Latest Odisha News

BREAKING NEWS

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଫେରିଲା ପୁରୁଣା ପେନସନ ଯୋଜନା: କିଏ ପାଇବାକୁ ଯୋଗ୍ୟ, ଜାଣନ୍ତୁ

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର । ଦୀର୍ଘ ସମୟ ଅପେକ୍ଷାର ଅନ୍ତ ଘଟିଛି । କେନ୍ଦ୍ର କମର୍ଚାରୀମାନଙ୍କୁ ମିଳିବ ଓଲଡ ପେନସନ ସ୍କିମର ଫାଇଦା(Old Pension Scheme ବା OPS)  । ତେବେ ଏହି ସୁବିଧାର ଲାଭ ସବୁ କେନ୍ଦ୍ରୀୟ କର୍ମଚାରୀ ପାଇବେ ନାହିଁ । ନିର୍ଦ୍ଦିଷ୍ଟ କେତେଜଣଙ୍କୁ ଏହି ସୁବିଧା ମିଳିବ । ତେବେ କେଉଁମାନଙ୍କୁ ଏହି ସୁବିଧା ମିଳିବ ଆସନ୍ତୁ ଜାଣିବା ।

କେନ୍ଦ୍ର ସରକାରଙ୍କୁ ସଂଶୋଧିତ ନିୟମ ଅନୁଯାୟୀ, ନାଶନାଲ ପେସନସ ସିଷ୍ଟମ ବା ଏନପିଏସ ଅଧିସୂଚନା ଅନୁଯାୟୀ ୨୦୦୩ ଡିସେମ୍ବର ୨୨ ପୂର୍ବରୁ କେନ୍ଦ୍ର ସରକାରଙ୍କ ସେବାରେ ସାମିଲ ହୋଇଥିବା କମର୍ଚାରୀଙ୍କୁ କେନ୍ଦ୍ରୀୟ ସିଭିଲ ସେବା (ପେନସନ) ନିୟମ ଅନୁଯାୟୀ ପୁରୁଣା ପେନସନ ଯୋଜନାରେ ସାମିଲ କରାଯିବ ।୨୦୦୩ ଡିସେମ୍ବର  ୨୨ ତାରିଖ ପରେ ବାହାରିଥିବା ଚାକିରିରେ ନିଯୁକ୍ତି ପାଇଥିବା କମର୍ଚାରୀଙ୍କୁ  ନାଶନାଲ ପେନସନ ସ୍କିମ ଅନୁସାରେ ପେନଶନ ମିଳିବ । ଯେଉଁ କର୍ମଚାରୀ ପୁରୁଣା ପେନଶନ ଯୋଜନାର ସୁବିଧା ପାଇବାର ଯୋଗ୍ୟ ସେମାନେ ୨୦୦୩ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଏହି ସୁବିଧାର ଉପଯୋଗ କରିପାରିବେ ।

ସରକାର ଏକଥା ବି ସ୍ପଷ୍ଟ କରିଛନ୍ତି, ଯଦି ଯୋଗ୍ୟ କର୍ମଚାରୀ ୩୧ ଅଗଷ୍ଟ ୨୦୨୩  ସୁଦ୍ଧା ପୁରୁଣା ପେନସନ ଯୋଜନାର ବିକଳ୍ପ ବାଛି ନାହାନ୍ତି ତେବ ସେମାନଙ୍କୁ ନୂଆ ପେନସନ ଯୋଜନା ଅନୁସାରେ ପେନସନ ଦିଆଯିବ । ଯଦି କେହି କର୍ମଚାରୀ ବିକଳ୍ପ ଭାବେ ନୂଆ ପେନସନ ଯୋଜନାରୁ ପୁରୁଣା ପେନସନ ଯୋଜନାକୁ ଯିବାକୁ ଚାହିଁବେ ତେବେ ଏହା ତାଙ୍କ ପାଇଁ ଶେଷ ବିକଳ୍ପ ଭାବେ ଗ୍ରହଣ କରାଯିବ । ସେମାନେ ପୁଣିଥରେ ପୁରୁଣା ପେନସନ ଯୋଜନାକୁ ଫେରି ପାରିବେ ନାହିଁ ।

ତେବେ କ’ଣ ଅଛି ଏହି ଓଲ୍ଡ ପେନସନ ଯୋଜନାରେ ? କି ସୁବିଧା ପାଇବେ ଏହି ସିଷ୍ଟମକୁ ବାଛିଥିବା କର୍ମଚାରୀ ? ଆସନ୍ତୁ, ସେ ବିଷୟରେ ଜାଣିବା

ପୁରୁଣା ପେନସନ ସ୍କିମ ଅନୁସାରେ ୨୦୦୪ ପୂର୍ବରୁ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ଅବସର ପରେ ସରକାରଙ୍କ ପକ୍ଷରୁ ନିଶ୍ଚିତ ପେନସନ ମିଳିବ । ଏହି ପେନସର କର୍ମଚାରୀଙ୍କ ଅବସର ସମୟରେ ତାଙ୍କର ଦରମାକୁ ଦୃଷ୍ଟିରେ ରଖି ପ୍ରଦାନ କରାଯିବ । ଏହି ସ୍କିମରେ ଅବସର ନେଇଥିବା କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସଦସ୍ୟଙ୍କୁ ପେନସନର ଲାଭ ମିଳିଥାଏ । କେନ୍ଦ୍ର ସରକାର ଏହି ସ୍କିମକୁ ଏପ୍ରିଲ ୧,  ୨୦୦୪ରେ  ବନ୍ଦ କରି ଦେଇଥିଲେ । ୨୦୦୪ ପରଠାରୁ ପୁରୁଣା ପେନସନ ଯୋଜନା ବଦଳରେ ନାଶନାଲ ପେନସନ ଯୋଜନା ଲାଗୁ କରାଯାଇଥିଲା ।କିନ୍ତୁ କର୍ମଚାରୀମାନେ ପୁରୁଣା ପେନସନ ଯୋଜନା ଲାଗୁ କରିବା ପାଇଁ ଦାବି କରି ଆସୁଥିଲେ ।

 

Leave A Reply

Your email address will not be published.