Latest Odisha News

BREAKING NEWS

ଅଭୁଲା ଗୀତ : ପିୟାସୀରେ ନୀର ଖୋଜୁ

ଗୀତ : ପିୟାସୀରେ ନୀର ଖୋଜୁ
ସଙ୍ଗୀତ : ବାଳକୃଷ୍ଣ ଦାଶ
ଗାୟନ : ଛବି ରାୟ
ଗୀତ :  କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ
ଚଳଚ୍ଚିତ୍ର : ଶ୍ରୀଜଗନ୍ନାଥ, ୧୯୫୦

 

ପିୟାସୀରେ ନୀର ଖୋଜୁ
କ୍ଷୀର ଦେବି ମୁହିଁ
ପିୟାସୀରେ ନୀର ଖୋଜୁ
କ୍ଷୀର ଦେବି ମୁହିଁ
ଏ’ ରାଇଜେ କ୍ଷୀର ନୀର
ମିଶାମିଶି ନାହିଁ

ନୀର ଲାଗେ ଖାର ପରି
ନୀର ଲାଗେ ଖାର ପରି
କ୍ଷୀରଖିଆ ଭୂଇଁ
ପିୟାସୀରେ ନୀର ଖୋଜୁ
କ୍ଷୀର ଦେବି ମୁହିଁ

ତରୁ ଏଠି କଳ୍ପତରୁ
ଲତା କଳ୍ପଲତା
ତରୁ ଏଠି କଳ୍ପତରୁ
ଲତା କଳ୍ପଲତା
ଦିଅଁ ଏଠି ଚାଲେ ବୁଲେ
ହସି କହେ କଥା
ଦିଅଁ ଏଠି ଚାଲେ ବୁଲେ
ହସି କହେ କଥା
ଯେ ଦେଶ ଶରଧାବାଲି ନିତି ଚାଲୁଥାଇ
ଯେ ଦେଶ ଶରଧାବାଲି ନିତି ଚାଲୁଥାଇ

ସେ ଦେଶର ପଥିକରେ
ପିୟାସା କି ଛୁଇଁ
ପିୟାସୀରେ ନୀର ଖୋଜୁ
କ୍ଷୀର ଦେବି ମୁହିଁ
ପିୟାସୀରେ!

 

ସୂର୍ଯ୍ୟ ଦେଓଙ୍କ ଓଡ଼ିଆ ସିନେମା ଗୀତ ୧୯୩୬-୬୯ ବହିରୁ

ନିଜ ମନ ପସନ୍ଦର ଗୀତ ପାଇଁ ନିମ୍ନ ଆଇଡିରେ ମେଲ କରନ୍ତୁ।
( editorodishasambad@gmail.com )

Leave A Reply

Your email address will not be published.