Latest Odisha News

BREAKING NEWS

ବକ୍ସ ଅଫିସରେ ଧମାଲ କଲା ‘ତୁ ଝୁଠି ମୈ ମକ୍କାର’

ମୁମ୍ବାଇ: ରଣବୀର କପୁର ଓ ଶ୍ରଦ୍ଧା କପୁରଙ୍କ ଫିଲ୍ମ ‘ତୁ ଝୁଠି ମେ ମକ୍କାର’ ବକ୍ସ ଅଫିସରେ ଧମାଲ କରିଛି । ରଣବୀର ଓ ଶ୍ରଦ୍ଧା କପୁରଙ୍କ ଯୋଡ଼ିକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ପ୍ରଥମ ସପ୍ତାହରେ ମୁଭି ଭଲ ବିଜନେସ କରିଥିବା ବେଳେ ଦ୍ୱିତୀୟ ସପ୍ତାହରେ ବ୍ୟବସାୟ ଟିକେ ଧିମା ହୋଇଥିଲା । ହେଲେ ଏବେ ପୁଣି ଏହି ଫିଲ୍ମ କମାଲ କରିଛି । ଏବେ ଏହି ମୁଭି ୧୦୦ କୋଟି ଅତିକ୍ରମ କରିଛି ।

ଫିଲ୍ମଟି ଶୁକ୍ରବାର ୩.୫୦ ବିଜନେସ କରିଥିବା ବେଳେ ଶନିବାର ୬ କୋଟି ଟଙ୍କା ଆୟ କରିଛି । ଗତ ୩ଦିନ ମଧ୍ୟରେ ଶନିବାରର କଲେକ୍ସନ ଭଲ ରହିଛି । ଫିଲ୍ମଟି ଏବେ ପର୍ଯ୍ୟନ୍ତ ମୋଟ ୧୦୨.୨୧ କୋଟି ଆୟ କରି ପାରିିଛି । ଏହି ଫିଲ୍ମଟି ଭଲ ବ୍ୟବସାୟ କରିବ ବୋଲି ପ୍ରଡ଼କ୍ସନ ସଂସ୍ଥା ଆଶା ରଖିଥିଲା, ହେଲେ ସେପରି କିଛି ଆଖି ଦୃଶିଆ ବ୍ୟବସାୟ କରିପାରିନି ।

Leave A Reply

Your email address will not be published.