ନୂଆଦିଲ୍ଲୀ: ବଜାରରେ ଦରଦାମ ଯେତେବେଲେ ପକେଟ ଉପରେ ବୋଝ ପାଲଟିଛି ସେତେବେଳେ ନୂଆ ଲାଇଫଷ୍ଟାଇଲରେ ବଞ୍ଚିବା ଭାରି କଷ୍ଟ। କିନ୍ତୁ ଯାହା ହେଲେ ବି ସମୟ ସହ ତାଳ ଦେଇ ଚାଲିବାକୁ ହେବ। କାରଣ ଆଜିର ସ୍ମାର୍ଟଫୋନ୍ ଯୁଗରେ ଆଉଟଡେଟେଡ ହେଲେ ଲାଭ କମ୍ ଘାଟା ଅଧିକ। ଏପରି ସମୟରେ ଏକ ଡିଭାଇସ ଆସିଛି। ଯାହା ଆପଣଙ୍କ ପୁରୁଣା ଟିଭିକୁ ସ୍ମାର୍ଟ ଟିଭିରେ ପରିଣତ କରିପାରିବ।
ଯଦିଓ ଏବେ ସ୍ମାର୍ଟ ଟିଭି ବଜାରରେ ସୁଲଭ ମୂଲ୍ୟରେ ଆସିବା ଆରମ୍ଭ କରିଛି। କିନ୍ତୁ ଘରେ ଦୀର୍ଘଦିନ ଧରି ରହିଥିବା ପୁରୁଣା ଏଲଇଡି ବା ଏଲସିଡି ଟିଭିକୁ କଣ କରିବେ ଭାବି ନୂଆ ଟିଭି କିଣିବାକୁ ଇଚ୍ଛା ଥିଲେ ମଧ୍ୟ କେହି କେହି ଟିଭି ପରିବର୍ତନ କରୁନାହାନ୍ତି। ଏବେ କିନ୍ତୁ ସେମାନେ ସେମାନଙ୍କ ପୁରୁଣା ଟିଭିକୁ ସ୍ମାର୍ଟ ଟିଭିରେ ରୂପାନ୍ତର କରିପାରିବେ। ଏଥିପାଇଁ ଆପଣଙ୍କୁ ଅଧିକ କାମ କରିବାର ଆବଶ୍ୟକତା ନାହିଁ, ଆପଣଙ୍କୁ କେବଳ ଏକ ଛୋଟିଆ ଡିଭାଇସ କିଣିବାକୁ ପଡ଼ିବ।
ସେହି ଡିଭାଇସକୁ ଆଣି ଟିଭିରେ ଲଗାଇବା ପରେ ଆପଣଙ୍କର ସାଧାରଣ ଟିଭି ମଧ୍ୟ ସ୍ମାର୍ଟ ଟିଭି ପରି କାମ କରିବ। ଏବଂ ଆପଣ ଆମାଜନ ପ୍ରାଇମ, ୟୁଟ୍ୟୁବ, ଭୋଟ, ନେଟଫ୍ଲିକ୍ସ ଏବଂ ଅନେକ ପ୍ରିମିୟମ ଆପ ବ୍ୟବହାର କରିପାରିବେ।
ପୁରୁଣା ସାଧାରଣ ଟିଭିକୁ ସ୍ମାର୍ଟ ଟିଭିରେ ପରିଣତ କରିବା ପାଇଁ ଆମାଜନ ଫାୟାର ଟିଭି ଷ୍ଟିକ୍ ହେଉଛି ସର୍ବୋତ୍ତମ ବିକଳ୍ପ। ଏହାର ପ୍ରୟୋଗ ଏବଂ ବ୍ୟବହାର କରିବା ଅତି ସହଜ। ଆମାଜନ ଫାୟାର ଟିଭି ଷ୍ଟିକର ମୂଲ୍ୟ ୩ ହଜାର ୯୯୯ ଟଙ୍କା ଥିବାବେଳେ ଏହାର ୪କେ ଫାୟାର ଟିଭି ଷ୍ଟିକର ମୂଲ୍ୟ ୫ ହଜାର ୯୯୯ ଟଙ୍କା ରହିଛି। ଏହାକୁ ଆପଣଙ୍କର ଟିଭିରେ ଥିବା ଏଚଡିଏମଆଇ ସହିତ ସଂଯୋଗ କରି, ଆପଣ ଆମାଜନ ପ୍ରାଇମ, ୟୁଟ୍ୟୁବ, ଭୋଟ, ନେଟଫ୍ଲିକ୍ସ ଏବଂ ଜିଫାଇଭ୍ ସହିତ ଅନେକ ପ୍ରିମିୟମ ଆପ୍ସକୁ ପାଇପାରିବେ। ଏହି ଡିଭାଇସ୍ ସହିତ ଏକ ଆଲେକ୍ସା ଭଏସ୍ ରିମୋଟ୍ କଣ୍ଟ୍ରୋଲ୍ ଉପଲବ୍ଧ।
ସେହିପରି ସାଧାରଣ ଟିଭିକୁ ସ୍ମାର୍ଟ ଟିଭିରେ ପରିଣତ କରିବା ପାଇଁ ଆପଣ ଶାଓମି ଏମଆଇ ବକ୍ସ ୪କେ କୁ ମଧ୍ୟ ବ୍ୟବହାର କରିପାରିବେ। ଶାଓମିର ଏହି ଡିଭାଇସ୍ ଲଞ୍ଚ କରିବା ବେଳେ ୩ ହଜାର ୪୯୯ ଟଙ୍କା ଥିଲା।
Comments are closed.