Latest Odisha News

BREAKING NEWS

ଚତୁର୍ଥ କ୍ରିକେଟ ଟେଷ୍ଟ: ଭାରତଠାରୁ ୪୪୪ ରନ ଆଗରେ ଅଷ୍ଟ୍ରେଲିଆ

ଅହମ୍ମଦାବାଦ: ଏଠାରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିର ୪ର୍ଥ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତଠାରୁ ୪୪୪ ରନ ଆଗରେ ରହିଛି । ଷ୍ଟମ୍ପସ ଅପସାରଣ ବେଳକୁ ଭାରତର ଦୁଇ ଓପନର ରୋହିତ ଶର୍ମର ୧୭ ଓ ଶୁଭମନ ଗିଲ ୧୮ ରନ କରି ଅପରାଜିତ ରହିଛନ୍ତି । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଟିମ ୪୮୦ ରନ କରି ଅଲଆଉଟ ହୋଇଥିଲା । ଉସମାନ ଖ୍ୱାଜା ୧୮୦ କ୍ୟାମରେନ ଗ୍ରୀନ ୧୧୪ ରନର ଚମତ୍କାର ଇନିଂସ ଖେଳିଥିଲେ । ଉଭୟ ୨୦୮ ରନର ପାର୍ଟନରଶିପ ସଂଗ୍ରହ କରିଥିଲେ । ଗ୍ରୀନଙ୍କ ଏହା ପ୍ରଥମ ଆନ୍ତର୍ଜାତୀୟ ଟେଷ୍ଟ ଶତକ ।

ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱୀନ ସର୍ବାଧିକ ୬ଟି ୱିକେଟ ଅକ୍ତିଆର କରିଥିଲେ । ମହମ୍ମଦ ସାମି ୨ଟି ଏବଂ ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ । ୪ ମ୍ୟାଚ ବିଶିଷ୍ଟ ଏହି ଟେଷ୍ଟ ସିରିଜରେ ଭାରତ ୨-୦ରେ ଅଗ୍ରଣୀ ରହିଛି । ପ୍ରଥମ ୨ଟି ମ୍ୟାଚରେ ସଂଘର୍ଷ କରୁଥିବା ଅଷ୍ଟ୍ରେଲିଆ ଟିମ ତୃତୀୟ ମୁକାବିଲାରୁ ସଫଳ ପ୍ରତ୍ୟାବର୍ତନ କରିଛନ୍ତି ।

Comments are closed.