Latest Odisha News

ଦିଲ୍ଲୀ ଦଙ୍ଗା: ୯ ଅଭିଯୁକ୍ତ ଦୋଷୀ ପ୍ରମାଣିତ, ନିର୍ଦ୍ଧିଷ୍ଟ ସମ୍ପ୍ରଦାୟଙ୍କୁ କରିଥିଲେ ଟାର୍ଗେଟ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ୨୦୨୦ ଦିଲ୍ଲୀ ଦଙ୍ଗାର ଶୁଣାଣୀ କଡକଡୁଡୁମା କୋର୍ଟ ଆଜି କରିଛନ୍ତି । ଏଥିରେ ୯ ଅଭୁଯୁକ୍ତଙ୍କ ଦୋଷ ପ୍ରମାଣିତ ହୋଇଛି । ସେମାନେ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଲୋକଙ୍କୁ ଟାର୍ଗେଟ କରୁଥିଲେ ବୋଲି କୋର୍ଟଙ୍କ ପକ୍ଷରୁ ଶୁଣାଣୀ ବେଳେ କୁହାଯାଇଛି । ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଯେଉଁ ଅଭିଯୋଗ ଆଣିଥିଲା ତାହା କୋର୍ଟରେ ପ୍ରମାଣିତ ହୋଇପାରିଛି । ୨୦୨୦ ଫେବୃୟାରୀ ୨୪, ୨୫ରେ ରେଖା ଶର୍ମା ନାମକ ଜଣେ ମହିଳାଙ୍କ ଘର ଉପରେ ଭୀଡ ଆକ୍ରମଣ କରିଥିଲା । ସେମାନେ ଘରର ଉପରକୋଠରୀରେ ନିଆଁ ଲଗାଇବା ଅନେକ କ୍ଷୟ କ୍ଷତି କରାଇଥିଲେ । ମହିଳାଜଣଙ୍କ ଏ ନେଇ ଥାନାରେ ଅଭିଯୋଗ କରିଥିଲେ ।

ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନେ ହେଲେ ମହମ୍ମଦ ଶାହାନବାଜ, ମହମ୍ମଦ ଶୋଏବ, ଶାହାରୁଖ, ରଶିଦ, ଆଜାଦ, ଅଶରଫ ଅଲୀ, ପରଭେଜ, ଫୈଜଲ ଓ ରଶିଦ । ଦିଲ୍ଲୀ ଦଙ୍ଗାକୁ ନେଇ ପୋଲିସର ସ୍ପେଶାଲ ସେଲ ଚାର୍ଜଶିଟରେ ଉଦେ୍ଧଶ୍ୟମୂଳକ ଭାବେ ପୋଲିସ ଏବଂ ଅନ୍ୟ ସୁରକ୍ଷାକର୍ମୀଙ୍କ ଉପରେ ଏସିଡ ଆକ୍ରମଣ କରାଯାଇଥିଲା । ଏହି ଦଙ୍ଗା ରଚିବା ପଛରେ କାହାଣ ଷଡଯନ୍ତ୍ର ରହିଛି ତାହା ପୋଲିସ ତଦନ୍ତ କରୁଛି ।

Comments are closed.