେଇ ହତାଶ ହୋଇଛନ୍ତି ପ୍ରଯୋଜକ ।
ପ୍ରଯୋଜନା ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ଫିଲ୍ମର ରିଲିଜ୍ ଡ଼େଟ୍କୁ ନେଇ ସିନେପ୍ରେମୀଙ୍କର ଖୁବ୍ ଅପେକ୍ଷା ଥିଲା । ଏପରିକି ଏହାର ରିଲିଜ୍ ହୋଇଥିବା ଟିଜରକୁ ଲକ୍ଷ ଲକ୍ଷ ଲୋକ ଦେଖିଥିଲେ । ପ୍ରଯୋଜନା ସଂସ୍ଥା ମଧ୍ୟ ଆଶା କରୁଥିଲା ଏହା ରିଲିଜ୍ ହେବା ପରେ ବକ୍ସ ଅଫିସରେ ଫିଲ୍ମଟି ହିଟ୍ ହେବ । ଯଦିଓ ରିଲିଜ୍ ହେବା ପରେ ଫିଲ୍ମଟି ଭଲ କଲେକ୍ସନ କରିଛି, କିନ୍ତୁ ଅନ୍ଲାଇନ୍ କଣ୍ଟେଟ ଚୋରି ହୋଇଥିବାରୁ ପ୍ରଯୋଜନା ସଂସ୍ଥା ଚିନ୍ତା ପ୍ରକଟ କରିଛି ।
ପ୍ରଯୋଜନା ସଂସ୍ଥାର ଜଣେ ବରିଷ୍ଠ ସଦସ୍ୟଙ୍କ ସୂଚନା ଅନୁସାରେ, ଏହି ଫିଲ୍ମଟିର ଗୀତ ଏବଂ ଟ୍ରେଲର ଦର୍ଶକଙ୍କ ପସନ୍ଦ ହୋଇଥିଲା । ରିଲିଜ୍ ପୂର୍ବରୁ ଫିଲ୍ମର ଆଶାତୀତ ଆଡଭାନ୍ସ ବୁକିଂ ମଧ୍ୟ ହୋଇଥିଲା । କିନ୍ତୁ ରିଲିଜ୍ ହେବାର କିଛି ସମୟ ଭିତରେ ଫିଲ୍ମଟି ଲିକ୍ ହୋଇଯିବାରୁ ଏହାର ବ୍ୟବସାୟିକ ଫଳତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ପ୍ରଯୋଜନା ଟିମ୍ । ଫିଲ୍ମଟି ଟେଲିଗ୍ରାମ, ତାମିଲରୋକର୍ସ ଭଲି ଏକାଧିକ ସାଇଟରେ ଦେଖିବାକୁ ମିଳିଛି ।
ଫିଲ୍ମ ଏକ୍ସପର୍ଟଙ୍କ କହିବା ଅନୁସାରେ, ପ୍ରାୟତଃ ରିଲିଜ୍ ପରେ ପରେ ତୁରନ୍ତ ଯଦି କୌଣସି ଫିଲ୍ମ ଲିକ୍ ହୋଇଯାଏ, ତେବେ ଏହା ବ୍ୟବସାୟିକ ସଫଳତା ଛୁଇଁପାରେ ନାହିଁ । ତେବେ ଏହି ନୂଆ ଫିଲ୍ମର କେତେ ବ୍ୟବସାୟିକ ସଫଳତା ମିଳିବ ତା ଉପରେ ଏବେ ସମସ୍ତଙ୍କ ନଜର ।
BREAKING NEWS
- ସ୍କ୍ରପିଓ ଗାଡିରୁ ୩ ଲକ୍ଷ ୪୦ ହଜର ଟଙ୍କା ଜବତ, ୨ ଅଟକ
- ଏୟାର ଇଣ୍ଡିଆ ବିମାନରେ ନିଆଁ
- ମମତାଙ୍କୁ ନେଇ ଅଧୀର-ଖଡଗେଙ୍କ ମଧ୍ଯରେ ବୟାନବାଜି, ଇସ୍ତଫା ଦେବେ କି ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ?
- ଆଜି ମହାକାଶ ଯାତ୍ରା କରିବେ ପ୍ରଥମ ଭାରତୀୟ ସ୍ପେସ୍ ଟୁରିଷ୍ଟ ଗୋପୀଚାନ୍ଦ ଥୋଟାକୁରା
- ବିବାଦୀୟ ନେତା ସମୀର ଦାଶ ବଦଳାଇଲେ ଦଳ, ମୋଦୀଙ୍କୁ ରୋଡ୍ ଶୋ ପୂର୍ବରୁ ବିଜେପିକୁ ଲାଭ ନା କ୍ଷତି?
- ଜମ୍ମୁକାଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ: ୧ମୃତ,୨ଆହତ
- ଜୋତା ବ୍ୟବସାୟୀଙ୍କ ଘରେ ବିଡ଼ା ବିଡ଼ା ଟଙ୍କାର ପାହାଡ଼, ୪୦ କୋଟିରୁ ଅଧିକ ଟଙ୍କା ଜବତ
- କେନ୍ଦୁଝରରେ ହେବିୱେଟଙ୍କ କଡ଼ା ଟକ୍କର: ରାଜନାଥ, ନବୀନଙ୍କ ଗସ୍ତକୁ ନେଇ ରାଜନୀତି ଚଳଚଞ୍ଚଳ
- ଓଡ଼ିଶା ଡ୍ୟାନ୍ସ ଏକାଡ଼େମୀର ୩୭ତମ ବାର୍ଷିକ ନୃତ୍ୟୋତ୍ସବ ‘ନୃତ୍ୟମ୍ବଦା’ ଉଦଯାପିତ
- ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୩)