ଭୁବନେଶ୍ୱର: ଶନିବାର ରାଜ୍ୟର କେତେକ ଅଞ୍ଚଳରେ ବିଜୁଳି ଓ ଘଡ଼ଘଡ଼ିଜନିତ ବର୍ଷା ଲାଗି ରହିଛି। ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଆଜି ଅପରାହ୍ଣ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ପଶ୍ଚିମା-ଝଡ ପ୍ରଭାବରେ ପାରାଦୀପ ରାଡ଼ାର ଦ୍ୱାରା ଉତ୍ତୋଳନ ହୋଇଥିବା ଚିତ୍ରରୁ ମେଘ ସମୂହ ଦକ୍ଷିଣ ପଶ୍ଚିମ ରୁ ଉତ୍ତର -ପୂର୍ବ ଦିଗକୁ ଗତି ଦେଖିବାକୁ ମିଳୁଛି ।
ଏଥିସହିତ ଆଜି ସନ୍ଧ୍ୟାରେ ଟୁଇନ ସିଟିରେ ବର୍ଷା ସମ୍ଭାବନା ରିହଛି । ଆସନ୍ତା ୩ ଘଣ୍ଟା ମଧ୍ୟରେ ଭୁବନେଶ୍ଟର ଓ କଟକରେ ଘଡଘଡି ବର୍ଷା ସହ ୪୦ରୁ ୫୦ କିମି ବେଗରେ ପବନ ବହିପାରେ । ଏ ନେଇ ସତର୍କ ସୂଚନା ଦେଇଛି ଭୁବନେଶ୍ୱର ପାଣିପାଗ ବିଭାଗ ।
Comments are closed.