Latest Odisha News

ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଲେ ପୋପ ଫ୍ରାନ୍ସିସ

ରୋମ: ପୋପ ଫ୍ରାନସିସ ବ୍ରୋଙ୍କାଇଟିସ ଚିକିତ୍ସା ପରେ ଭାଟିକାନ ଫେରିଛନ୍ତି । ତାଙ୍କର ଶ୍ୱାସକ୍ରିୟା ଜନିତ ସମସ୍ୟା ଦେଖା ଦେଇଥିଲା । ମାର୍ଚ୍ଚ ୩୦ ତାରିଖରେ ତାଙ୍କୁ ଜେମେଲି ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ତାଙ୍କ ଶୁଭଚିନ୍ତକଙ୍କୁ ଏକ ମଜାଳିଆ ଅନ୍ଦାଜରେ ବାର୍ତ୍ତା ଦେଇ ‘ମୁଁ ବଞ୍ଚିଛି’ ବୋଲି କହିଛନ୍ତି ।

୮୮ ବର୍ଷ ବୟସ୍କ ପୋପ ଫ୍ରାନ୍ସିସ  ଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ତାଙ୍କୁ ଆଣ୍ଟିବାୟୋଟିକ ଦିଆଯାଇଥିଲା । ସେ ସାମାନ୍ୟ ଆଶ୍ୱସ୍ତି ଲାଭ କରିଥିଲେ । ସେ ଅନ୍ୟ କାହାର ସହାୟତା ନ ନେଇ ନିଜ ବାଡି ସାହାଯ୍ୟରେ ଘରକୁ ଫେରିଥିଲେ । ସେ ଏପରି ଆସି ସମସ୍ତଙ୍କୁ ଜଣାଇବାକୁ ଚାହୁଁଥିଲେ ଯେ ସେ ସୁସ୍ଥ ଅଛନ୍ତି ।

ଡାକ୍ତରଖାନାରୁ ଫେରିବା ପରେ ସେ ତାଙ୍କ ଶୁଭଚିନ୍ତକ ଏବଂ ସାମ୍ବାଦିକଙ୍କ ସହ ଆଲୋଚନା କରିଥିଲେ । ସେ ଏକଥା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେ ସେଣ୍ଟ ପିଟର୍ସ ସ୍କୋୟାରରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବେ ।

ସୂଚନାଥାଉ କି,  ଏହା ପୂର୍ବରୁ ୨୦୨୧ ଜୁଲାଇରେ ମଧ୍ୟ ପୋପ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେତେବେଳେ ସେ ୧୦ ଦିନ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେହି ସମୟରେ ତାଙ୍କର ଶରୀରରେ ଅସ୍ତ୍ରୋପଚାର ହୋଇଥିଲା ।

Leave A Reply

Your email address will not be published.