Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପୂର୍ବରୁ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ପ୍ରାର୍ଥୀ ଅଜୟ ବଙ୍ଗା କୋଭିଡ୍ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ଭାବେ ଚୟନ ହୋଇଥିବା ପ୍ରବାସୀ ଭାରତୀୟ ଅଜୟ ବଙ୍ଗା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥାନ୍ତେ। ହେଲେ ତା ପୂର୍ବରୁ ସେ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କୁ କ୍ୱାରେଣ୍ଟିନ୍‌ରେ ରଖାଯାଇଛି। ଗୁରୁବାର ରାଜକୋଷ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବିଶ୍ୱ ବ୍ୟାଙ୍କରେ ଅଧ୍ୟକ୍ଷ ହେବା ପୂର୍ବରୁ ବଙ୍ଗା ବିଶ୍ୱ ଭ୍ରମଣରେ ଅଛନ୍ତି। ଏହିକ୍ରମରେ ଶେ ଭାରତ ମଧ୍ୟ ଆସିଛନ୍ତି।

ଭାରତ ଗସ୍ତରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ସହ ଆର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ମଧ୍ୟ ଆଲୋଚନା କରିବେ। ତେବେ ଭାରତ ଗସ୍ତ ପୂର୍ବରୁ ଅନ୍ୟ ଦେଶଗୁଡ଼ିକୁ ଗସ୍ତ କରିସାରିଛନ୍ତି ବଙ୍ଗା। ସବୁ ଦେଶରେ ତାଙ୍କୁ ସମର୍ଥନ ମିଳି ସାରିଛି।

୩ ସପ୍ତାହ ପାଇଁ ବିଶ୍ୱ ଗସ୍ତରେ ବାହାରିଥିବା ବଙ୍ଗାଙ୍କର ମାର୍ଚ୍ଚ ୨୩ ଓ ୨୪ରେ ଭାରତ ଗସ୍ତ ଶେଷ ଗସ୍ତ ରହିଛି। ପ୍ରଥମେ ଆଫ୍ରିକା ଗସ୍ତରୁ ଆରମ୍ଭ କରି ଲାଟିନ୍ ଆମେରିକା, ୟୁରୋପ ଏବଂ ଏସିଆ ଗସ୍ତ କରି ସାରିଛନ୍ତି ଅଜୟ ବଙ୍ଗା।

ତେବେ ଦିଲ୍ଲୀରେ ଥିବା ବେଳେ ଅଜୟଙ୍କର ରୁଟିନ ଟେଷ୍ଟ କରାଯାଇଥିଲା। ଏହାପରେ ତାଙ୍କର କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲା। ତେବେ ତାଙ୍କ ଠାରେ ଲକ୍ଷଣ ଦେଖାଯାଇ ନାହିଁ। ତେଣୁ ଗାଇଡ୍‌ଲାଇନ୍ ଅନୁସାରେ ତାଙ୍କୁ କ୍ୱାରେଣ୍ଟିନ୍‌ରେ ରଖାଯାଇଛି ବୋଲି ରାଜକୋଷ ବିଭାଗ କହିଛି।

Leave A Reply

Your email address will not be published.