Latest Odisha News

ଅପପୁଷ୍ଟି ପ୍ରସଙ୍ଗକୁ ନେଇ ବିଧାନସଭା ହୁଲସ୍ତୁଲ: ଶାସକ-ବିରୋଧୀ ମୁହାଁମୁହିଁ

ଭୁବନେଶ୍ୱର:  ଅପପୁଷ୍ଟି ପ୍ରସଙ୍ଗକୁ ନେଇ ଆସି ବିଧାନସଭା ହୁଲସ୍ତୁଲ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଜି ବିଧାନସଭାରେ କଳିଙ୍ଗନଗର ଅପପୃଷ୍ଟି ପ୍ରସଙ୍ଗ ଉଠାଇବା ପରେ ଏହାର ଜବାବ ରଖିଥିଲେ ଶାସକ ଦଳ ବିଧାୟକ ଅମର ଶତପଥୀ। ଏହାକୁ ନେଇ ବିଧାନସଭା ଆଜି କମ୍ପିଥିଲା ।

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଥିଲେ, ନଗଡ଼ା ଠାରୁ କଳିଙ୍ଗନଗରର ଅପପୃଷ୍ଟି ଚିତ୍ର ଆହୁରି କଦର୍ଯ୍ୟ  । ଅପପୃଷ୍ଟି ଖାଲି କଳିଙ୍ଗନଗର ବା ନଗଡାରେ ନାହିଁ । ଓଡ଼ିଶାରେ ୧୯ ପ୍ରତିଶତ ଶିଶୁ କମ ଓଜନର ଜନ୍ମ ହେଉଛନ୍ତି ବୋଲି କହିଥିଲେ ବିରୋଧୀ ଦଳ ନେତା ।

ସେ କହିଥିଲେ, ୩୧ ପ୍ରତିଶତ ଶିଶୁ ପୃଷ୍ଟିହୀନତାର ଶିକାର ହୋଇଥିବାବେଳେ ୬୪ ପ୍ରତିଶତ ଶିଶୁ ରକ୍ତ ହୀନତାର ଶିକାର ହେଉଛନ୍ତି । ସେହିପରି ୬୧.୮ ପ୍ରତିଶତ ଗର୍ଭବତୀ ମହିଳା ରକ୍ତହୀନତାର ଶିକାର ହେଉଛନ୍ତି । ଏ ନେଇ ବଭାଗୀୟ ମନ୍ତ୍ରୀ ଉତ୍ତର ରଖିବାକୁ ଶ୍ରୀ ମିଶ୍ର ଗୃହରେ ଦାବି କରିଥିଲେ ।

ଏହାର ଜବାବ ଦେଇ ବିଜେଡି ବିଧାୟକ ଅମର ଶତପଥୀ କହିଥିଲେ,ବିରୋଧୀ ରାଜ୍ୟକୁ ବଦନାମ କରୁଛନ୍ତି । ନଗଡାର ସ୍ଥିତି ଏବେ ବଦଳି ଗଲାଣି । ବିରୋଧୀ ଦଳ ନେତା ନିଜେ ଯାଇ ଦେଖି ଆସନ୍ତୁ ବୋଲି କହିଛନ୍ତି କହିଥିଲେ ଅମର ଶତପଥୀ । ନଗଡାର ସ୍ଥିତି ଏବେ ବଦଳିଗଲାଣି । ସେବର ନଗଡା ଏବଂ ଏବର ନଗଡା ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି । ସେଠାରେ ସରକାର କ’ଣ ସବୁ କରିଛନ୍ତି, ପୃଷ୍ଟିକର ଖାଦ୍ୟ ଯୋଗାଇ କିପରି ଏହାକୁ ନୂଆ ରୂପ ଦେଇଛନ୍ତି ସେ ଦୃଶ୍ୟ ସେଠାକୁ ଯାଇ ବିରୋଧୀ ଦଳ ନେତା ଦେଖି ଆସନ୍ତୁ ବୋଲି କହିଥିଲେ ଅମର ଶତପଥୀ ।

Leave A Reply

Your email address will not be published.