Latest Odisha News

କବିତା : ଆହୁତି

ପ୍ରିୟମ୍ବଦା ସାମଲ

ଏ ଜୀବନ ଅବିରତ ଯଜ୍ଞବେଦୀ
ସାଧନା ପଥେ ଧାବିତ
କର୍ମର ଘୃତରେ ଆହୁତି ଦେଇଣ
ସର୍ବଦା ଉଦଜୀବିତ।

ତ୍ୟାଗ ସହିଷ୍ଣୁତା ଜୀବନ ଗୀତିକା
ସନ୍ତୋଷ ଶାନ୍ତିର ପଥ
ସ୍ଵାର୍ଥକୁ ସାରଥି ନକରି ଆହୁତି
ଜୀବନ ହୁଏ ସୁଖଦ।

କର୍ତ୍ତବ୍ୟ କର୍ମରେ ସଫଳତା ଆଣେ
ଯୋଜନା ଅଟଇ ସାର
ସ୍ୱପ୍ନରେ ସୌନ୍ଦର୍ଯ୍ୟ ହୁଏ ପ୍ରତିଭାତ
ଯେ ଅଟଇ କର୍ମବୀର।

କର୍ମଯୋଗୀ ଶ୍ରବଣାଦି ଇନ୍ଦ୍ରିୟକୁ
ସଞ୍ଜମ ରୂପି ଅଗ୍ନିରେ
ଆହୁତି ଦେଇଣ କର୍ମ କରି ଚାଲେ
ନଦେଇ କର୍ଣ୍ଣ କାହିଁରେ।

ମନ ଇନ୍ଦ୍ରିୟକୁ କରି ନିୟନ୍ତ୍ରଣ
କର୍ମରେ ଯେ ସମର୍ପଣ
ଆହୁତି ସଫଳ ଶ୍ରେଷ୍ଠ ଯଜ୍ଞଫଳ
ସାହା ପ୍ରଭୁ ନାରାୟଣ।

ଭୁବନେଶ୍ୱର

Comments are closed.