Latest Odisha News

ଜନ୍ମଦିନରେ ପତ୍ନୀଙ୍କୁ ଦାମି ଗିଫ୍ଟ ଦେଇ ହଟହଟା ହେଲେ ପତି

ୱାଶିଂଟନ: ଅନେକ ଲୋକ ନିଜ ପତ୍ନୀଙ୍କୁ ଖୁସି କରିବା ପାଇଁ ଜନ୍ମଦିନରେ ଦାମି ଉପହାର ଦେବାକୁ ପସନ୍ଦ କରିଥାନ୍ତି । ସେଥିଲାଗି ବହୁ ଦିନ ପୂର୍ବରୁ ପ୍ରସ୍ତୁତ ମଧ୍ୟ ଚଳାଇଥାନ୍ତି । କିନ୍ତୁ ଆମେରିକାର ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଦାମି ଉପହାର ଦେଇ ପୋଲିସର ଚକ୍କର କାଟୁଛନ୍ତି । ଏହାର କାରଣ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଆମେରିକାର ବାସିନ୍ଦା ଜେସନ ସ୍କଟ । ସେ ଜଣେ ବରିଷ୍ଠ ସେନା ଅଧିକାରୀ । ୨୦୨୨ ମସିହା ନଭେମ୍ବରରେ ତାଙ୍କ ପତ୍ନୀଙ୍କ ଜନ୍ମଦିନ ଥିଲା, ତେଣୁ ସେ ତାଙ୍କୁ ଏକ ନୂତନ ବିଳାସପୂର୍ଣ୍ଣ କାର ଦେଇ ଆଶ୍ଚର୍ଯ୍ୟ କରିବାକୁ ଚିନ୍ତା କଲେ । ଅନେକ ଶୋ’ରୁମ୍ ପରିଦର୍ଶନ କରିବା ପରେ, ଶେଷରେ ଏକ ଦାମି କାର ବୁକ୍ କଲେ । ଏଥିପାଇଁ ଜେସନ ୬୮,୦୦୦ ଡଲାର ଅର୍ଥାତ୍ ପ୍ରାୟ ୫୬ ଲକ୍ଷ ଟଙ୍କା ଖର୍ଚ୍ଚ କଲେ । କାରଟି ଘରକୁ ବି ଆସିଲା । ଜନ୍ମଦିନ ପାର୍ଟିରେ ଜେସନ ଏହି ଦାମି ଗିଫ୍ଟକୁ ନିଜ ପତ୍ନୀଙ୍କୁ ବି ଦେଲେ । ଏହା ଦେଖି ତାଙ୍କ ପତ୍ନୀ ଖୁସି ମଧ୍ୟ ହେଲେ ।
ଫେବୃଆରୀରେ ତାଙ୍କ ପତ୍ନୀ କାର ସର୍ଭିସିଂ ପାଇଁ ଏହାର କେନ୍ଦ୍ରକୁ ଯାଇଥିଲେ । ଯେତେବେଳେ ମେକାନିକ୍ ଗାଡ଼ିକୁ ଯାଞ୍ଚ କଲା, ଦେଖାଗଲା ଯେ କାର, ୱିଣ୍ଡୋ ଏବଂ ଡ଼ୋର୍‌ରେ ଥିବା ଭିନ୍ ନମ୍ବର ମେଳ ଖାଉ ନାହିଁ । ଚେସିସିର ବି ଭିନ୍ ନମ୍ବର ଅଲଗା ଥିଲା । ଅନୁସନ୍ଧାନ କରିବା ପରେ ଜଣାପଡ଼ିଲା ଏହା ଗୋଟେ ଚୋରି କାର ଥିଲା । । ଏହି କାରଟି ୨୦୧୭ ରେ ଚୋରି ହୋଇଥିଲା ।

ବର୍ତ୍ତମାନ ଆପଣ ଭାବୁଥିବେ ଭିନ୍ ନମ୍ବର କ’ଣ? ବାସ୍ତବରେ, ଯେତେବେଳେ ବି ଏକ ଯାନ ତିଆରି ହୁଏ, ଏହାକୁ ଏକ ସ୍ୱତନ୍ତ୍ର ନମ୍ବର ଦିଆଯାଏ । ଏହି ସଂଖ୍ୟା ତିଆରି ସମୟରେ ଏହା ଉପରେ ଛପା ଯାଇଥାଏ । ଏହାକୁ ଭିନ୍ ନମ୍ବର କୁହାଯାଏ । ଯାହାର ସମ୍ପୂର୍ଣ୍ଣ ଅର୍ଥ ହେଉଛି ଯାନ ପରିଚୟ ସଂଖ୍ୟା । କେଉଁ , ଦେଶ, ଯାନ ନିର୍ମାତା, ଇଞ୍ଜିନ କୋଡ୍‌, ଟ୍ରାନ୍ସମିସନ କୋଡ୍‌, କେଉଁ ବର୍ଷ କାର ତିଆରି ହୋଇଥିଲା, କେଉଁ ପ୍ଲାଣ୍ଟରେ, କେଉଁ ମାସରେ ଏହା ତିଆରି କରାଯାଇଥିଲା ସେ ସମ୍ବନ୍ଧରେ ସୂଚନା ରହିଥାଏ ।
ଏନେଇ ସର୍ଭିସିଂ କେନ୍ଦ୍ର ପକ୍ଷରୁ ପୋଲିସକୁ ସୂଚନା ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି କାରଟି ଜବତ କରିଛି । ପୋଲିସ ଜେସନଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ପରେ ସେ ଶୋରୁମ୍‌ରୁ କିଣିଥିବା କାରର ସମସ୍ତ କାଗଜପତ୍ର ଦେଖାଇବା ପରେ ପୋଲିସ ତାଙ୍କୁ ଛାଡ଼ି ଦେଇଥିଲା । ଏବେ ଜେସନ୍ ଡିଲରଙ୍କଠାରୁ ୧ କୋଟି ଡଲାର କ୍ଷତିପୂରଣ ଦାବି କରିଛନ୍ତିି ।

Comments are closed.