Latest Odisha News

BREAKING NEWS

ରାତି ଅଧରେ ପଞ୍ଚାୟତ ଅଫିସରୁ ଚୋରି କରୁଥିଲେ ପିଡିଏସ୍ ଚାଉଳ, ମାଡ଼ି ବସିଲେ ଗାଁ ଲୋକ

ସୋନପୁର: ଗରିବ ଗୁରୁବାଙ୍କୁ ବାଣ୍ଟିବା ପାଇଁ ସରକାର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଚାଉଳ ଯୋଗାଇ ଦେଉଛନ୍ତି । ଆଉ ଉକ୍ତ ଚାଉଳକୁ ଚୋରି କରୁଥିବା ବେଳେ ସରପଞ୍ଚ ଓ ଗ୍ରାମବାସୀଙ୍କ ହାତରେ ୨ ଜଣ ଧରା ପଡ଼ିଛନ୍ତି । ଏଭଳି ଘଟଣା ଘଟିଛି ସୋନପୁର ଜିଲ୍ଲା ତରଭା ଥାନା ପାଇକବାହାଲ ପଞ୍ଚାୟତରେ ।

ସୂଚନା ଅନୁସାରେ, ୨୩ ତାରିଖ ବିଳମ୍ବିତ ରାତିରେ ପାଇକବାହାଲ ପଞ୍ଚାୟତ ଅଫିସରୁ ୨ ଜଣ ବ୍ୟକ୍ତି ପିଡିଏସ୍ ଚାଉଳ ଚୋରା ଚାଲାଣ ପାଇଁ ଉଦ୍ୟମ କରୁଥିଲେ । ଏହି ସମୟରେ ୨ ଜଣଙ୍କୁ ଗ୍ରାମବାସୀଙ୍କ ସହାୟତାରେ ଧରିବାରେ ସକ୍ଷମ ହୋଇଥିଲେ ସରପଞ୍ଚ । ୨ ଜଣଙ୍କୁ ପୋଲିସକୁ ହସ୍ତାନ୍ତର କରିବା ସହ ଏତଲା ଦିଆଯାଇଥିଲା ।

ତରଭା ଥାନା ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ଗଙ୍ଗାଧର ଦେହେରି ଓ ନାରାୟଣ ବାଗ । ଚୋରା ଚାଲାଣ କରାଯାଉଥିବା ୩୦ କ୍ୱିଣ୍ଟାଲ୍ ପିଡିଏସ୍ ଚାଉଳ ସହ ପୋଲିସ ପିକଅପ୍ ଭ୍ୟାନକୁ ଜବତ କରିଥିବା କହିଛନ୍ତି ସୋନପୁର ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ । ଏଥିରେ ସମ୍ପୃକ୍ତ ଆଉ ୨ ଜଣ ଫେରାର୍ ଥିବାବେଳେ ଖୁବଶୀଘ୍ର ଧରାଯିବ ବୋଲି କହିଛି ପୋଲିସ ।

Leave A Reply

Your email address will not be published.