Latest Odisha News

BREAKING NEWS

ଶ୍ରୀକ୍ଷେତ୍ର କପ କ୍ରିକେଟ ଉଦଘାଟିତ

ପୁରୀ: ବାଲିଘାଟର ଭୂଦାନ ଗ୍ରାଉଣ୍ଡରେ ଶୁକ୍ରବାର ଶ୍ରୀକ୍ଷେତ୍ର କପ ଓ ରାଜା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂର ଉଦଘାଟନୀ ସଂସ୍କରଣ ଆରମ୍ଭ ହୋଇଛି । ଏହି ଟୁର୍ଣ୍ଣମେଂଟରେ ୧୬ ଟିମ ଅଂଶଗ୍ରହଣ କରୁଛନ୍ତି । ମାଆ ଜାଗେଶ୍ୱରୀ ସ୍ପୋର୍ଟିଂ ଓ କପଲ ସ୍ପୋର୍ଟିଂ ମଧ୍ୟରେ ଉଦଘାଟନୀ ମୁକାବିଲା ଆୟୋଜିତ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ଜାଗେଶ୍ୱର ଟିମ ବିପକ୍ଷ ଦଳ ସମ୍ମୁଖରେ ୫୭ ରନର ଟାର୍ଗେଟ ରଖିଥିଲେ । କପଲ ସ୍ପୋର୍ଟିଂ ୭ ୱିକେଟରେ ବିଜୟ ହାସଲ କରି ନେଇଥିଲା । ପ୍ରଭାବୀ ପ୍ରଦର୍ଶନ ପାଇଁ ଗୋବର୍ଦ୍ଧନ ପାଣି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ଉଦଘାଟନୀ ଉତ୍ସବରେ ପୁରୀ ବିଜେଡିର ଲୋକପ୍ରିୟ ନେତା ସୁନୀଲ ମହାନ୍ତି, ଦିବାକର ପାତ୍ର, ରବି ପ୍ରତିହାରୀ, ବିଭୂତି ସେଠୀ, ପ୍ରଦୀପ ନାଏକ, ସରୋଜ ନାୟକ, ବଲି ରେଡ୍ଡୀ ଓ ଭିକାରୀ ଚରଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ମର୍ଣ୍ଣିଂ ୱାରିୟର କ୍ଲବ ପକ୍ଷରୁ ଏହି ଟୁର୍ଣ୍ଣାମେଂଟ ଆୟୋଜିତ ହେଉଛି । ଟୁର୍ଣ୍ଣାଂଟର ଆୟୋଜନ ଉଚ୍ଚସ୍ତରର ହୋଇଥିବାରୁ ଦର୍ଶକମାନଙ୍କ ଭୀଡ ଦେଖିବାକୁ ମିଳିଥିଲା । ଫିଲ୍ମ ଅମ୍ପାୟର ନୃତ୍ୟ ଶୈଳୀରେ ମ୍ୟାଚ ପରିଚାଳନା ଦର୍ଶକଙ୍କୁ ବେଶ ମନୋରଞ୍ଜନ ଯୋଗାଇଥିଲା ।

Comments are closed.