Latest Odisha News

BREAKING NEWS

୩୬ ହଜାର ଫୁଟ ଉଚ୍ଚରେ ଉଡ଼ୁଥିବା ବିମାନରେ ନାଚିଲେ ନବଦମ୍ପତ୍ତି

କୁହାଯାଏ, ବିବାହ ହେଉଛି ରୀତିନୀତି ଏବଂ ନୂତନ ସମ୍ପର୍କ ଯୋଡ଼ିବାର ଏକ ମହାର୍ଘ୍ୟ ମାଧ୍ୟମ । ଭାରତୀୟ ପରମ୍ପରାରେ ଏହାର ସ୍ୱତନ୍ତ୍ର ସ୍ଥାନ ରହି ଆସିଛି । କିନ୍ତୁ ବର୍ତ୍ତମାନ ସ୍ଥିତିରେ ବିବାହ ଏକପ୍ରକାର ଫ୍ୟାଶନେବୁଲ ହୋଇଯାଇଛି । ବିବାହ ଆୟୋଜନ ଓ ଥାଟବାଟ୍‌ରେ ଅନ୍ୟମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବା ଏବଂ ଅନ୍ୟମାନଙ୍କଠାରୁ ଭିନ୍ନ ଦେଖାଯିବା ପାଇଁ ରୀତିମତ ଅଘୋଷିତ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ତେଣୁ ବିବାହକୁ ଏକ ସୁଯୋଗ ଭାବି ଏହାକୁ କେହି ହାତଛଡ଼ା କରିବାକୁ ଚାହୁଁ ନାହାନ୍ତି । ଅଧିକାଂଶ ଲୋକେ ଏବେ ନିଜ ବିବାହକୁ ସ୍ୱତନ୍ତ୍ର କରିବା ପାଇଁ ଚେଷ୍ଟା କରୁଛନ୍ତି । ଏବେ ଏମିତି ଏକ ଭିଡ଼ିଓ ଖୁବ୍ ଭାଇରାଲ ହେଉଛି, ଯେଉଁଥିରେ ଏକ ନବଦମ୍ପତ୍ତି ୩୬ ହଜାର ଫୁଟ ଉଚ୍ଚରେ ଉଡ଼ୁଥିବା ବିମାନ ଭିତରେ ଡ଼୍ୟାନ୍ସ କରୁଥିବା ନଜରକୁ ଆସିଛି

ଭିଡ଼ିଓରେ ଦେଖିବାକୁ ମିଳିଛି, ଏକ ନବଦମ୍ପତି ଏକ ବିମାନରେ ଯାତ୍ରା କରୁଛନ୍ତି । ବିମାନଟି ଯେତେବେଳେ ୩୬ ହଜାର ଫୁଟ ଉଚ୍ଚତାରେ ଉଡ଼ୁଥିବା ପାଇଲଟ୍ ଘୋଷଣା କଲେ ସେ ସମୟରେ ଏହି ନବଦମ୍ପତ୍ତି ନିଜ ସିଟ୍‌ରୁ ଉଠି ‘ତୁ ମାନ୍ ମେରୀ ଜାନ୍‌’ ରୋମାଣ୍ଟିକ ଗୀତରେ ଡ଼୍ୟାନ୍ସ କରିବା ଆରମ୍ଭ କରିଛନ୍ତି । ବିମାନ ଭିତରେ ଥିବା ଅନ୍ୟ ଯାତ୍ରୀମାନେ ଏହାର ମଜା ନେବା ସହ ନିଜ ମୋବାଇଲରେ ଭିଡ଼ିଓ ରେକର୍ଡ଼ କରୁଥିବା ଦେଖିବାକୁ ମିଳିଛି । ନୃତ୍ୟ କରିବା ପରେ ଦମ୍ପତ୍ତି ବହୁତ ଖୁସି ହୋଇଥିବା ନଜର ଆସୁଛନ୍ତି । ଭାଇରାଲ ହେଉଥିବା ଏହି ଭିଡ଼ିଓକୁ ଦେଖି ଅନେକ ଭିନ୍ନ ଭିନ୍ନ ମତ ରଖିଛନ୍ତି । କେହି ଏହାକୁ ଆପତ୍ତିଜନକ ବୋଲି କହୁଥିବା ବେଳେ ଆଉ କେହି ଜୀବନର ନୂତନ ଯାତ୍ରା ଆରମ୍ଭ ଖୁସିରେ ହୁଏ ତେବେ ପୁରା ଜୀବନ ସୁଖରେ ପରିପୂର୍ଣ୍ଣ ହେବ ବୋଲି ମତ ରଖିଛନ୍ତି ।

Leave A Reply

Your email address will not be published.