Latest Odisha News

BREAKING NEWS

ବଡମ୍ବା ହାଜତ ମୃତ୍ୟୁ ମାମଲା, କଟକ ଜିଲ୍ଲାପାଳ ଏବଂ ପିସିସିଏଫଙ୍କୁ ଏନଏଚଆରସିଙ୍କ ରିପୋର୍ଟ ତଲବ

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ବଡ଼ମ୍ବା ଜଙ୍ଗଲ ବିଭାଗ ହାଜତରେ ଧନେଶ୍ୱର ବେହେରାଙ୍କ ମୃତ୍ୟୁ ଘଟଣାରେ ଶୁକ୍ରବାର କଟକ ଜିଲ୍ଲାପାଳ ଏବଂ ପିସିସିଏଫ୍‌ଙ୍କୁ ରିପୋର୍ଟ ତଲବ କରିଛନ୍ତି ଜାତୀୟ ମାନବାଧିକାର କମିଶନ । ୪ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ହାତୀ ଶିକାର ମାମଲାରେ ଫେବୃଆରୀ ମାସ ୫ ତାରିଖ ଦିନ ରାତିରେ ବଡ଼ମ୍ବା ସାତଗୋଛିଆ ଗାଁର ଧନେଶ୍ବର ବେହେରାଙ୍କୁ ଉଠାଇଆଣି ପଚରା ଉଚରା କରିଥିଲେ ବନ ବିଭାଗ କର୍ମଚାରୀ । ତେବେ ଧନେଶ୍ବର ବେହେରାଙ୍କ ହାଜତରେ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଅତ୍ୟଧିକ ମାଡ ମାରିବାରୁ ଧନେଶ୍ବରଙ୍କର ମୃତ୍ୟୁ ହୋଇଥିବା ତାଙ୍କ ପରିବାର ପକ୍ଷରୁ ବଡମ୍ବା ଥାନାରେ ଅଭିଯୋଗ କରାଯାଇଥିଲା । ତଦନ୍ତ ପରେ ଘଟଣାରେ ରେଞ୍ଜର ସୁବ୍ରତ ବେହେରା ସମେତ ୬ଜଣ ବନ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।

Leave A Reply

Your email address will not be published.