Latest Odisha News

BREAKING NEWS

ଇସ୍ରୋର ଆଉ ଏକ ସଫଳତା; ଆର୍‌ଏଲ୍‌ଭିର ସଫଳ ଲ୍ୟାଣ୍ଡିଂ, ଦେଖନ୍ତୁ ଭିଡିଓ

ବେଙ୍ଗାଲୁରୁ: ଇସ୍ରୋ, ଡିଆର୍‌ଡିଓ(ISRO-DRDO) ଓ ଭାରତୟୀ ବାୟୁସେନା ମିଳିତ ଭାବେ ଅଣ୍ଡର ଡେଭଲପମେଣ୍ଟ ରିୟୁଜେବଲ ଲଞ୍ଚ ଭେଇକଲର ସଫତାପୂର୍ବକ ଲାଣ୍ଡିଂ କରିଛନ୍ତି। ଏହିସଫଳତା ପରେ ଭାରତ ତାର ନିଜର ‘ସ୍ପେସ୍‌ ପ୍ଲେନ୍’ ପ୍ରସ୍ତୁତ କରିବା ସ୍ୱପ୍ନର ନିକଟତର ହୋଇଛି। ଆଜି ସକାଳେ(ଏପ୍ରିଲ-୨) କର୍ଣ୍ଣାଟକର ଚିତ୍ରଦୁର୍ଗରେ ଏଟିଆରରେ ଏହାର ଲ୍ୟାଣ୍ଡିଂ ଟେଷ୍ଟ କରାଯାଇଥିଲା।

ସକାଳ ୭.୨୦ରେ ଆର୍‌ଏଲ୍‌ଭି(RLV) ଭାରତୀୟ ବାୟୁସେନାର ଚିନୁକ ହେଲିକପ୍ଟରରେ ଏୟାରକ୍ରାଫ୍ଟକୁ ନେଇ ୪.୫ କିମି ଉପରକୁ ଉଡ଼ିଲା ପରେ ମଝି ଆକାଶରେ ଏହାକୁ ଛାଡ଼ିଦେଇଥିଲା। ରିୟୁଜେବଲ ଲଞ୍ଚ୍ ଭେଇକଲ ହାଲ୍‌କା ସ୍ପିଡ୍‌ରେ ଉଡିବାର କିଛି ସମୟ ପରେ ଏହାକୁ ଲ୍ୟାଣ୍ଡିଂ ଗିୟର ସହ ନିଜର ଏଟିଆର୍ ପରିସର ଭିତରେ ଲ୍ୟାଣ୍ଡିଂ କରାଯାଇଥିଲା। କର୍ଣ୍ଣାଟକ ଏରେନେଟିକଲ ଚିତ୍ରଦୁର୍ଗରେ ଏହାର ଟେଷ୍ଟିଂ କରାଯାଇଥିଲା।

ଏହି ଟେଷ୍ଟିଂ ସଫଳତାର ଅର୍ଥ ହେଲା ରିୟୁଜେବଲ ଲଞ୍ଚ୍ ଭେଇକଲ ମାଧ୍ୟମରେ ଭାରତ ରକେଟ୍‌କୁ ଦୁଇଥର ଲଞ୍ଚ୍ କରିପାରିବ। ଏଥିରେ ମହାକାଶକୁ ରକେଟ ପଠାଇବା ଖର୍ଚ୍ଚ କାଟ ହେବ।

Leave A Reply

Your email address will not be published.