Latest Odisha News

BREAKING NEWS

ମଝି ଆକାଶରେ ହଟ୍ ଏୟାର ବେଲୁନରେ ଲାଗିଗଲା ନିଆଁ, ଜୀବନ ବଞ୍ଚାଇବାକୁ ଡେଇଁ ପଡିଲେ ଯାତ୍ରୀ

ନ୍ୟୁୟର୍କ: ଆମେରିକାର ମେକସିକୋ ସିଟିରେ ଏକ ହୃଦୟ ଥରାଇ ଦେବା ପରି ଘଟଣା ଦୃଶ୍ୟମାନ ହୋଇଥିଲା । ଏହାର ଭିଡିଓକୁ ଦେଖିଥିବା ଲୋକମାନେ ଯେତିକି ଭୟଭୀତ ହୋଇଛନ୍ତି ସେତିକି ଦୁଃଖରେ ଭାଙ୍ଗି ପଡିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଏକ ହଟ ଏୟାର ବେଲୁନରେ ନିଆଁ ଲାଗି ଯାଇଛି । ଭାଇରାଲ ହେଉଥିବା ଏହି ଭିଡଓରେ ଦେଖିବାକୁ ମିଳିଛି, ହଟ ବେଲୁନରେ ନିଆଁ ଲାଗିଯିବା ଫଳରେ ନିଜକୁ ବଞ୍ଚାଇବାକୁ ଯାଇ ଲୋକେ ପବନରେ ଉଡୁଥିବା ବେଲୁନରୁ ଡେଇ ପଡୁଛନ୍ତି ।

ସ୍ଥାନୀୟ ପ୍ରଶାସନର କହିବା ଅନୁଯାୟୀ, ଶନିବାର (ଏପ୍ରିଲ ୧)ରେ ମେକସିକୋ ସିଟି ନିକଟରେ ଥିବା ପ୍ରସିଦ୍ଧ ଟିୟୋତିହୁଆକେନ ପୁରାତତ୍ତ୍ୱ ସ୍ଥଳ ଉପରେ ଉଡୁଥିବା ଏକ ହଟ ଏୟାର ବେଲୁନରେ ନିଆଁ ଲାଗିଯିବା କାରଣରୁ ୨ ଜଣଙ୍କର ମୃତ୍ୟୁ ଘଟିଛି । ମେକସିକୋ ସରକାର ଏକ ବୟାନରେ କହିଛନ୍ତି, ନିଆଁ ଲାଗିଯିବା କାରଣରୁ ବେଲୁନରେ ଥିବା ଲୋକେ ବେଲୁନରୁ ଡେଇ ପଡିଥିଲେ । ଏହି ଦୁର୍ଘଟଣାରେ ଏକ ଶିଶୁ ଆାଂଶିକ ଜଳି ଯାଇଥିବା ଖବର ମିଳିଛି ।

ଭିଡଓରେ ଦେଖିବାକୁ ମିଳିଛି, ଏକ ନୀଳ ଏବଂ ଧଳା ରଙ୍ଗର ବେଲୁନ ଆକାଶରେ ଉଡୁଛି । କିଛି ସମୟ ପରେ ବେଲରୁ ତଳ ଭାଗରେ ଲାଗିଥିବା ବକେଟରେ ହଠାତ ନିଆଁ ଲାଗି ଯାଉଛି ।  ନିଆଁ ଜୋରରେ ଜଳିବା ଦେଖି ଯାତ୍ରୀମାନେ ଭୟରେ ଚିତ୍କାର କରିବାକୁ ଲାଗିଲେ । ନିଜକୁ ବଞ୍ଚାଇବା ପାଇଁ ବକେଟରେ ବସିଥିବା ଯାତ୍ରୀମାନେ ତଳକୁ ଡେଇଁ ପଡୁଛନ୍ତି ।ଅନ୍ୟପକ୍ଷେ ନିଆଁ ତେଜ ବଢିବା କ୍ଷଣି ବେଲୁନ ଆହୁରି ଉପରକୁ ଉଠି ଯାଉଥିବା ଦେଖିବାକୁ ମିଳୁଛି ।

ମୃତକ ୨ ଜଣଙ୍କ ମଧ୍ୟରୁ ଜଣେ ୩୯ ବର୍ଷୀୟ ମହିଳା ଓ ଜଣେ ୫୦ ବର୍ଷର ପୁରୁଷ । ତେବେ ସେମାନଙ୍କ ପରିଚୟ ମିଳିନାହିଁ । ଜଣେ ଶିଶୁର ମୁହଁ ପୋଡି ଯାଇଥିବା ବେଳେ ଗୋଡ ଭାଙ୍ଗି ଯାଇଛି । ତେବେ ଏଥିରେ ଆଉ କେହି ଯାତ୍ରୀ ଥିଲେ କି ନାହିଁ ତାହା ଜଣାପଡିନି ।

Leave A Reply

Your email address will not be published.