Latest Odisha News

BREAKING NEWS

କିଏ ସେହି ଫ୍ୟାନ୍ ଯାହାକୁ ‘ଶହେନଶାହ’ ଜ୍ୟାକେଟ ଉପହାର ଦେଲେ ବିଗ ବି ?

ମୁମ୍ବାଇ:‘ଶହେନଶାହ’ ଶବ୍ଦ ମନେ ପଡିଲେ ଆଖି ଆଗରେ ଭାସିଯାଏ ଷ୍ଟିଲ ହାତ ଲାଗି ବ୍ଲାକ ଜାକେଟ ପିନ୍ଧିଥିବା   ଅମିତାଭ ବଚ୍ଚନଙ୍କ ସେଇ ରୁକ୍ଷ, ଗମ୍ଭୀର ଚେହେରା । ଶହେନଶାହର ବିଶେଷତ୍ୱ ଥିଲା ସେହି କଳାରଙ୍ଗ ଷ୍ଟିଲହାତର ଡ୍ରେସ । ସବୁଠାରୁ ମଜା କଥା ହେଉଛି ଏହି ଡ୍ରେସକୁ ଅମିତାଭ କଲେ କ’ଣ ? ପାଖରେ ରଖିଛନ୍ତି ନା କାହାକୁ ଦେଇଛନ୍ତି ? ଜାଣି ଆଶ୍ଚର୍ଯ୍ୟ ହେବେ ଅମିତାଭ ତାଙ୍କର ସେହି ଜ୍ୟାକେଟିକୁ ତାଙ୍କର ଜଣେ ଫ୍ୟାନ୍ସଙ୍କୁ ଉପହାର ଭାବେ ଦେଇଛନ୍ତି । ଏହି ଫ୍ୟାନ୍ସ ଜଣକ ସାଉଦି ଆରବର । ଏହା ଅମିତାଭଙ୍କ ଟୁଇଟରୁ ସାମ୍ନାକୁ ଆସିଛି ।

ଅମିତାଭ ତାଙ୍କ ଫ୍ୟାନଙ୍କ ପାଖକୁ ଜ୍ୟାକେଟଟି ପଠାଇବା ପରେ ସେ  ଟୁଇଟ କରି ବିଗ ବିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅମିତାଭ ଏହାକୁ ରିଟୁଇଟ କରି ପୁଣି ତାଙ୍କୁ ଧନ୍ୟବାଦ ଜଣାଇବା ପରେ ଘଟଣାଟି ସାମ୍ନାକୁ ଆସିଛି ।

ତୁର୍କି ଅଲାଲଶିଖ ଆକାଉଣ୍ଟରୁ ଏହି ଟୁଇଟ ମାର୍ଚ୍ଚ ୨୦ ତାରିଖରେ କରାଯାଇଥିଲା । ଏଥିରେ ଅମିତାଭଙ୍କ ଉଦ୍ଦେଶ୍ୟରେ ଉଲ୍ଲେଖ ଥିଲା   “ମନୋରଞ୍ଜନ ଦୁନିଆର ସର୍ବଶ୍ରେଷ୍ଠ ତଥା ଶ୍ରେଷ୍ଠ ଅଭିନେତାମାନଙ୍କ ମଧ୍ୟରୁ ଜଣେ ଅମିତାଭ ବଚ୍ଚନ, ଆପଣ କେବଳ ଭାରତ ନୁହେଁ ସାରା ବିଶ୍ୱ ପାଇଁ ଏକ ସମ୍ମାନ  । ଆପଣ ପଠାଇଥିବା ଉପହାର ପାଇଁ ଧନ୍ୟବାଦ, ଏହା ବହୁତ କିଛି ମାନେ ରଖେ।”  ଫ୍ୟାନ୍ସ ଜଣକ ଏହି ଟୁଇଟ ସହିତ   ସାଉଦି ଆରବ ଏବଂ ଭାରତର ପତାକାର ପ୍ରତୀକ  ଯୋଗ କରିଛନ୍ତି ।ଏଥିସହିତ ନମସ୍କାର ଇମୋଜି ମଧ୍ୟ ଦେଇଛନ୍ତି । ଏହି ଟୁଇଟକୁ ସେ ଅମିତାଭ ବଚ୍ଚନଙ୍କୁ ଟ୍ୟାଗ କରିଛନ୍ତି ।

ଏହି ଟୁଇଟର ଜବାବ ଦେଇ ଏହାକୁ ରିଟୁଇଟ କରି ଅମିତାଭ ଲେଖିଛନ୍ତି , “ମୋର ପ୍ରିୟ ଏବଂ ସବୁଠାରୁ ବିଚାରଶୀଳ ବନ୍ଧୁ… ମୁଁ ଖୁବ ଗୌରାନ୍ୱିତ  ଯେ ଆପଣ ଫିଲ୍ମ ‘ଶହଂଶାହ’ରେ ମୁଁ ପିନ୍ଧିଥିବା ଷ୍ଟିଲ୍‌ ଆର୍ମ ଥିବା ଜ୍ୟାକେଟ୍‌ଟି ପାଇଛନ୍ତି ଯାହାକୁ ମୁଁ ଉପହାର ଭାବେ ପଠାଇଥିଲି । ପୁଣି ଦିନ ଆସିବ,  ମୁଁ ଆପଣଙ୍କୁ କହିବି ଯେ ମୁଁ ଏହାକୁ ପୁନର୍ବାର କିପରି ପାଇଲି… ତୁମକୁ ମୋର ଅନେକ ଭଲ ପାଇବା।”

ସୂଚନାଥାଉ କି,  ୧୯୮୮, ଫେବୃଆରୀ ୧୨ ତାରିଖରେ ମୁକ୍ତିଲାଭ କରିଥିବା ‘ଶହଂଶାହ’ରେ ଅମିତାଭ ବଚ୍ଚନ ପୋଲିସ ଅଧିକାରୀ ବିଜୟ କୁମାର ଶ୍ରୀବାସ୍ତବଙ୍କ ଭୂମିକାରେ ଅଭିନୟ କରିଥିଲେ  ।  ବିଜୟ ଦିନରେ ଜଣେ ଭ୍ରଷ୍ଟ ପୋଲିସ୍ ଅଫିସର୍ ଥିଲେ ଏବଂ ରାତିରେ ଅନ୍ୟାୟ ବିରୁଦ୍ଧରେ ଲଢୁଥିଲେ। ଏହି ଫିଲ୍ମରେ ଅମିତାଭ ପିନ୍ଧିଥିବା କଳାରଙ୍ଗ ଏବଂ ଷ୍ଟିଲ ହାତ ଥିବା ଜ୍ୟାକେଟି ବେଶ ଆଦୃତ ହୋଇଥିଲା । ସେ ସମୟରେ ଏହି ଜ୍ୟାକେଟଟି ବେଶ ଟ୍ରେଣ୍ଡ କରିଥିଲା ।

Leave A Reply

Your email address will not be published.